ଡକ୍ଟର ଉମେଶ ଚନ୍ଦ୍ର ଚୌଧୁରୀଙ୍କ ହୃଦଘାତରେ ଦେହାନ୍ତ

ସ୍ଥାନୀୟ ଧରଣୀଧର ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ବିଭାଗର ଡେମନଷ୍ଟ୍ରେଟର ଭାବେ କାମ କରି ଆସୁଥିବା ଡକ୍ଟର ଉମେଶ ଚନ୍ଦ୍ର ଚୌଧୁରୀଙ୍କ ହୃଦଘାତରେ ଦେହାନ୍ତ ହୋଇ ଥିବାରୁ ତାଙ୍କ ସ୍ମୃତିରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି।

ଅଧ୍ୟକ୍ଷ ନରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅଧ୍ୟାପକ/ଅଧ୍ୟାପିକା, ଛାତ୍ରୀ ଛାତ୍ର, କର୍ମଚାରୀ ଯୋଗ ଦେଇ ସ୍ମୃତି ଚାରଣ କରିବା ସହ ମହାନ୍ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ। ସେ ଜଣେ ମେଳାପି ଓ ମିଷ୍ଟଭାଷୀ ବ୍ୟକ୍ତି ଥିଲେ ବୋଲି ଅବସର ପ୍ରାଧ୍ୟାପକ ଡକ୍ଟର ବିମ୍ବାଧର ବେହେରା କହିଛନ୍ତି।

ଅନୁସୂଚିତ ଜନଜାତି ସଦସ୍ୟଙ୍କୁ ଆକ୍ରମରେ ବିକ୍ଷୋଭ

ଅନୁସୂଚିତ ଜନଜାତି ସଦସ୍ୟ ଅନନ୍ତ୍ ନାୟକଙ୍କୁ ଆକ୍ରମଣ ପ୍ରତିବାଦରେ କେନ୍ଦୁଝର ଜିଲ୍ଲା ଆଦିବାସୀ ସମାଜ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ବହୁ ସଂଖ୍ୟାରେ ବିଭିନ୍ନ ଅଂଚଳରୁ ଜନଜାତି ସମ୍ପ୍ରଦାୟର ଲୋକମାନେ ଏକ ରାଲିରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି କୈଳାସ ନାଏକ କହିଛନ୍ତି।

ରାସ୍ତା ଦୁର୍ଘଟଣା ଦୁଇ ଆହତ

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ବାରହାଟିପୁରା ପଂଚାୟତ ଅନ୍ତର୍ଗତ ଦେହୁରୀ ପଡା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି।

ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କାରୀ ଦଳ ପହଞ୍ଚି ସେମାନଙ୍କୁ ଡାକ୍ତରଖାନା ପଠାଇଛନ୍ତି।

ଚାଷ କାର୍ଯ୍ୟ ଆରମ୍ଭ କଲେ କୁଡୁମୀ ଚାଷୀ

ହରିଚନ୍ଦନପୁର ବ୍ଲକର ଅନ୍ତର୍ଗତ ନଳପଗାଂଠାରେ ଚାଷ ଜମି କୁ ନେଇ କୁଡୁୁମି ଓ ଜୁଆଙ୍ଗ ସମ୍ପ୍ରଦାୟ ମଧ୍ୟରେ ଲାଗି ଆସୁଥିବା ବିବାଦର ସାମୟିକ ସମାଧାନ ହୋଇଥିବା ବେଳେ ଆପୋଷ ବୁଝାମଣା ପରେ ପୋଲିସ ଓ ମାଜିଷ୍ଟ୍ରେଟ ଉପସ୍ଥିତି ରେ ଆଜି ଉକ୍ତ ବିବାଦୀୟ ଜମିରେ କୁଡୁମି ସମ୍ପ୍ରଦାୟ ର ଲୋକ ମାନେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଆଜି କୁଡୁମୀ ଚାଷୀ ଧାନ ତଳି ରୋଇଛନ୍ତି। ବିବାଦ ର ସମାଧାନ ପାଇଁ ଗତ ଜୁଲାଇ ୨୭ ତାରିଖରେ ଅତିରିକ୍ତ ଜିଲାପାଳ ସୁଷମା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ଦରବାରହଲ ଠାରେ ଏକ ବୈଠକ ବସିଥିଲା।

ଦିନ ଦ୍ବିପ୍ରହରେ ଲୁଟି ନେଲେ ସୁନା ଅଳଙ୍କାର

କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟ ବଜାର ଉପରୁ ଶୁକ୍ରବାର ସୁନା ଅଳଙ୍କାର ଲୁଟ ର ଶିକାର ହୋଇଛନ୍ତି ପାଟଣା ଥାନା ବଡ଼ନୂଆଗାଁ ଗ୍ରାମ ର ଦମ୍ପତି ସୁଶୀଳା ବେହେରା ଓ କେଶବ ବେହେରା।
ଉକ୍ତ ଦମ୍ପତି ସ୍ଥାନୀୟ ପ୍ରମିଳା ଜୁଏଲେରୀ ରୁ ୩୫ ହଜାର ଟଙ୍କା ମୁଲ୍ୟର ସୁନା ଚେନ କିଣି ପାନ ଦୋକାନରେ ପାନ କିଣୁଥିବାବେଳେ ଲୁଟେରା ବାଇକ ରେ ଆସି ବାଇକ ର ଡିକି ଭାଙ୍ଗି ସୁନା ଚେନ ସହ ନଗଦ ୫ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଛନ୍ତି।

ଶିଶୁ ସାମ୍ବାଦିକ ସ୍ଵତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ୟୁନିସେଫ୍ ସହାୟତାରେ କେନ୍ଦୁଝର ଠାରେ ଶିଶୁ ସାମ୍ବାଦିକ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି।

ପିକକ ଅନୁଷ୍ଠାନ ପକ୍ଷରୁ ଧରିତ୍ରୀ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଛାତ୍ରୀଛାତ୍ରମାନେ ଯୋଗ ଦେଇ ଶିଶୁ ସାମ୍ବାଦିକତା ବିଷୟରେ ଜ୍ଞାନ ଆରୋହଣ କରିବା ସହ ଶିଶୁ ଅଧିକାର ବିଷୟରେ ଆଲୋଚନା କରିଥିଲେ।

କୁଶେଇ ନଦୀରେ ଭାସୁଛି ମହିଳାଙ୍କ ମୃତ ଦେହ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଗୋଡ଼ି ଉପର ସାହି ନିକଟରେ କୁଶେଇ ନଦୀରେ ଆଜି ଜଣେ ମହିଳ ଙ୍କ ମୃତ ଦେହ ଭାସୁଥିବାରୁ ଚାଞ୍ଚଲ୍ୟ ଖେଳିଯାଇଛି।

ଖବର ପାଇ ପୁଲିସ ପହଞ୍ଚି ଶବ ଜବତ କରି ତଦନ୍ତ କରୁଛି। ମହିଳାଙ୍କ ପରିଚୟ ମିଳିନାହିଁ।

ଟୀକା ଦାନରେ ବିଳମ୍ୱ ନେଇ ଅସନ୍ତୋଷ

ସ୍ଥାନୀୟ ନଗର ଭବନରେ ଟୀକା ଦେବାରେ ବିଳମ୍ବ ହେଉଥିବାରୁ ଅସନ୍ତୋଷ ଦେଖାଦେଉଛି।

ଭିତରେ ଓ ବାହାରେ ଚିଟ ଧରି ଲୋକମାନେ ଦୀର୍ଘ ସମୟ ହେଲା ଅପେକ୍ଷା କରିଥିଲେ ହେଁ ଟୀକା ଦେବରେ ବିଳମ୍ୱ ହେଉଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

ଗ୍ୟାସ ରେଗୁଲେଟିଙ୍ଗ ସିଷ୍ଟମ ୟୁନିଟ ପ୍ରସ୍ତାବକୁ ମଞ୍ଜୁରୀ

ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ 50 କୋଟି ଟଙ୍କା ନିବେଶରେ ଏକ ନ୍ୟାଚୁରାଲ ଗ୍ୟାସ ରେଗୁଲେଟିଙ୍ଗ ସିଷ୍ଟମ ଏବଂ ଡି -କମ୍ପ୍ରେସିଂ ୟୁନିଟ ପ୍ରତିଷ୍ଠା ସକାଶେ ଭାରତ ଗ୍ୟାସ ରିସୋର୍ସେସ ଲିମିଟେଡ଼ର ଏକ ପ୍ରସ୍ତାବକୁ ଆଜି ସରକାର ମଞ୍ଜୁରୀ ଦେଇଛନ୍ତି l

Niladri Bije