ମଦ୍ୟପାନ ପରେ ବଚସାରୁ ଯୁବକଙ୍କୁ ହତ୍ୟା

କେନ୍ଦୁଝର କାଶୀପୁର ମୁଣ୍ଡାସାହିରେ ହତ୍ୟାକାଣ୍ଡ ଘଟିଛି।

ମୃତକ କାଶୀପୁର ମୁଣ୍ଡାସାହିର ଅକ୍ଷୟ ନାଏକ।୨ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

ବରଦାପାଳରେ ପ୍ରଥମ ବାର୍ଷିକ ବାଦୀପାଲା

ସଦର ବ୍ଲକ ଅନ୍ତର୍ଗତ ବରଦାପାଳ ଗ୍ରାମର ମଙ୍ଗଳେଶ୍ବରୀ କମିଟି ପକ୍ଷରୁ ପ୍ରଥମ ବାର୍ଷିକ ତିନିଦିନିଆ ବାଦୀପାଲା ଗତକାଲି ରାତିରେ ଅନୁଷ୍ଠିତ ହୋଇଛି। ସୁନାମଧନ୍ୟ ପାଲା ଗାୟକ ଯୁବଜ୍ୟୋତି ନୃପତି କେଶରୀ ମହାନ୍ତ ଓ ପ୍ରଦୀପ ଚନ୍ଦ୍ର ଶେଖର ବାରିକ ପାଲା ପରିବେଷଣ କରିଥିଲେ।

ପୈାରାଣିକ ଏବଂ ସାମଜିକ ଶିକ୍ଷା ସଂମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କୁ ପାଲା ମାଧ୍ୟମରେ ମାର୍ଗ ଦର୍ଶନ ଦେଇଥିଲେ।ଏଥିପାଇଁ ସ୍ଥାନୀୟ ଅଞ୍ଚଳର ବହୁ ପାଲାପ୍ରେମୀ ଯୋଗଦେଇ ଉପଭୋଗ କରିଥିଲେ।ମଙ୍ଗଳେଶ୍ବରୀ କମିଟିର ସଭାପତି ବାପୁନ ବାରିକ,ସଂମ୍ପାଦକ ରାଜଲାଲ ହେମ୍ବ୍ରମ ସମେତ ସଦସ୍ୟ ଉପସ୍ଥିତ ଥିଲେ।

ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍ ମାର୍, ଚାଳକ ଗୁରୁତର

ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ଆଜି ସକାଳ ୫ଟାରେ ଏକ ଛିଡା ହୋଇଥିବା ଟ୍ରକ୍ ପଛରେ ଏକ ଓମିନି ଆମ୍ବୁଲାନ୍ସ ନିୟନ୍ତ୍ରଣ ହରାଇ ପିଟି ହୋଇଛି।ଫଳରେ ଗାଡି ସାମ୍ନା ଭାଗ ଚୁରମାର ହୋଇଯାଉଥିଵା ବେଳେ ଚାଳକ ଭିତରେ ଚାପି ହୋଇ ରହିଯାଇଥିଲେ।

ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଟୋଲଗେଟ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।ପ୍ରକାଶ ଯେ ,ଚମ୍ପୁଆରୁ ଖାଲି ଆମ୍ବୁଲାନ୍ସ ଧରି ଚାଳକ ଭୁବନେଶ୍ବର ଅଭିମୁଖେ ଯାଉଥିଲେ।ତେବେ ଆଖିଲାଗି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। l

କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର ହେଲା ବଣୁଆ ବାରହା

କେନ୍ଦୁଝର ସହର ଆପୋଲୋ ମେଡିସିନ ଦୋକାନରେ ପଶି ଯାଇଥିବା ବାରହାକୁ ବନ ବିଭାଗ ବହୁ ଉଦ୍ୟମ ପରେ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ନେଇଛି। ମେଡ଼ିସିନ ଦୋକାନ ଭିତରେ ଛିନ୍ ଛତର କରିଥିବା ବେଳେ ରକ୍ତ ଛିଟା ଚାରିଆଡ଼େ ପଡ଼ିଛି। କେହି ତାକୁ ଆକ୍ରମଣ କରି କ୍ଷତାକ୍ତ କରିଦେଇଥିବା ବେଳେ ଖସି ଆସି ଭୟରେ ଦୋକାନ ରେ ପଶି ଯାଇଥିବା କୁହାଯାଉଛି।

ଜଙ୍ଗଲ କ୍ଷୟ ସାଙ୍ଗକୁ ଖାଦ୍ୟାଭାବ ଯୋଗୁଁ ବନ୍ୟ ଜନ୍ତୁ ସହର ମୁହାଁ ହେଉଥିବା ବେଳେ ମଣିଷ ଆକ୍ରୋଶର ଶିକାର ହେଉଛନ୍ତି। ଏଣୁ ସେମାନଙ୍କ ସୁରକ୍ଷା ଦେବାକୁ ପରିବେଶବିତ୍ ମାନେ ନିବେଦନ କରିଛନ୍ତି।

ସହର ରେ ପଶିଲା ବରହା, ଧରିବାକୁ ଉଦ୍ୟମ ଜାରି

କେନ୍ଦୁଝର ସହର ଜିଲ୍ଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ଆଜି ଏକ ବଣୁଆ ବାରହା ହଠାତ୍ ସକାଳ ନଅ ଟାରେ ପଶିଯିବାରୁ ଚାଞ୍ଚଲ୍ୟ ଖେଳିଯାଇଛି।

ବନ ବିଭାଗ ପକ୍ଷରୁ ବାରହାଟିକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ବାରହାଟି କେଉଁଠୁ ଆସିଲା ଜଣା ପଡିନାହିଁ। ତେବେ କ୍ଷତାକ୍ତ ହୋଇଥିବା ସୂଚନା ମିଳିଛି। ମେଡ଼ିସିନ ଦୋକାନ କର୍ମଚାରୀମାନେ ଅଳ୍ପକେ ସେଠାରୁ ଖସି ବର୍ତ୍ତି ଯାଇଛନ୍ତି। ବାହାରକୁ ଆସି ସଟର ବନ୍ଦ କରି ବନ ବିଭାଗକୁ ସୂଚନା ଦେଇଥିଲେ। ବାରହା ଉଦ୍ଧାର ଦେଖିବାକୁ ଶହ ଶହ ଲୋକଙ୍କ ଭିଡ ଜମିଛି।

କେନ୍ଦୁଝରରେ ସିରିଜ୍ ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର

ଏନ୍ଏଚ୍ ୨୦ ଦୁରପଦା ଛକ ନିକଟରେ ରାସ୍ତାପାର ବେଳେ ଯୁବକଙ୍କୁ ଧକ୍କା ଦେଇ ବାଇକ୍‌କୁ ପିଟିଲା ଟ୍ରକ୍‌।

ରାସ୍ତା ପାର୍‌ ହେଉଥିବା ଯୁବକଙ୍କ ସହ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ବାଇକ୍‌ ଜଳିଗଲା। ଟ୍ରକ୍‌ ଡ୍ରାଇଭରକୁ ଥାନାରେ ଅଟକ ରଖିଛି ପୁଲିସ।

କଂଗ୍ରେସ ଲୋକ ସଭା ପ୍ରାର୍ଥୀଙ୍କୁ ନେଇ ବିବାଦ, ସମୂହ ଇସ୍ତଫା ଦେଲେ ଜିଲା କଂଗ୍ରେସ କାର୍ଯ୍ୟକର୍ତ୍ତା

କେନ୍ଦୁଝର ଜିଲ୍ଲା କମିଟିକୁ ଅବହେଳା ତଥା ଜିଲ୍ଲାର ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କୁ ଅଣଦେଖା କରି ପିସିସି ପକ୍ଷରୁ ପ୍ରାର୍ଥୀ ଘୋଷଣାକୁ ବିରୋଧ କରି ଜିଲ୍ଲା ସଭାପତି ମୋହନ ପରିଡ଼ା ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ସାଂଗଠନିକ କର୍ମକର୍ତ୍ତାମାନେ ପଦରୁ ସମୂହ ଇସ୍ତଫା ଦେଇଛନ୍ତି।

ଆଜି ଏକ ପ୍ରେସ ମିଟରେ ଏଭଳି ଘୋଷଣା କରି ଲୋକସଭା ପ୍ରାର୍ଥୀଙ୍କୁ ପରିବର୍ତ୍ତନ ଦାବି କରିଛନ୍ତି। ଦଳରେ ଶୃଙ୍ଖଳିତ କର୍ମୀ ଭାବରେ ରହି ଭୋଟ ଦେବୁ କିନ୍ତୁ ସହଯୋଗ କରିବୁ ନାହିଁ,ଏପରିକି ଭୋଟର ହିସାବରେ ଉକ୍ତ ପ୍ରାର୍ଥୀଙ୍କୁ ମଧ୍ୟ ବିରୋଧ କରିବୁ ବୋଲି କେତେକ କହିଛନ୍ତି।

ଅଗ୍ନିଶମବାହିନୀ ପକ୍ଷ ରୁ ଅଗ୍ନିଶମ ସପ୍ତାହ ପାଳିତ

କେନ୍ଦୁଝର ଜିଲା ପାଟଣା ଅଗ୍ନିଶମ ବାହିନୀ ତରଫରୁ ରବିବାର ଅଗ୍ନିଶମ ସପ୍ତାହ ପାଳିତ ହୋଇଛି । ରବିବାର ପାଟଣା ମୁଖ୍ୟାଳୟ ବ୍ୟସ୍ତ ବହୁଳ ବ୍ଲକ ଛକ, ମେଡିକାଲ ସମ୍ମୁଖ, ଶିବ ମନ୍ଦିର ସମ୍ମୁଖ ଓ ସ୍ଵାମ ମନୁମାନ ମନ୍ଦିର ନିକଟରେ ଅଗ୍ନିଶମ ବିଭାଗ ତରଫରୁ ସଚେତନତା କାର୍ଯ୍ୟ କ୍ରମ ହୋଇଥିଲା।ଷ୍ଟେସନ ପରିଚାଳକ ମନୋରଞ୍ଜନ ମହାନ୍ତ ଙ୍କ ନେତୃତ୍ୱରେ ଡ୍ରାଇଭର ସୁଶାନ୍ତ ନାଏକ, ଆଗ୍ନିକ ଅଜୟ କୁମାର ନାଏକ, ପ୍ରଶାନ୍ତ ନାଏକ ଓ ଅଜୟ ରାଉତ ପ୍ରମୁଖ ସାମିଲ ହୋଇଥିଲେ।

ସେବା ସ୍ତମ୍ଭ , ପାତ୍ର ତନ୍ତୀ କଲ୍ୟାଣ ସମିତି ତରଫରୁ ଆମ୍ବେଦକର ଜୟନ୍ତୀ ପାଳନ

ଭାରତରତ୍ନ ଡକ୍ଟର ଭୀମରାଓ ଆମ୍ବେକରଙ୍କ ଜୟନ୍ତୀ ସେବାସ୍ତମ୍ଭ କେନ୍ଦୁଝର,ଅନୁସୂଚିତ ଜାତି ଏକତାମଞ୍ଚ ଓ ପାତ୍ର ତନ୍ତୀ କଲ୍ୟାଣ ସମିତି ତରଫରୁ ଆୟୋଜିତ ହେଇଯାଇଛି।ସକାଳ ୮ ରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣର କାର୍ଯ୍ୟକ୍ରମରେ ସେବସ୍ତମ୍ବର ସଭାପତି ହରିଶଙ୍କର ନାଏକ ,ରମେଶ ଚନ୍ଦ୍ର ସେଠୀ,ଅଲେଖ ଚନ୍ଦ୍ର ପାତ୍ର, ଅନୁସୂଚିତଜାତି ଏକତାମଞ୍ଚର ସଭାପତି ଗୀତାଞ୍ଜଳି ପାତ୍ର,ଉପଦେଷ୍ଟା ଭରତ ଚନ୍ଦ୍ର ପାତ୍ର,କୁମରମଣି ତନ୍ତୀ,ପାତ୍ର ତନ୍ତୀ କଲ୍ୟାଣ ସମିତିର ସଭାପତି ଵାଵାଜୀ ପାତ୍ର, ସାଧାରଣ ସଂପାଦକ ଶରତ ଚନ୍ଦ୍ର ପାତ୍ର ଯୋଗଦେଇ ଥିଲେ।

ଜିଲ୍ଲା ବିଜେଡ଼ି ତରଫରୁ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳନ

କେନ୍ଦୁଝର ଜିଲ୍ଲା ବିଜେଡ଼ି ତରଫରୁ ଭାରତରତ୍ନ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୧୩୩ତମ ଜୟନ୍ତୀ ପାଳନ କରାଯାଇଥିଲା। ବିଜେଡ଼ି ଏସ.ସି ସେଲ୍ ଜିଲା ସଭାପତି ଭରତ ଚନ୍ଦ୍ର ପାତ୍ରଙ୍କ ସଂଯୋଜନା ରେ ଆୟୋଜିତ ଉତ୍ସବରେ ପାଟଣା ବିଧାୟକ ତଥା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାୟକ ମୁଖ୍ୟ ଅତିଥି ଓ ଜିଲା ସଭାପତି ମାଧବ ସର୍ଦ୍ଦାର ସମ୍ମାନିତ ଅତିଥି ଭାବେ ଭାବେ ଯୋଗ ଦେଇ ଥିଲେ।

ମୀନା ମାଝି, ବିଜେଡି ସଦର ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ସମେତ ଅନ୍ୟମାନେ ଯୋଗ ଦେଇ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

Nuakhai wishes