ଉଦ୍ଧାର ହରିଣକୁ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ରାଇଡିହା ବିଟ୍ ଭଣ୍ଡାରୀବିଲା ଗ୍ରାମର ଭୀମସେନ ମହାନ୍ତଙ୍କ ପରିବା ବଗିଚାରୁ ସୋମବାର ସକାଳୁ ଏକ ଅଣ୍ଡିରା ହରିଣ ପଶି ଆସିଥିଲା।

କ୍ଷତାକ୍ତ ଅବସ୍ଥାରେ ବନ ବିଭାଗ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଦେଇଛି। ହରିଣଟି ପରିବା ବଗିଚାରେ ଘେରା ଯାଇଥିବା ଜାଲରେ ଫସି ରହିଥିବା ବେଳେ ବନପାଳ ଭୂପତି ସେଠୀ ଗାର୍ଡ ଓ ପାରା ଷ୍ଟାଫ୍ ସହ ପହଞ୍ଚି ହରିଣକୁ ଉଦ୍ଧାର କରି ସୁରକ୍ଷିତ ଛାଡି ଦେଇଛନ୍ତି।

ବିଜେଡି ସାଂସଦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଆଜି ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ୍ ପ୍ରଥମ ସାଂସଦ ପ୍ରାର୍ଥୀ ଭାବେ ଚାରି ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ନାମାଙ୍କନ ବେଳେ ବିଜେଡିର ଚମ୍ପୁଆ ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼,ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକ, ସଦର ବିଧାୟକ ପ୍ରାର୍ଥୀ ମୀନା ମାଝି, ତେଲକୋଇ ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର, ଜିଲା ବିଜେଡି ସଭାପତି କୁଶ ଆପଟ ସମେତ ଉପସ୍ଥିତ ଥିଲେ।

ଏକ ବିଶାଳ ଶୋଭାଯାତ୍ରାରେ ବିଜେଡି ନେତା ଓ କର୍ମୀ ମାନେ କାଳି ପଡିଆରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସାଂସ୍କୃତିକ ସମିତି ଓ କସ୍ତୁରୀ କ୍ଲବ ପକ୍ଷରୁ ଦହି ସରବତ ବଣ୍ଟନ

ସ୍ଥାନୀୟ ବଳଦେବଜୀଉ କଲୋନୀ ସାଂସ୍କୃତିକ ସମିତି ଓ କସ୍ତୁରୀ କ୍ଲବ ପକ୍ଷରୁ ମାଇନିଙ୍ଗ ରୋଡ଼ ସ୍ଥିତ ବଳଦେବଜୀଉ କଲୋନୀ ଛକ ନିକଟରେ ପ୍ରବଳ ଗ୍ରୀଷ୍ମ ପ୍ରକୋପକୁ ଆଖି ଆଗରେ ରଖି ଏକ ଜଳଛତ୍ର ଖୋଲାଯାଇଛି।ରବିବାର ୨ ହଜାରରୁ ଉର୍ଦ୍ଧ୍ଵ ବାଟୋଇ ଓ ରାସ୍ତାରେ ଯିବାଆସିବା କରୁଥିବା ଲୋକଙ୍କୁ ଦହିପଣା ଓ ସରବତ ବଣ୍ଟନ କରାଯାଇଥିଲା।

କ୍ଲଵ ସଭାପତି ସସ୍ମିତା ପ୍ରଧାନଙ୍କ ନେତୃତ୍ୱରେ ସଦସ୍ୟ ରଶ୍ମିରେଖା ବାବୁ, ନିଲମ ସାହୁ, ପ୍ରାଚିବକ୍ସି ମହାନ୍ତି, ଉପସଭାପତି ବନିଶ୍ରୀ ବାବୁ, କବିତା ଜେନା,ଜ୍ୟୋସ୍ନା ମହାପାତ୍ର,ଅମୃତା ପଟ୍ଟନାୟକ ପ୍ରମୁଖ ଏହି ଦହିପଣା ଓ ସରବତ ବଣ୍ଟନ କରାଯାଇଛି।

ଦଂଅଳା ଜଙ୍ଗଲରେ ନିଆଁ, ବ୍ୟାପକ କ୍ଷତି

ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ର ଦଂଅଳା ନିକଟ ଜଙ୍ଗଲ ରେ ନିଆଁ ଲାଗିଯିବାରୁ ବ୍ୟାପକ ଜଙ୍ଗଲ ପୋଡ଼ି ହୋଇଛି। ଫଳରେ ଗଛଲତା, ଜୀବଜନ୍ତୁ, ସରୀସୃପ ଆଦି କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡ଼ିଛି। ବଂଶପାଳ ଓ ଶୁଆକାଟି ରାସ୍ତା କଡ଼ରେ ନିଆଁ ଲାଗିଥିଲେ ହେଁ ବନ ବିଭାଗ ଜାଣି ପାରିଲେ ନାହିଁ। ନିଆଁ ଲାଗିଯିବାରୁ ଚାରିଆଡ଼େ ଧୁଆଁମୟ ହୋଇଯାଇଛି।

ଫଳରେ ରାସ୍ତାରେ ଯାତାୟତ ରେ ଲୋକେ ସମସ୍ୟା ଭୋଗୁଛନ୍ତି। ପରେ ଖବର ପାଇବା ପରେ ବନବିଭାଗ ପହଞ୍ଚି ନିଆଁ ଲିଭାଇବା ଉଦ୍ୟମ କରିଥିଲେ।

ଦଂଅଳା ଜଙ୍ଗଲରେ ନିଆଁ, ବ୍ୟାପକ କ୍ଷତି

ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ର ଦଂଅଳା ନିକଟ ଜଙ୍ଗଲ ରେ ନିଆଁ ଲାଗିଯିବାରୁ ବ୍ୟାପକ ଜଙ୍ଗଲ ପୋଡ଼ି ହୋଇଛି। ଫଳରେ ଗଛଲତା, ଜୀବଜନ୍ତୁ, ସରୀସୃପ ଆଦି କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡ଼ିଛି। ବଂଶପାଳ ଓ ଶୁଆକାଟି ରାସ୍ତା କଡ଼ରେ ନିଆଁ ଲାଗିଥିଲେ ହେଁ ବନ ବିଭାଗ ଜାଣି ପାରିଲେ ନାହିଁ। ନିଆଁ ଲାଗିଯିବାରୁ ଚାରିଆଡ଼େ ଧୁଆଁମୟ ହୋଇଯାଇଛି।

ଫଳରେ ରାସ୍ତାରେ ଯାତାୟତ ରେ ଲୋକେ ସମସ୍ୟା ଭୋଗୁଛନ୍ତି। ପରେ ଖବର ପାଇବା ପରେ ବନବିଭାଗ ପହଞ୍ଚି ନିଆଁ ଲିଭାଇବା ଉଦ୍ୟମ କରିଥିଲେ।

କେନ୍ଦୁଝର ଜିଲ୍ଲା ସମସ୍ୟାକୁ ନେଇ ଭାଜପାର ଚାର୍ୟ୍ଯସିଟ ଦାଖଲ

କେନ୍ଦୁଝର ଜିଲ୍ଲା ସମସ୍ୟାକୁ ନେଇ ଭାଜପାର ରାଜ୍ୟ ସରକାର ବିରୁଦ୍ଧରେ ଚାର୍ୟ୍ଯସିଟ ଦାଖଲ କରିଛନ୍ତି। ଜିଲ୍ଲାରେ ପାନୀୟ ଜଳ,ଶିକ୍ଷା, ସ୍ବାସ୍ଥ୍ୟ, ଜଳ ସେଚନ, ଅପରାଧ, ବେକାରୀ, ସଂସ୍କୃତି ଓ ଗୌରବ ଆଦି କ୍ଷେତ୍ରରେ ସମସ୍ୟା ସାଙ୍ଗକୁ ଡିଏମଏଫ, ମନରେଗା, କାଳିଆ , ଆବାସ ଯୋଜନା, ୫ଟି ଆଦିରେ ଦୁର୍ନୀତି ଯୋଗୁଁ ଜିଲା ତଥା ଓଡ଼ିଶାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି ବୋଲି କହିଥିଲ।

କେନ୍ଦୁଝର ଜିଲ୍ଲାବାସୀଙ୍କୁ କରାଯାଇଥିବା ପ୍ରତାରଣାର ଚାର୍ଜସିଟ ଦାଖଲ କରିଥିଲେ। ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ, ସଦର ବିଧାୟକ ପ୍ରାର୍ଥୀ ମୋହନ ମଝି,ତେଲକୋଇ ପ୍ରାର୍ଥୀ ଫକୀର ନାୟକ ସମେତ ସାମିଲ ହୋଇଥିଲେ।

ଆଇନଜୀବି ଦିବସ ପାଳିତ, ସମ୍ବର୍ଦ୍ଧିତ ହେଲେ ବରିଷ୍ଠ ଆଇନଜୀବୀ

ଆଜି ସ୍ଥାନୀୟ ଜିଲା ଓକିଲ ସଂଘ କାର୍ଯ୍ୟାଳୟରେ ସଂଘ ପକ୍ଷରୁ ମଧୁବାବୁଙ୍କ ଜୟନ୍ତୀ ପାଳନ ଅବସର ରେ ଆଇନ ଜିବୀ ଦିବସ ପାଳିତ ହୋଇ ଯାଇଛି। ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ତୁଷାରକାନ୍ତ ସାମନ୍ତ ଓ ନାରାୟଣ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସଂଘ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ସଦସ୍ୟା/ସଦସ୍ୟ, କାର୍ଯ୍ୟକର୍ତ୍ତା ମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥି ମାନେ ମଧୁ ବାବୁଙ୍କ ଜୀବନୀ ଓ ଆଦର୍ଶ ଉପରେ ମତାମତ ରଖିଥିଲେ।

ବୋଲେରୋ। ଧକ୍କା ରେ ମା ମୃତ ପୁଅ ଗୁରୁତର

କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତ୍ରୀ ରେ ଦୁର୍ଘଟଣା ରେ ମା ର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି ।ମୃତକ ଜଣକ ହେଲେ ବାଉଁଶୁଳି ଗ୍ରାମର ଶଙ୍କାରୀ ମୁଣ୍ଡା(୪୫) ଗୁରୁତର ପୁଅ ହେଉଛନ୍ତି ବିଜୟ ମୁଣ୍ଡା । ଉଭୟ ମା ପୁଅ ବାଇକ ଯୋଗେ ଘରକୁ ଯାଉଥିବା ସମୟରେ ଏକ ଵୋଲେରୋ ତାଙ୍କ ବାଇକ୍ କୁ ପଛ ପାର୍ଶ୍ଵ ରୁ ଧକ୍କା ଦେଇ ଦ୍ରୁତ ଗତିରେ ଉଖୁଣ୍ଡା ଆଡ଼କୁ ଫେରାର ହୋଇ ଯାଇଥିଲା।

ବିଜୁ ଯୁବ ଜନତା ଦଳ ପକ୍ଷରୁ ଦହି ସରବତ ବଣ୍ଟନ

କେନ୍ଦୁଝର ସହରରେ ପ୍ରବଳ ଗରମ କୁ ଦେଖି ବିଜୁ ଯୁବ ଜନତା ଦଳ ପକ୍ଷରୁ ଡେଲି ମାର୍କେଟ ନିକଟରେ ମୁଖ୍ୟ ରାସ୍ତାରେ ଦହି ସରବତ ବଣ୍ଟନ କରାଯାଇଛି। ଯୁବ ବିଜେଡି ରାଜ୍ୟ ଉପସଭାପତି ସୌମ୍ୟ ଶଙ୍କର ଚକ୍ର ଏହାକୁ ଉଦଘାଟନ କରି ନିଜେ ବଣ୍ଟନ କରିଛନ୍ତି। ବହୁ ବିଜେଡି କର୍ମୀ ଓ ସ୍ୱେଚ୍ଛାସେବୀ ସାମିଲ ହୋଇଛନ୍ତି।

ଅବକାରୀ ଚଢାଉ ଗିରଫ: ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ର ମଦ ଜବତ

କେଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶରେ ଶନିବାର ତୁରୁମୁଙ୍ଗା ଥାନା ହିରାପଶି ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ୧୦ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାର ଦେଶିଟମହୁଲି ମଦ ଜବତ କରିବା ସହ ମହୁଲ ପୋଚ ନଷ୍ଟ କରିଛି।

ଏଥି ସହ ମଦ ରନ୍ଧା ରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ଏହି ଘଟଣା ରେ ଅବକାରୀ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ବ୍ୟକ୍ତି ହେଉଛନ୍ତି ହୀରାପଶି ଗ୍ରାମର ପଦ୍ମ ମାଝୀ(୪୩) ବାଲିସାହି ର ଝରଣା ମାଝୀ (୨୬)।

Nuakhai wishes