କେନ୍ଦୁଝର ସହର ଜିଲ୍ଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ଆଜି ଏକ ବଣୁଆ ବାରହା ହଠାତ୍ ସକାଳ ନଅ ଟାରେ ପଶିଯିବାରୁ ଚାଞ୍ଚଲ୍ୟ ଖେଳିଯାଇଛି।
ବନ ବିଭାଗ ପକ୍ଷରୁ ବାରହାଟିକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ବାରହାଟି କେଉଁଠୁ ଆସିଲା ଜଣା ପଡିନାହିଁ। ତେବେ କ୍ଷତାକ୍ତ ହୋଇଥିବା ସୂଚନା ମିଳିଛି। ମେଡ଼ିସିନ ଦୋକାନ କର୍ମଚାରୀମାନେ ଅଳ୍ପକେ ସେଠାରୁ ଖସି ବର୍ତ୍ତି ଯାଇଛନ୍ତି। ବାହାରକୁ ଆସି ସଟର ବନ୍ଦ କରି ବନ ବିଭାଗକୁ ସୂଚନା ଦେଇଥିଲେ। ବାରହା ଉଦ୍ଧାର ଦେଖିବାକୁ ଶହ ଶହ ଲୋକଙ୍କ ଭିଡ ଜମିଛି।