ବିଲ ରୁ ଯୁବକ ଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର

କେନ୍ଦୁଝର ଜିଲା ପାଟଣା ବ୍ଲକ କ୍ଷୀରେଇ ଟାଙ୍ଗିରି ପଞ୍ଚାୟତ ଡଳଙ୍ଗ ଗାଁ ରଏକ ବିଲରୁ ଗୁରୁବାର ଜଣେ ୨୮ ବର୍ଷୀୟ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ଡଳଙ୍ଗ ଗ୍ରାମର ବିରେନ୍ଦ୍ର ନାଏକ ।

ବିରେନ୍ଦ୍ର ଙ୍କ ଡାହାଣ ଗୋଡ଼ ,ନାକ ରୁ ରକ୍ତ ଶ୍ରାବ ଚିହ୍ନ ଲାଗିଥିବା ବେଳେ ମୁହଁ ରେ ଅନେକ ରକ୍ତ ଛିଟା ଲାଗିଥିବା ଦେଖିବାକୁ ମିଳିଛି। ପରିପାର୍ଶିକ ସ୍ଥିତି କୁ ଦେଖି ବିରେନ୍ଦ୍ରଙ୍କୁ କେହି ହତ୍ୟା କରିଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ପ୍ରକୃତ ତଥ୍ୟ ଜଣା ପଡିବ ବୋଲି ତୁରୁମୁଙ୍ଗା ଥାନା ଧିକାରୀ ମଦନ ମୋହନ ନାଏକ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes