ଶବବ୍ୟବଚ୍ଛେଦ ରେ ବିଲମ୍ୱ ନେଇ ଅସନ୍ତୋଷ

କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଜି ଝୁମ୍ପରା ଅଞ୍ଚଜରେ ଜଣେ ସର୍ପାଘାତରେ ମୃତକଙ୍କ ଶବବ୍ୟବଛେଦ ହୋଇ ନପାରିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ପୋଲିସ କାଗଜପତ୍ରରେ ବିଳମ୍ବ ହୋଇଥିବାରୁ ବ୍ୟବଚ୍ଛେଦ ହୋଇ ପାରି ନ ଥିବା ସିଡିଏମଓ କହୁଥିବା ବେଳେ ଝୁମ୍ପୂରା ପୋଲିସ ସନ୍ଧ୍ୟା ପାଞ୍ଚ ଟା ପୂର୍ବରୁ କାଗଜପତ୍ର କରିଥିଲେ ହେଁ ଡାକ୍ତର ନ ଆସିବାରୁ ବିଳମ୍ବ ହେଲା ବୋଲି ପରସ୍ପର ଦୋଷାରୋପ କରୁଥିବାରୁ ମାନବାଧିକାର କର୍ମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟ ପକ୍ଷରେ ସନ୍ଧ୍ୟାରେ ମୃତ ଦେହ କୁ ଶବାଗୃହରେ ରଖାଯାଇଛି । ତାଙ୍କ ସ୍ତ୍ରୀ ଭଉଣୀ ରାତି କିପରି କାଟିବେ ଚିନ୍ତାରେ ଅଛନ୍ତି।

ବେଆଇନ ପାର୍କିଂ ଯୋଗୁଁ ଦୂର୍ଘଟଣା,ହେଲପର ମୃତ

କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୦ ର ବାଇପାସ ରାସ୍ତା ସିଦ୍ଧମଠ ନିକଟରେ ବେଆଇନ ପାର୍କିଂ କରିଥିବା ଏକ ଟ୍ରକ ପଛ ପଟରେ ଆଉ ଏକ ଧକ୍କା ଦେବାରୁ ଟ୍ରକ ର ହେଲପର ର ମୃତ୍ୟୁ ହୋଇଛି । ମୃତ ହେଲପର ନାମ ନୁନୁଚାନ୍ଦ ମାହାତୋ (୧୯) ବର୍ଷ ଏବଂ ତାଙ୍କ ଘର ଝାଡଖଣ୍ଡ ରାଜ୍ୟ ବୋକାରୋ ର ବୋଲି ଜଣାପଡିଛି । ତେବେ ପୋଲିସ ବେଆଇନ ପାର୍କିଂ କୁ ରୋକିବାରେ ବିଫଳ ହେଉଥିବାରୁ ବାରମ୍ବାର ଦୁର୍ଘଟଣା ଘାଟି ଧନ ଜୀବନ ହାନି ଘଟୁଥିବାରୁ ମାନବାଧିକାର କର୍ମୀ ମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

ରାମ ଲକ୍ଷ୍ମଣ ବେଶରେ ଦର୍ଶନ ଦେଲେ ଶ୍ରୀ ଜୀଉ

କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଶ୍ରୀ ବଳଦେବଜୀଉ ଙ୍କ ଗୁଣ୍ଡିଚା ମନ୍ଦିର ରେ ଆଜି ରାମ ଲକ୍ଷ୍ମଣ ବେଶ ଅନୁଷ୍ଠିତ ହୋଇଛି।

ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଛି।ସେହିପରି ବଡ଼ ଦାଣ୍ଡ ରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ମେଳା ଓ ମୀନା ବଜାର ବୁଲି ବାକୁ ଲୋକ ଙ୍କ ଭିଡ ଜମୁଛି।

ନାବାଳିକା ଙ୍କ ଝୁଲନ୍ତା ମୃତ ଦେହ ଠାବ

କେନ୍ଦୁଝର ଜିଲା ସାହାରପଡା ବ୍ଲକ ଉପାନ୍ତ ଅଞ୍ଚଳ ରାଇଡିହା ପଞ୍ଚାୟତ ଜାରକାଣୀ ବେଡା ଗାଁ ଛକନିକଟରେ ଥିବା ଏକ ଲିମ୍ବ ଗଛ ରେ ଶୁକ୍ରବାର ଅପରାହ୍ନରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ଝୁଲନ୍ତା ମୃତଦେହ ଠାବ ହୋଉଛି।

ଏକ ଟେଣ୍ଟ କପଡା କୁ ବେକରେ ଲଗାଇ ନାବାଳିକା ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ।

ଘର ଭିତରୁ ୪ ଫୁଟ ଲମ୍ବ ର ରଣା ସାପ ଉଦ୍ଧାର

କେନ୍ଦୁଝର ଜିଲା ପାଟଣା ବ୍ଲକ ସୋରାସକେଲା ପଞ୍ଚାୟତ ତୁଳସୀପୁର ଗାଁ ରୁ ଶୁକ୍ରବାର ସକାଳେ ବନ ବିଭାଗ ର ପାରାଷ୍ଟାଫ ଏକ ୪ ଫୁଟ ଲମ୍ବ ର ରଣା ସାପ କୁ ଉଦ୍ଧାର କରି ଜଙ୍ଗଲ ରେ ଛାଡି ଛନ୍ତି।

ସୂଚନା ଅନୁଯାୟୀ ତୁଳସୀପୁର ଗ୍ରାମର କଳାକାର କାର୍ଜି ଙ୍କ ଘର ଭିତରେ ଏକ ରଣା ସାପ ପଶିଥିଲା ।ପରିବାର ଲୋକେ ସାପ କୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ ।ଖବର ପାଇ ଘଟଣା ସ୍ଥଳ ରେ ବନ ବିଭାଗ ର ପାରାଷ୍ଟାଫ ସାପ କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ଖମୁଆଁ ଜଙ୍ଗଲ ରେ ଛାଡି ଦେଇଛନ୍ତି l

ଶ୍ରୀ ଜୀଉଙ୍କ କ୍ରୁଷ୍ଣ ବଳରାମ ବେଶ ଦର୍ଶନ

କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଶ୍ରୀ ବଳଦେବଜୀଉ ଙ୍କ ଗୁଣ୍ଡିଚା ମନ୍ଦିର ରେ ଆଜି କ୍ରୁଷ୍ଣ ବଳରାମ ବେଶ ଅନୁଷ୍ଠିତ ହୋଇଛି। ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଝିପି ଝିପି ବର୍ଷା ମଧ୍ୟ ଭିଡ ଜମିଛି।ସେହିପରି ବଡ଼ ଦାଣ୍ଡ ରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଉଛି।

ଏହି ଅବସରରେ ଭଜନ କାର୍ଯ୍ୟକ୍ରମ ପରିବେଶ କୁ ମୁଗ୍ଧ ମନ୍ତ କରୁଛି। ମେଳା ଓ ମୀନା ବଜାର ଜାଣିଥିଲେ ହେଁ ବର୍ଷା ଯୋଗୁଁ ମାନ୍ଦା ହୋଇଯାଇଛି।

ତେଲକୋଇରେ ହାତୀ ଆକ୍ରମଣରେ ଚାରି ଆହତ, ଦୁଇ ଗୁରୁତର

କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳର ଦୁଇଟି ସ୍ଥାନରେ ଆଜି ସକାଳୁ ତେଲକୋଇ ବନାଞ୍ଚଳରେ ଦୁଇଟି ସ୍ଥାନରେ ହାତୀ ଆକ୍ରମଣରେ ୪ ଜଣ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ହେଁ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।

ଏମାନେ ସବୁ ଗରିବ ଶ୍ରେଣୀର ଏବଂ କେନ୍ଦୁପତ୍ର ତୋଳିବା କାମ କରନ୍ତି। ଆହତମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ କୁଣ୍ଢେଇହତା ଗ୍ରାମର ହେମନ୍ତ ସେଠୀ (୩୮), ଦ୍ଵିତିକୃଷ୍ଣ ଦେହୁରୀ (୩୭), ଗୋପୀନାଥ ଦେହୁରୀ (୫୫)ଓ ମଲଣ୍ଡା ଗ୍ରାମର ଚୁଡ଼ିଆ ମୁଣ୍ଡା (୫୭) ବୋଲି ଜଣା ପଡିଛି।

ରଥ ଉପରୁ ସେବାୟତଙ୍କୁ ଓହ୍ଲାଇବା ନେଇ ବିବାଦ

ରଥ ଉପରୁ ପହଣ୍ଡିଆ ଓ ସେବାୟତ ମାନଙ୍କୁ ତଳକୁ ପୋଲିସ ଓହ୍ଲାଇ ଦେଇଥିଲା। ଫଳରେ କିଛି ସମୟ ପାଇଁ ରଥ ଟଣା ହେବା ପୂର୍ବରୁ ଉତେଜନା ପରିସ୍ଥିତି ଉପୁଜିଥିଲା। ପୋଲିସ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କୁ ପ୍ରତିବାଦ କରି ସମସ୍ତେ ଓହ୍ଲାଇ ଆସିବାରୁ ପରେ ଜିଲାପାଳ ଓ ଏସପି ବୁଝାସୁଝା ପରେ ରଥ ରେ ଚଢ଼ିଥିଲେ ଓ ରଥ ଟଣା ଆରମ୍ଭ ହୋଇଥିଲା। ପୋଲିସ ସେମାନଙ୍କୁ ଧକ୍କା ମାରିଥିବା ନେଇ ଅଭିଯୋଗ କରିଥିଲେ। (ଫଟୋ)

ରଥ ଉପରୁ ସେବାୟତଙ୍କୁ ଓହ୍ଲାଇବା ନେଇ ବିବାଦ

ରଥ ଉପରୁ ପହଣ୍ଡିଆ ଓ ସେବାୟତ ମାନଙ୍କୁ ତଳକୁ ପୋଲିସ ଓହ୍ଲାଇ ଦେଇଥିଲା। ଫଳରେ କିଛି ସମୟ ପାଇଁ ରଥ ଟଣା ହେବା ପୂର୍ବରୁ ଉତେଜନା ପରିସ୍ଥିତି ଉପୁଜିଥିଲା। ପୋଲିସ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କୁ ପ୍ରତିବାଦ କରି ସମସ୍ତେ ଓହ୍ଲାଇ ଆସିବାରୁ ପରେ ଜିଲାପାଳ ଓ ଏସପି ବୁଝାସୁଝା ପରେ ରଥ ରେ ଚଢ଼ିଥିଲେ ଓ ରଥ ଟଣା ଆରମ୍ଭ ହୋଇଥିଲା। ପୋଲିସ ସେମାନଙ୍କୁ ଧକ୍କା ମାରିଥିବା ନେଇ ଅଭିଯୋଗ କରିଥିଲେ। (ଫଟୋ)

ଅନ୍ଧାର ଯୋଗୁଁ ଅଧା ବାଟରେ ଅଟକିଲା ମଲ୍ଲୀପଶି ରଥ

ରାଜନଗରର ପ୍ରାଚୀନ ଦଧିବାମନ ଜିଉ ଓକେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ସ୍ଥିତ ପ୍ରାଚୀନ ଦଧିବାମନ ଜିଉ , ମଲ୍ଲୀପଶି ,ଟାଙ୍ଗରପଡା,ଓ ସରାସକୋଲା ସ୍ଥିତ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ଘୋଷ ଯାତ୍ରା ମଙ୍ଗଳବାର ନୀତି କାନ୍ତି ରେ ସମ୍ପନ୍ନ ହୋଇଛି।

ଦେବ ନୀତି ପରେ ଭକ୍ତି ମୟ ପରିବେଶ ରେ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଦଧିବାମନ ଜୀୟୁଙ୍କ ରଥରେ ପରୀକ୍ଷା ଦୁର୍ଯ୍ୟୋଧନମିଶ୍ର ଛେରା ପହଁରାକରିଥିବା ବେଳେ ମଲ୍ଲୀପଶି ରାଜା ରବିନାରାୟଣ ସିଂ ଛେରା ପହଁରା କରିଥିଲେ। ମଲ୍ଲୀପଶି ରେ ଶ୍ରୀ ଜୀଉ ଙ୍କ ୩ ରଥ ଅଧା ବାଟରେ ଅନ୍ଧାର ଯୋଗୁ ଅଟକିଥିଲା।

Nuakhai wishes