ଶିକ୍ଷକ ରମାରଞ୍ଜନଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦେଲେ ଛାତ୍ରଛାତ୍ରୀ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ପୁରାତନ ଜିଏନ ହାଇସ୍କୁଲ ସ୍ୱାମ ପାଟଣାର ବିଜ୍ଞାନ ଶିକ୍ଷକ ରମା ରଞ୍ଜନ ପତି ସୋମବାର ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି।

ଆୟୋଜିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରତପ ଚଦ୍ର ମହାନ୍ତଙ୍କ ଅଧକ୍ଷତାରେ ଶିକ୍ଷକ ନୁରୂପମା ନାଏକ, କୈଳାଶ ଚନ୍ଦ୍ର ମହାନ୍ତ, ସମୀର ରଞ୍ଜନ ନାଏକ, ପ୍ରିୟମ୍ବଦା ନାଏକ, ଶର୍ମିଷ୍ଠା ସୋରେନ, ଦୁର୍ଗା ବତୀ ମହାନ୍ତ, ଦେବାଶିଷ ସାମଲ, ରାଜବିର ବିନ୍ଧାଣି,ମଞ୍ଜୁ ବାଳା ମିଶ୍ର, ଡମ୍ବରୁ ଧର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ରମାରଞ୍ଜନ ଜଣେ କର୍ତ୍ତବ୍ୟ ନିଷ୍ଠ ଶିକ୍ଷକ ଥିଲେ ବୋଲି କହିଛନ୍ତି।

ଜିଲ୍ଲା ଦୌରା ଜଜଙ୍କୁ ବିଦାୟୀ

କେନ୍ଦୁଝର ଜିଲ୍ଲା ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ରଙ୍କ ବଦଳି ହୋଇଥିବାରୁ ଜିଲ୍ଲା ଓକିଲ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି।

ଏହି ଅବସରରେ ଆୟୋଜିତ ବିଦାୟୀ କାଳୀନ ସଭାରେ ଜିଲ୍ଲା ସଂଘର ସଭାପତି ଆଶିଷ ଚକ୍ରବର୍ତ୍ତୀ, ଉପସଭାପତି ଆଲୋକ ମହାନ୍ତ, ସମ୍ପାଦକ ସଂଜୀବ ଦାସ ସମେତ ଉପସ୍ଥିତ ରହିଥିଲେ। ଏହି ଅବସରରେ ବରିଷ୍ଠ ଆଇନଜୀବୀ ଚତୃଭୂଜ ହୋତା, ଗୋପାଳ କୃଷ୍ଣ ପରିଡ଼ା, ଅଶ୍ୱନି ପଟ୍ଟନାୟକ, ଜ୍ୟୋତିର୍ମୟୀ ଷଡ଼ଙ୍ଗୀ ତାଙ୍କୁ ଶ୍ରୀଜୀଉଙ୍କ ଫଟୋ ସହିତ ଉପଢୋକନ, ପୁଷ୍ପମାଳ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସଂଘର ସମସ୍ତ ଆଇନଜୀବୀ ଉପସ୍ଥିତ ଥିଲେ।

ଏନଏଚ ୪୯ ଓଏମସି ଛକ ରେ ସିରିଜ ଦୁର୍ଘଟଣା, ଜଣେ ମୃତ ଓ ଅନେକ ଆହତ

କେନ୍ଦୁଝର ସଦର ଥାନା ଶୁଆକାଟି ଓଏମସି ଛକରେ ଏନଏଚ ୪୯ରେ ଆଜି ପୂର୍ବାହ୍ନରେ ଏକ ସିରିଜ୍ ଦୁର୍ଘଟଣାରେ ଜଣେ ବୁଲେଟ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ରୁ ଉର୍ଦ୍ଧ୍ବ ବସ୍ ଯାତ୍ରୀ ଆହତ ହୋଇଛନ୍ତି।

ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ବୁଲେଟ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟରେ କେନ୍ଦୁଝରରୁ କାଞ୍ଜିପାଣି ଆଡ଼କୁ ଯାଉଥିବା ଅମ୍ବା ବସ ପଛରେ ଏକ ଟ୍ରକ୍ ଧକ୍କା ଦେବାରୁ ୧୧ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇ ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି। ଆଉ ଏକ ମିନି ପିକଅପ ବସ ଦୁର୍ଘଟଣା ଘଟାଇ ଥିବା ଟ୍ରକ୍ ପଛରେ ପିଟି ହୋଇଯିବାରୁ ରାସ୍ତା କଡ ଡ୍ରେନ ଭିତରକୁ ପସି ଯାଇଥିଲା।

ଦୁଇ ଶିଶୁ ରାସ୍ତାରୁ ଉଦ୍ଧାର

ରବିବାର ରାତିରେ ଏକୁଟିଆ ଚାଲିଚାଲି ଯାଉଥିବା ବେଳେ ଦୁଇ ଜଣା ଶିଶୁଙ୍କୁ ସଦର ବ୍ଲକ ଟାଂଗରାଣୀ ଗ୍ରାମର ଦୁଇ ସମାଜସେବୀ ଅରୁଣ ବ୍ରହ୍ମ, ରଂଜନ ବେହେରା ଉଦ୍ଧାର କରି ପଚାରିଥିଲେ।ସେମାନଙ୍କ ଘର୍ ମଲଦା ପଂଚାୟତର ଘୋଡାତୁପା ଗ୍ରାମରେ ଏବଂ ଖୁମ୍ପୁରା ବ୍ଲକର ଖୁମ୍ପୂରା ନୋଡାଲ ସ୍କୁଲରେ ପଡ଼ୁଥିବା କହିଥିଲେ ।

ସେମାନେ ସ୍କୁଲ ହଷ୍ଟେଲରୁ ଘରକୁ ଚାଲି ଚାଲି ପଳାଇ ଯାଉଥିଲେ ବୋଲି କହିଛନ୍ତି। ଏ ନେଇ ଝୁଂପରା ଥାନାକୁ ସୂଚନା ଦେବା ପରେ ପୋଲିସ ସେମାନଙ୍କୁ ଉଦ୍ଧାର କରି ହଷ୍ଟେଲକୁ ନେଇ ପଚରା ଉଚୁରା କରୁଥିବା ଜଣାପଡ଼ିଛି। ଦୁଶାସନ ସିଂ ବିଇଓ କହିଛନ୍ତିଯେ ହଷ୍ଟେଲକୁ ଦୁଇ ଶିଶୁ ଫେରିଛନ୍ତି।

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

କେନ୍ଦୁଝର ଜିଲା ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ଥ ବଡ଼ ଜାମୁପଶି ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ରବିବାର ରାତ୍ରି ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି ।ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ସୋନୁ ମୁଣ୍ଡାଙ୍କ ପୁଅ କୁନା ମୁଣ୍ଡା ।

ସୂଚନା ଅନୁଯାୟୀ କୁନା ରବିବାର ଅପରାହ୍ନରେ ବିଲ କାମ ସାରି ଘରକୁ ଫେରିବା ପରେ ପୋଖରୀ ଗାଧୋଉଥିବା ବେଳେ ହଠାତ ପଡିଯିବା ପରେ ଅସୁସ୍ଥ ଅନୁଭବ କରିଥିଲେ। ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ସହାୟତା ରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବିଶ୍ଵ ଆଦିବାସୀ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦୁଝର ଭୁଆଁ ସାଂସ୍କୃତିକ ଅନୁଷ୍ଠାନ ଧୋବାଡ଼ିହା ଠାରେ ଆଗାମୀ ଅଗଷ୍ଟ ୯ ତାରିଖରେ ପାଳନ ହେବାକୁ ଥିବା ବିଶ୍ଵ ଆଦିବାସୀ ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇ ଯାଇଛି। କେନ୍ଦୁଝର ମିଳିତ ଆଦିବାସୀ କ୍ରିୟାନୁଷ୍ଠାନ କମିଟର ଡାକରାରେ ଉକ୍ତ ଦିବସ ରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ କେନ୍ଦୁଝର ଜିଲ୍ଲାର ୧୫ ଟି ଆଦିବାସୀ ସଂପ୍ରଦାୟର ମୁଖିଆ ତଥା ଜାତି ସଭାପତି ମାନେ ଯୋଗ ଦେଇ ଆଲୋଚନା କରିଥିଲେ। ବିଶ୍ଵ ଆଦିବାସୀ ଦିବସ ପାଳନ କିପରି ଧୁମ୍ ଧାମରେ କରାଯିବ ସେ ନେଇ ଆଲୋଚନା ହୋଇଥିଲା।

ଲଗାଣ ବର୍ଷାରେ ମାଟି କାନ୍ଥ ପଡ଼ି ବୃଦ୍ଧ ମୃତ

କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା କେନ୍ଦୁଯୋଡ଼ା ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଲଗାଣ ବର୍ଷା ଫଳରେ ବତୁରୀ ଥିବା ମାଟି କାନ୍ଥ ଜାକି ଦେବାରୁ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।

ମୃତ ବୃଦ୍ଧ ହେଉଛନ୍ତି ମାନ ସିଂ ମାଝୀ ଓରଫ ହାଁସଦା। ସୂଚନା ଅନୁଯାୟୀ ମାନ ସିଂ ଙ୍କ ସ୍ତ୍ରୀ ରୋଷେଇ କରୁଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ମାନସିଂ କାନ୍ଥକୁ ଆଉଜି ବସିଥିଲେ। ଲଗାଣ ବର୍ଷାରେ ବତୁରୀ ଥିବା ମାଟି କାନ୍ଥ ତାଙ୍କ ଉପରେ ଖସି ପଡ଼ିଥିଲା।ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।

ଛୁଟିରେ ଗାଁକୁ ଆସିଥିବା ବିଏସ୍ଏଫ ଯବାନଙ୍କ ଉନ୍ମତ୍ତ କାଣ୍ଡ

କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଫକୀରପୁର ଗାଁରେ ଜଣେ ବିଏସ୍ଏଫ ଯବାନ ଘରେ ସ୍ତ୍ରୀକୁ ମାଡ଼ ମାରୁଥିବାରୁ ସେ ସହାୟତା ପାଇଁ ପୁଲିସକୁ ଫୋନ୍ କରିଥିଲେ।

ସହାୟତା ପାଇଁ ଆସିଥିବା ପୁଲିସଙ୍କୁ ମଧ୍ୟ ପିଟିଲେ ଯବାନ। ଉନ୍ମତ୍ତ ଯବାନଙ୍କୁ ପୁଲିସ ଥାନାକୁ ନେଇ ଅଟକ ରଖିଥିବା ସୂଚନା ମିଳିଛି।

Nuakhai wishes