ପରିବହନ ବିଭାଗ ପକ୍ଷରୁ ଧରପଗଡ, ୩୦୨ ବିରୁଦ୍ଧରେ ଇ-ଚାଲାଣ

କେନ୍ଦୁଝର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗତ ୧୯ ତାରିଖରୁ କେନ୍ଦୁଝର ଜିଲା ବିଭିନ୍ନ ରାସ୍ତାରେ ବେଆଇନ ଚଳାଚଳ ଟ୍ରାଫିକ ଉଲଘଂନ ଆଦି ନେଇ ଚଢାଇ କରାଯାଇଛି।

ତିନି ଦିନରେ ୩୦୨ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଇ-ଚାଲାଣ କଟା ଯାଇ ୪୨ ଜଣ ଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଛି । ସେଥି ମଧ୍ୟରୁ ୧୦୮ ଜଣ କ୍ଷୀପ୍ର ଗତିରେ ଗାଡି ଚାଳନା, ୧୪ ଜଣ ମଦ୍ୟପାନ କରି ଗାଡ଼ି ଚାଳନା, ୬୯ ବିନା ହେଲମେଟ, ୧୦ ଜଣ ନାବାଳକ ଗାଡ଼ି ଚାଳନା, ୫ ଓଭର ଲୋଡ ଓ ୫ ଜଣ ମୋବାଇଲ ଧରି ଗାଡ଼ି ଚାଳନା ପାଇଁ କେସ ହୋଇଥିବା ଆର ଟି ଓ ଗୋପାଳ କୃଷ୍ଣ ଦାସ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes