ସୂଚନା ଅଧିକାର ଅଧିନିୟମ ଫଳକରେ ଭୁଲ ସୂଚନା

ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସୂଚନା ଅଧିକାର ଅଧିନିୟମ ସୂଚନାଫଳକରେ ଭୁଲ ସୂଚନା ଥିଲେ ହେଁ ସଂଶୋଧନ କରାଯାଉନାହିଁ। ବଦଳି ହୋଇ ଯାଇଥିବା ଡିଇଓ କପିଳେନ୍ଦ୍ର ମିଶ୍ର ଓ ସଂଗ୍ରାମ ସାହୁ ଉଭୟଙ୍କ ନାମ ପ୍ରଥମ ଅପିଲ କତୃପକ୍ଷ ଭାବରେ ଏବେ ମଧ୍ୟ ଲେଖା ଯାଇଛି।

ଫଳରେ ଏହାକୁ ନେଇ ସୂଚନା ଅଧିକାର କର୍ମୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ସଂଶୋଧନ କରିବାକୁ ଏବେ ଥିବା ଡି ଇ ଓ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କୁ ଦାବି କରିଛନ୍ତି। ଅଫିସ ସମ୍ମୁଖରେ ଏହି ସୂଚନା ଲେଖା ଯାଇଥିଲେ ହେଁ ଅଧିକାରୀ ଓ ଅନ୍ୟ କର୍ମଚାରୀ ଜାଣି ପାରୁନାହାନ୍ତି ନା ଜାଣି ଅଜଣା ରହୁଛି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes