ବାଲିଶଙ୍କରାରେ 24 ଘଣ୍ଟାରେ 86.4 ମିମି ବର୍ଷା

ଗତ 24 ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରାରେ 86.4, ଲେଫ୍ରିପଡାରେ 40.4 ଏବଂ ଟାଙ୍ଗରପାଲିରେ 31.4 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି l

ବଣାଇ ହକି ଷ୍ଟାଡିଅମ ବୁଲିଲେ ଅସିତ ତ୍ରିପାଠୀ

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିବା ସହ ବଣାଇ ହକି ଷ୍ଟାଡିଅମ ଏବଂ ଝିରଡ଼ାପାଲି ଠାରେ ନିର୍ମାଣାଧୀନ ଭାରୀ ମୋଟର ଜଣ ଡ୍ରାଇଭିଂ ତାଲିମ କେନ୍ଦ୍ର ବୁଲି ଦେଖିଛନ୍ତି l

ସ୍କୁଲ ପଛ ପାର୍ଶ୍ଵରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଗର୍ଜନବାହାଲ ହାଇସ୍କୁଲର ଜଣେ ଛାତ୍ରଙ୍କ ମୃତଦେହ ଆଜି ସକାଳେ ସ୍କୁଲ ପଛ ପାର୍ଶ୍ଵରୁ ଉଦ୍ଧାର କରାଯାଇଛି l ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି l

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, 1 ଆହତ

ରାଉରକେଲା ଲାଠିକଟାର ଦଲାକୁଦର ନିକଟରେ ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ଆଜି ସନ୍ଧ୍ୟାରେ ସଂଘର୍ଷ ହୋଇଛି ଏବଂ ପରସ୍ପରକୁ ଛୁରାମାଡ଼ କରିଛନ୍ତି l ଏଥିରେ ଦୁଇଜଣ ଆହତ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚରେ ଭର୍ତ୍ତି କରାଯାଇଛି l

Nuakhai wishes