ପୁଅ ଚାପୁଡ଼ାରେ ମାର ମୃତ୍ୟୁ ଅଭିଯୋଗ

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁମ୍ଭାରପଡାର ଗୁଆଲା ବସ୍ତିରେ ଘରୋଇ କଳିରୁ ପୁଅ ଚାପୁଡ଼ାରେ ମାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି l
ପୁଲିସ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଛି l

ବରଗାଁ ଶିଳ୍ପ ତାଲିମ ପ୍ରତିଷ୍ଠାନ ବୁଲିଲେ ଅସିତ ତ୍ରିପାଠୀ

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଆଜି ସୁନ୍ଦରଗଡ଼ ଜିଲ୍ଲାର ବରଗାଁ ସ୍ଥିତ ଜିଲ୍ଲାର ସର୍ବପୁରାତନ ଶିଳ୍ପ ତାଲିମ କେନ୍ଦ୍ର ପରିଦର୍ଶନ କରିଛନ୍ତି l
ପରେ ଶ୍ରୀ ତ୍ରିପାଠୀ ସୁନ୍ଦରଗଡ଼ ସହରରେ ଥିବା ମାଦ୍ରୀ କାଲୋ ଭବନ ପୁନରୁଦ୍ଧାର କାର୍ଯ୍ୟର ଶିଳାନ୍ୟାସ କରିଥିଲେ l

ସୁନ୍ଦରଗଡ଼ ଜିଲ୍ଲାର ଅର୍ଥନୈତିକ ବିକାଶର ସମୀକ୍ଷା କଲେ ଅସିତ ତ୍ରିପାଠୀ

ରାଉରକେଲା ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି l
ସେ ଏକ ନବନିର୍ମିତ କଲ୍ୟାଣ ମଣ୍ଡପ ଉଦଘାଟନ କରିବା ସହ ବିର୍ସା ମୁଣ୍ଡା ଖେଳପଡ଼ିଆ ଓ ରାଉରକେଲା ସ୍ବୟଂଶାସିତ ମହାବିଦ୍ୟାଳୟ ମଧ୍ୟ ବୁଲିଥିଲେ l

ସୁନ୍ଦରଗଡ଼ରେ ଫେରୋ ଆଲୟ ପ୍ଲାଣ୍ଟ ପ୍ରସ୍ତାବକୁ ମଞ୍ଜୁରୀ

ସୁନ୍ଦରଗଡ଼ ଜିଲ୍ଲାରେ ଡିଆରଆଇ ଆଣ୍ଡ ପେଲେଟ ଉଇଥ ବେନିଫିସିଏସନ ପ୍ଲାଣ୍ଟ ଏବଂ ଫେରୋ ଆଲୟ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଏନଭାଇରୋକେୟାର ଇନଫ୍ରାସଲ୍ୟୁସନ ପ୍ରାଇଭେଟ ଲିମିଟେଡ଼ର ଏକ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଛି l
ଏହାଦ୍ୱାରା 600 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ l

ସୁନ୍ଦରଗଡ଼ରେ ଲୁହାପଥର ବେନିଫିସିଏସନ ପ୍ଲାଣ୍ଟ ପ୍ରସ୍ତାବ

ସୁନ୍ଦରଗଡ଼ରେ ଫିଡ଼ର୍ସ ଇଲେକଟ୍ରିକ ଆଣ୍ଡ ଇଞ୍ଜିନିୟରିଂ ଲିମିଟେଡ଼ 533.25 କୋଟି ଟଙ୍କା ନିବେଶରେ ଏକ ଲୁହାପଥର ବେନିଫିସିଏସନ ପ୍ଲାଣ୍ଟ କରିବ l
ମଞ୍ଜୁରୀ ମିଳିଥିବା ଏହି ପ୍ରକଳ୍ପରେ 1029 ନିଯୁକ୍ତି ସୃଷ୍ଟି ହେବ l

ବାଲିଶଙ୍କରାରେ 24 ଘଣ୍ଟାରେ 86.4 ମିମି ବର୍ଷା

ଗତ 24 ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରାରେ 86.4, ଲେଫ୍ରିପଡାରେ 40.4 ଏବଂ ଟାଙ୍ଗରପାଲିରେ 31.4 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି l

Nuakhai wishes