ଯାତ୍ରୀବାହୀ ବସ୍ ଓଲଟି ଜଣେ ମୃତ ,୩୦ ଆହତ

ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ହାତୀଖମ୍ବା ନିକଟରେ ଗତକାଲି ବିଳମ୍ବିତ ରାତିରେ ସାଇକୃପା ନାମକ ଯାତ୍ରୀବାହୀ ବସ ଭରସମ୍ୟ ହରାଇ ଓଲଟି ପଡିବାରୁ ଜଣେ ମହିଳା ମୃତ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି ।

୩୦ ଆହତଙ୍କ ମଧ୍ୟରୁ ୧୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ରାୟଗଡା ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିବା ସୂଚନା ।

ବିଷାକ୍ତ ଛତୁ ଖାଇ ୭ ଗୁରୁତର

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ପାଇକସୁଫେଲ ଗାଁର ୭ ଜଣ ବିଷାକ୍ତ ଛତୁ ଖାଇ ଅସୁସ୍ଥ ଅଛନ୍ତି।

ଅସୁସ୍ଥ ୭ ଜଣ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

ପଦ୍ମପୁରରେ 24 ଘଣ୍ଟାରେ 122 ମିମି ବର୍ଷା

ରାୟଗଡା ଜିଲ୍ଲାର ପଦ୍ମପୁରରେ ଗତ 24 ଘଣ୍ଟାରେ 122 ମିଲିମିଟର ବର୍ଷା ହୋଇଥିବା ବେଳେ ଗୁଡ଼ାରୀରେ 96.4, ବିଷମକଟକରେ 42.6 ଏବଂ କାଶୀପୁରରେ 42 ମିମି ବର୍ଷା ରେକର୍ଡ କରାଯାଇଛି l

ମୁନିଗୁଡ଼ାରେ ସାଢ଼େ ୬ କୁଇଣ୍ଟାଲ ଗଞ୍ଜେଇ ଜବତ, ୪ ଗିରଫ

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରୁ ଟ୍ରକରେ ୬ କୁଇଣ୍ଟାଲ ଗଞ୍ଜେଇ ଦିଲ୍ଲୀ ଚାଲାଣ ବେଳେ ପୁଲିସ୍‌ ଜବତ କରିବା ସହ ୪ ଜଣକୁ ଗିରଫ କରିଛି।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ।

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ବାଇକ୍ ଆରୋହୀଙ୍କ ମୃତ୍ୟୁ

ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅମ୍ଳଲାଭଟ୍ଟା ଛକ ନିକଟରେ ଏକ ବାଇକ୍‌କୁ ଟ୍ରକ୍ ଧକ୍କା ଦେଇଛି।

ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ଶବ ଜବତ କରି ତଦନ୍ତ ଚଳାଇଛି ପୁଲିସ।

୪ଜଣଙ୍କ ଜୀବନ ବଞ୍ଚାଇ ସାହାସକତାର ପରିଚୟ ଦେଲେ ଓଡ଼ିଆ ଝିଅ ଆକାଂକ୍ଷା

ହିମାଚଳପ୍ରଦେଶର ରୋହତାଙ୍ଗପାସ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇ ସାହସିକତାର ପରିଚୟ ଦେଇଛନ୍ତି ଓଡ଼ିଆ ଝିଅ।

ନିଜ ଜୀବନକୁ ବାଜି ଲଗାଇ ବରଫରେ ଫସି ରହିଥିବା ୪ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି ଆକାଂକ୍ଷା ସାହୁ। ରାୟଗଡ଼ା ସହର ରିଂ ରୋଡର ଆକାଂକ୍ଷା ନିଜ ପରିବାର ଲୋକଙ୍କ ସହ ରୋହତାଙ୍ଗପାସ୍ ବୁଲିବାକୁ ଯାଇଥିବା ବେଳେ ଉଦ୍ୟମ ଓ ସାହସିକତାକୁ ପର୍ଯ୍ୟଟକଙ୍କ ପରିବାର ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।

Nuakhai wishes