ମୁନିଗୁଡ଼ାରେ ସାଢ଼େ ୬ କୁଇଣ୍ଟାଲ ଗଞ୍ଜେଇ ଜବତ, ୪ ଗିରଫ

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରୁ ଟ୍ରକରେ ୬ କୁଇଣ୍ଟାଲ ଗଞ୍ଜେଇ ଦିଲ୍ଲୀ ଚାଲାଣ ବେଳେ ପୁଲିସ୍‌ ଜବତ କରିବା ସହ ୪ ଜଣକୁ ଗିରଫ କରିଛି।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ।

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ବାଇକ୍ ଆରୋହୀଙ୍କ ମୃତ୍ୟୁ

ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅମ୍ଳଲାଭଟ୍ଟା ଛକ ନିକଟରେ ଏକ ବାଇକ୍‌କୁ ଟ୍ରକ୍ ଧକ୍କା ଦେଇଛି।

ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ଶବ ଜବତ କରି ତଦନ୍ତ ଚଳାଇଛି ପୁଲିସ।

୪ଜଣଙ୍କ ଜୀବନ ବଞ୍ଚାଇ ସାହାସକତାର ପରିଚୟ ଦେଲେ ଓଡ଼ିଆ ଝିଅ ଆକାଂକ୍ଷା

ହିମାଚଳପ୍ରଦେଶର ରୋହତାଙ୍ଗପାସ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇ ସାହସିକତାର ପରିଚୟ ଦେଇଛନ୍ତି ଓଡ଼ିଆ ଝିଅ।

ନିଜ ଜୀବନକୁ ବାଜି ଲଗାଇ ବରଫରେ ଫସି ରହିଥିବା ୪ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି ଆକାଂକ୍ଷା ସାହୁ। ରାୟଗଡ଼ା ସହର ରିଂ ରୋଡର ଆକାଂକ୍ଷା ନିଜ ପରିବାର ଲୋକଙ୍କ ସହ ରୋହତାଙ୍ଗପାସ୍ ବୁଲିବାକୁ ଯାଇଥିବା ବେଳେ ଉଦ୍ୟମ ଓ ସାହସିକତାକୁ ପର୍ଯ୍ୟଟକଙ୍କ ପରିବାର ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।

ରାୟଗଡାର ନୂଆ ଜିଲ୍ଲାପାଳ ସ୍ଵଧା ଦେବ ସିଂ

ନୂଆପଡା ଜିଲ୍ଲାପାଳ ମିସ ସ୍ଵଧା ଦେବ ସିଂଙ୍କୁ ଆଜି ରାୟଗଡାର ନୂତନ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି l
ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ କରାଯାଇଛି l

ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ପଶ୍ଚିମ ବନ ବିଭାଗ ଜୟପୁର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ରେଞ୍ଜର ପ୍ରଫୁଲ୍ଲ ଦେହୁରୀ।

୮ ଦିନ ତଳେ ଆହତ ହାତୀକୁ ଠାବ କରିବା ପରେ ଚିକିତ୍ସା ଆରମ୍ଭ ହୋଇଥିଲା।

ପଦ୍ମପୁରରେ 24 ଘଣ୍ଟାରେ 50.3 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ରାୟଗଡା ଜିଲ୍ଲାର ପଦ୍ମପୁରରେ 50.3 ମିଲିମିଟର ବର୍ଷା ହୋଇଥିବା ବେଳେ କୋଲନରାରେ 38 ଏବଂ ରାମନାଗୁଡ଼ାରେ 35 ମିମି ବର୍ଷା ରେକର୍ଡ ହୋଇଛି l

ପଣ୍ଡିତଙ୍କ ଘରୁ କବାଟ ଭାଙ୍ଗି ଲୁଟ୍

ରାୟଗଡ଼ା ଗୁଣୁପୁର ସ୍ଥିତ ରାମେଶ୍ବର ନଗରରେ ଭେଙ୍କଟିଶ୍ବର ପଣ୍ଡିତଙ୍କ ଘରୁ କବାଟ ଭାଙ୍ଗି ୭ ଭରି ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ଏ ନେଇ ଥାନାରେ ଏତଲା ପରେ ପୁଲିସ ତଦନ୍ତ ଜାରି ରଖିଛି।

Nuakhai wishes