ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଜେଇଙ୍କୁ ୩ ବର୍ଷ ଜେଲ୍‌

ରାୟଗଡ଼ା ଗୁଣପୁର ବ୍ଲକର ତତ୍କାଳୀନ ଜେଇ ସରୋଜ ପଣ୍ଡାଙ୍କୁ ୩ ବର୍ଷ ଜେଲ୍ ସହ ୨ ଲକ୍ଷ ଜରିମାନା କଲେ ଭିଜିଲାନ୍ସ କୋର୍ଟ।

୨୦୧୧ରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ।

ଲିଫ୍ଟ ମାଗି ବାଇକରେ ଯିବାବେଳେ ଦୁର୍ଘଟଣା; ଛାତ୍ରୀ ମୃତ

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଖୁଣ୍ଟବାଡ଼ି ଗାଁ ନିକଟରେ ଦୁର୍ଘଟଣା ଘଟିଛି।

ବାଇକକୁ ପଛପଟୁ ଧକ୍କା ଦେଇଥିଲା ଟ୍ରକ। ବାଇକ୍ ଚାଳକ ଗୁରୁତର ଥିବାବେଳେ ଲିପ୍ଟ ମାଗି ଯାଉଥିବା ନବମ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଘଟିଛି।

ପିଲା ଚୋର ସନ୍ଦେହରେ ଜଣେ ମହିଳା ଓ ପୁରୁଷଙ୍କୁ ମାଡ଼

ରାୟଗଡ଼ା ଜିଲ୍ଲା ଟାଉନ ଥାନା ଟାଡ଼ମା ଗାଁରେ ପିଲା ଚୋର ସନ୍ଦେହରେ ମାଡ଼ ହୋଇଛି।

୨ ଜଣଙ୍କୁ କାବୁ କରି ପୁଲିସର ଜିମା ଦେଲେ ଗ୍ରାମବାସୀ।

ମହାଦେବଙ୍କୁ ଦର୍ଶନ ପାଇଁ ଯିବାବେଳେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଜାଗରରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଦେବଗିରି ଶୈବପୀଠରେ ଅଘଟଣ ଘଟିଛି।

ପାହାଚରେ ଯାଉଥିବା ବେଳେ ହଠାତ୍ ଅଚେତ ହୋଇପଡ଼ିଲେ ଯୁବକ। କଲ୍ୟାଣସିଂହପୁର ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର।

ନାଗାବଳୀ ନଦୀରେ ବୁଡ଼ି ଜଣେ ନାବାଳିକା ମୃତ

ରାୟଗଡ଼ା ନାଗାବଳୀ ନଦୀରେ ବୁଡ଼ି ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ନାବାଳିକା ବୁଡ଼ି ଯାଇ ନିଖୋଜ ଅଛି।

ଖୋଜାଖୋଜି ଜାରି ରହିଛି। ମୃତକ ଓ ନିଖୋଜ ନାବାଳିକା ଚାନ୍ଦିଲି ଥାନା ସାନ ଚାନ୍ଦିଲି ଗାଁର।

ଅଖା ଭିତରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ରାୟଗଡ଼ା ବସ୍‌ଷ୍ଟାଣ୍ଡ ସାମ୍ନାରୁ ନବଜାତ ଶିଶୁପୁତ୍ରର ମୃତଦେହ ଅଖା ଭିତରୁ ଉଦ୍ଧାର କଲେ ସଫେଇ କର୍ମଚାରୀ।

ଶିଶୁ ଶରୀରରେ ବାପାମାଆଙ୍କ ନାଁ ଲେଖାଥିବା ମେଡିକାଲ ସ୍ଲିପ୍ ଲାଗିଛି।ଦଙ୍ଗାସିଲ୍ ସ୍ୱାସ୍ଥ୍ୟକେନ୍ଦ୍ର ସହ ଶିଶୁର ବାପାମାଆଙ୍କ ନାଁ ଲେଖା ହୋଇଛି।
ଶିଶୁପୁତ୍ରର ମୃତ୍ୟୁର କାରଣ ଓ ମୃତଦେହ କିଏ ଫିଙ୍ଗିଲା ଅସ୍ପଷ୍ଟ ରହିଛି।

ଅଧାବାଟରେ ମୃତଦେହ ଛାଡି ପଳାଇଲା ମହାପ୍ରୟାଣ ଗାଡ଼ି

ରାୟଗଡ଼ା ମେଡିକାଲରୁ ମୃତଦେହ ଧରି କାଶିପୁର ବ୍ଳକ ହାଡିଗୁଡା ଆସୁଥିଲା ବେଳେ ତଟାଗୁଡା ନିକଟରେ ପରିବାର ଲୋକଙ୍କୁ ଓହ୍ଳାଇ ପଳାଇଥିଲା ଗାଡି।

ଶିଶୁର ମୃତଦେହକୁ ବାଇକରେ ୧୫ କିମି ବୋହିକି ନେଲେ ପରିବାର। ଘଟଣାର ତଦନ୍ତ କରାଯିବ କହିଲେ ମେଡିକାଲ କର୍ତ୍ତୃପକ୍ଷ।

ସ୍ପିଡ୍‌ ମେକର ଇଞ୍ଜିନର ଟ୍ରାଏଲ ରନ୍‌ରେ ଅଘଟଣ; ୨ ମୃତ

ରାୟଗଡ଼ା ଜିଲ୍ଲା ସିଂପୂର ରୋଡ୍‌ ଓ ରାୟଗଡ଼ା ମଧ୍ୟରେ ଟ୍ରାଏଲ ରନ୍‌ ବେଳେ ଅଘଟଣ ଘଟିଛି।

ଦେବଦଲଗୁଡ଼ା ନିକଟରେ ତୃତୀୟ ଲାଇନ୍‌ରେ କଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ତୃତୀୟ ଟ୍ରାକ୍‌ରେ ୨ ଜଣ ବସି ଥିଲା ବେଳେ ଇଞ୍ଜିନ ଧକ୍କାରେ ମୃତ୍ୟୁ ହୋଇଛି। କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି ଲୋକେ।

ମନୋଜ ସତ୍ୟବାନ ମହାଜନ ହେଲେ ରାୟଗଡ଼ା ଜିଲ୍ଲାପାଳ

ଆଜି ଆଇଏଏସ ସ୍ତରରେ ଅଦଳବଦଳ କରିଥିବା ରାଜ୍ୟ ସରକାର ଆଇଏଏସ ମନୋଜ ସତ୍ୟବାନ ମହାଜନଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି।

ମା’ ଗୃହ ୱର୍ଡେନଙ୍କୁ ହତ୍ୟା ଘଟଣା; ୧୨ ଘଣ୍ଟିଆ ରାୟଗଡ଼ା ବନ୍ଦ

ଜିଲ୍ଲା ଆଦିବାସୀ ମହାଂସଘ ସହ ବିଜେପି ପକ୍ଷରୁ ର ବନ୍ଦ ପାଳନ କରାଯାଉଛି।

ଅଭିଯୁକ୍ତକୁ ଗିରଫ ଦାବିରେ ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ଜିଲ୍ଲା ବନ୍ଦ ରହିବ। ୨୧ରେ ମେଡିକାଲ ପରିସରରୁ ୱାର୍ଡେନଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା।

Nuakhai wishes