ନାଗାବଳୀ ନଦୀରେ ହଠାତ୍ ପାଣି ମାଡ଼ି ଆସିବାରୁ ଫସିଲେ ୨ ଯୁବକ

ରାୟଗଡ଼ା ନିକଟ ଝୁଲାପୋଲ ନିକଟରେ ହଠାତ୍ ବନ୍ୟାପାଣି ଆସିଯିବାରୁ ନଦୀ ମଝିରେ ୨ ପର୍ଯ୍ୟଟକ ଫସି ଯାଇଛନ୍ତି।

ନଦୀ ମଝିରେ ଥିବା ଏକ ପଥର ଉପରେ ଏବେ ଦୁଇ ପର୍ଯ୍ୟଟକ ସୁରକ୍ଷିତ ଅଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି।

କାଶୀପୁରରେ ଥମୁନି ଝାଡାବାନ୍ତି

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଶଙ୍କରଡ଼ା ପଞ୍ଚାୟତ ପାଞ୍ଚାଳି ଗାଁ ରେ ଆଜି ଆଉ ଜଣଙ୍କ ମୃତ୍ୟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି ଏବଂ 40ରୁ ଅଧିକ ଆକ୍ରାନ୍ତ ଡାକ୍ତରଖାନାରେ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି l

ଏନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢୁଛି ଏବଂ ଗତକାଲି ବିଧାନସଭାରେ ମଧ୍ୟରେ ହାଙ୍ଗାମା ଦେଖିବାକୁ ମିଳିଥିଲା l

ଆଶ୍ରମ ସ୍କୁଲର 11 ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ

ରାୟଗଡା ଜିଲ୍ଲା ଥୁଟିବୀର ଆଶ୍ରମ ସ୍କୁଲର 11 ଜଣ ଛାତ୍ରୀ ଝାଡବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି l ସେମାନଙ୍କୁ ଟିକିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l

ରାୟଗଡାରେ ଝାଡାବାନ୍ତି ଆତଙ୍କ: ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି (ଅପଡେଟ )

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍‌ରେ ଝାଡ଼ାବାନ୍ତି ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି l

ଆଜି ଶଙ୍କରଡ଼ା ଗୋବରୀଘାଟିର ଆଉ ଜଣେ ରାୟଗଡ଼ା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ଏବଂ ୧୬ ଜଣ ଆକ୍ରାନ୍ତ କାଶିପୁର ଓ ରାୟଗଡ଼ା ମେଡିକାଲରେ ଭର୍ତ୍ତି ହୋଇଛନ୍ତି l

ରାୟଗଡ଼ାରେ ଝାଡ଼ାବାନ୍ତି ଆତଙ୍କ: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି (ଅପଡେଟ)

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍‌ରେ ଝାଡ଼ାବାନ୍ତିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି l

ଆଉ ୧୦ରୁ ଅଧିକ ଜଣ ଆକ୍ରାନ୍ତଙ୍କୁ ଟିକିରି ଓ କାଶିପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ରାୟଗଡ଼ା CDMO କହିଛନ୍ତି ।

ରାୟଗଡାରେ ଝାଡାବାନ୍ତି ଆତଙ୍କ

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍‌ରେ ଝାଡ଼ାବାନ୍ତିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି l

ଆଉ ୧୨ ଜଣ ଆକ୍ରାନ୍ତଙ୍କୁ ଟିକିରି ଓ କାଶିପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ରାୟଗଡ଼ା CDMO କହିଛନ୍ତି ।

ଛାତ୍ର ନିବାସର ୩୫ ଜଣ ଛାତ୍ର ଅସୁସ୍ଥ

ରାୟଗଡ଼ା ଜିଲ୍ଲା ବିଷମ କଟକ ଡୁମ୍ବୁରିନେଲି ଦଣ୍ଡାପୋଡ଼ାର କେବିକେ ଛାତ୍ର ନିବାସର ୩୫ ଜଣ ଛାତ୍ର ଆଜି ସକାଳୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।

ସମସ୍ତ ଆକ୍ରାନ୍ତଙ୍କୁ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Nuakhai wishes