ପୋଖରୀରେ ବୁଡ଼ି ୨ ସଂପର୍କୀୟ ଭାଇ ମୃତ

ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଭିମାନପୁର ଗାଁରେ ଏହି ଘଟଣା ଘଟିଛି।

ଗାଧୋଉ ଥିବାବେଳେ ପୋଖରୀରେ ବୁଡ଼ି ଯାଇଥିଲେ। ୨ ମୃତକଙ୍କ ବୟସ ୧୧ ଓ ୧୨ ବର୍ଷ ବୋଲି ସୂଚନା ମିଳିଛି।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୱାଚରଙ୍କ ମୃତ୍ୟୁ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗଣିଆ ଥାନା ଛାମୁଣ୍ଡିଆ ଫରେଷ୍ଟ ରେଞ୍ଜରେ ୱାଚରଙ୍କ ମୃତ୍ୟୁ ଘଟିଛି।

ବାର୍‌ହା ଶିକାର ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି।

ଗୁଳି ବାଜିଥିବା ଗୁରୁତର ବ୍ୟକ୍ତି ଗାଁ ଜଙ୍ଗଲରୁ ଉଦ୍ଧାର

ସୀମାନ୍ତ ବୌଦ୍ଧ ଜିଲ୍ଲାର ବଦଲା ଗାଁ ଜଙ୍ଗଲରୁ ବ୍ୟକ୍ତି ଉଦ୍ଧାର ହୋଇଛି। ବ୍ୟକ୍ତି ଜଣକ ଜନ୍ତୁ ଶିକାର ପାଇଁ ବନ୍ଧୁକ ଧରି ଜଙ୍ଗଲକୁ ଯାଇଥିଲେ।

ଝୁଣ୍ଟି ତଳେ ପଡ଼ିଯିବାରୁ ଗୁଳି ଫୁଟି ଗୁରୁତର ହୋଇଥିବା ସୂଚନା ମିଳିଛି।ଗୁରୁତର ବ୍ୟକ୍ତିଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଖମାରସାହି ନୋଡାଲ ହାଇସ୍କୁଲ ପ୍ରଧାନଶିକ୍ଷକ ସସପେଣ୍ଡ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଖମାରସାହି ନୋଡାଲ ହାଇସ୍କୁଲ ପ୍ରଧାନଶିକ୍ଷକ ବସନ୍ତ ସାହୁଙ୍କୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ।

ନିଶାସକ୍ତ ଅବସ୍ଥାରେ ଅଭିଭାବକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଥିଲା। ଖୋଲା ପଡିଆରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେଇଥିବା ଅଭିଯୋଗ ଥିଲା।

ସଂଗ୍ରହାଳୟକୁ ରାଷ୍ଟ୍ରଦୂତ ପରିବାରଙ୍କ ବିଦେଶୀ ସାମଗ୍ରୀ ପ୍ରଦାନ

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ଗାଁରେ ପ୍ରଖ୍ୟାତ ସଂଗ୍ରାହକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱପ୍ରସିଦ୍ଧ ପାଠାଗାର ଗବେଷଣା କେନ୍ଦ୍ରକୁ ଓଡ଼ିଶାର ସର୍ବକନିଷ୍ଠ ରାଷ୍ଟ୍ରଦୂତ ଦିବଂଗତ ବିରଜା ପ୍ରସାଦ ମଲ୍ଲିକଙ୍କ ଦ୍ୱାରା ରୁଷିଆ ଓ ମାଦ୍ରିଦ୍‌ରୁ ସଂଗୃହୀତ ୨୦ଟି କଳାକୃତି ସାମଗ୍ରୀ ଓ ଚଣ୍ଡୀଗଡ଼ର ତମ୍ବାରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ଏକ ଘଡ଼ା ରାଷ୍ଟ୍ରଦୂତଙ୍କ ପରିବାର ପକ୍ଷରୁ ପ୍ରଦାନ କରାଯାଇଛି ।

ଦମ୍ପତିଙ୍କ ନିକଟରୁ ୫୦ କେଜି ଗଞ୍ଜେଇ ଜବତ

କାର୍‌ରେ ଫୁଲବାଣୀରୁ କଟକ ଯାଉଥିବା ବେଳେ ଦଶପଲ୍ଲା ଟୋଲ୍‌ଗେଟ୍‌ ନିକଟରେ ଧରିଲା ପୁଲିସ।

ସ୍ୱାମୀ ଘଟଣାସ୍ଥଳରୁ ଫେରାର ଥିବାବେଳେ ସ୍ତ୍ରୀକୁ ଥାନାରେ ଅଟକ ରଖିଛି ପୁଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ହେବ।

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା

ନୟାଗଡ଼ ଜିଲ୍ଲା ଭାପୁର ବଜାରରେ ମୃତଦେହ ରଖି ରାସ୍ତାରୋକ କରିଥିଲେ ପରିବାର ଲୋକେ।

ଦୁର୍ଘଟଣା ନୁହେଁ, ମାରି ଦିଆଯାଇଥିବା ଅଭିଯୋଗ କରିଛି ପରିବାର। ହାଇୱା ଚଢ଼ାଇ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା

ନୟାଗଡ଼ ଜିଲ୍ଲା ଭାପୁର ବଜାରରେ ମୃତଦେହ ରଖି ରାସ୍ତାରୋକ କରିଥିଲେ ପରିବାର ଲୋକେ।

ଦୁର୍ଘଟଣା ନୁହେଁ, ମାରି ଦିଆଯାଇଥିବା ଅଭିଯୋଗ କରିଛି ପରିବାର। ହାଇୱା ଚଢ଼ାଇ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

Nuakhai wishes