ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ଗାଁରେ ପ୍ରଖ୍ୟାତ ସଂଗ୍ରାହକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱପ୍ରସିଦ୍ଧ ପାଠାଗାର ଗବେଷଣା କେନ୍ଦ୍ରକୁ ଓଡ଼ିଶାର ସର୍ବକନିଷ୍ଠ ରାଷ୍ଟ୍ରଦୂତ ଦିବଂଗତ ବିରଜା ପ୍ରସାଦ ମଲ୍ଲିକଙ୍କ ଦ୍ୱାରା ରୁଷିଆ ଓ ମାଦ୍ରିଦ୍ରୁ ସଂଗୃହୀତ ୨୦ଟି କଳାକୃତି ସାମଗ୍ରୀ ଓ ଚଣ୍ଡୀଗଡ଼ର ତମ୍ବାରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ଏକ ଘଡ଼ା ରାଷ୍ଟ୍ରଦୂତଙ୍କ ପରିବାର ପକ୍ଷରୁ ପ୍ରଦାନ କରାଯାଇଛି ।