ଗୁଳିମାଡ଼ର ପ୍ରତିଶୋଧରେ ଅଭିଯୁକ୍ତଙ୍କ ପରିବାର ଉପରେ ଆକ୍ରମଣ (ଅପଡେଟ)

ଢେଙ୍କାନାଳର ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗ୍ରାମରେ ପୋଖରୀଖୋଳାକୁ ନେଇ ଆଜି ସକାଳେ ହୋଇଥିବା ଗୁଳିମାଡ଼ରେ 56 ବର୍ଷର ଦଳାଇ ନାୟକଙ୍କ ମୃତ୍ୟୁ ହୋଇଥିଲା l

ଏହା ପ୍ରତିବାଦରେ ଫେରାର ଅଭିଯୁକ୍ତ ନୃପତିଙ୍କ ପତ୍ନୀ ଓ ତିନି ବର୍ଷର ଶିଶୁଙ୍କ ଉପରେ ଦଳାଇଙ୍କ ପରିବାର ଆକ୍ରମଣ କରିଛନ୍ତି l ମା ଓ ପୁଅଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି l ଗ୍ରାମରେ ପୋଡାଜଳା ହୋଇଥିବାରୁ ଏକ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ଅଧିକାରୀ କହିଛନ୍ତି l

ସୋନାଲିର ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗର ଆଶ୍ଵାସନା

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡକୁଟୁର ଗ୍ରାମର ସୋନାଲି ଦଳେଇ ଦୁର୍ଘଟଣାରେ ମେରୁଦଣ୍ଡ ସମସ୍ୟାରୁ ଚାଲି ପାରୁନଥିଲେ ।

ଫଳରେ ଏନେଇ ମୋ ସରକାର,୫ଟି ସଚିବ,ସ୍ଥାନୀୟ ପ୍ରଶାସନ ଠାରେ ଅଭିଯୋଗ ହେବା ପରେ ଡାକ୍ତର ସମ୍ବିତ ମହାନ୍ତିଙ୍କ ନେତୃତ୍ୱରେ ଆଜି ଏକ ଟିମ ତାଙ୍କ ଘରକୁ ଆସି ଅସହାୟ ନାବାଳିକାର ସ୍ବାସ୍ଥ୍ୟ ଯାଞ୍ଚ କରିବା ସହ ସମସ୍ତ ଚିକିତ୍ସା କରିବାକୁ ଆଶ୍ଵାସନା ଦେଇଛନ୍ତି ।

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଡାକ୍ତରଖାନାରେ ଭର୍ତ୍ତି

ପୁରୀ ସହରର ଦଇତାପଡା ସାହିରେ ଜଣେ ଯୁବକଙ୍କ ଉପରେ ଗତକାଲି ରାତିରେ ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ କରାଯାଇଛି l

ଯୁବକଙ୍କୁ ପ୍ରଥମେ ପୁରୀ ଏବଂ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l

ପତ୍ରାପାଲି ସମଲେଇ ମନ୍ଦିରରେ ରଜକ ସମାଜର ବୈଠକ

ଆଜି ଅତାବିରା ବ୍ଲକ ଅଧିନ ପତ୍ରାପାଲି ସମଲେଇ ମନ୍ଦିରରେ ରଜକ ସମାଜର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଅତାବିରା ନିର୍ବାଚନ ମଣ୍ଡଳୀରେ ଥିବା ରଜକ ସମାଜର ଭାଇ ଭଉଣୀ ମାନେ ଯୋଗଦେଇ ନୂତନ କର୍ମକର୍ତ୍ତା ଚୟନ କରିଥିବା ବେଳେ ସର୍ବସମ୍ମତ କ୍ରମେ ଗୋପାଳ ସେଠ ସଭାପତି ଘୋଷିତ ହୋଇଛନ୍ତି।

କିମ୍ବଦନ୍ତୀ ଟଲ୍ ମ୍ୟାନଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି

କିମ୍ବଦନ୍ତୀ ଟଲ୍ ମ୍ୟାନଙ୍କ ଶ୍ରାଦ୍ଧ ଦିବସରେ ପୁରୀ ବେଳାଭୂମିରେ ବାଲୁକା କଳାରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଜଣାଇଲେ ଶ୍ରଦ୍ଧାଞ୍ଜଳି l

ଏହି ଅବସରରେ ସୁଦର୍ଶନ କହିଛନ୍ତି, ବିଜୁ ପଟ୍ଟନାୟକ ଆଧୁନିକ ଓଡିଶାର ଜଣେ ସ୍ଥପତି, ମୂର୍ତ୍ତିକାର, ଷ୍ଟେଟମ୍ୟାନ୍, ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ l ଆଜି ତାଙ୍କ ପୂଣ୍ୟ ତିଥିରେ ତାଙ୍କୁ ପ୍ରଣାମ l

ବିଧାନସଭା ପରିସରରେ ବିଜୁବାବୁଙ୍କୁ ନବୀନଙ୍କ ଶ୍ରଦ୍ଧାଞ୍ଜଳି

ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପରିସରରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି l

ଏହି ଅବସରରେ ରାଜ୍ୟର ପ୍ରଗତି ସହ ଲୋକଙ୍କ ଉନ୍ନତି ଓ କଲ୍ୟାଣ ପାଇଁ ତାଙ୍କ ଅବଦାନ ବିଷୟରେ ସେ ସ୍ମୃତିଚାରଣ କରିଛନ୍ତି l ଏଥିରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଅନ୍ୟମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି l

ଖବର ପ୍ରସାରଣ ପରେ ସଫେଇ ହେଲା ରାସ୍ତା

ଗତ ୧୦ ତାରିଖରେ ଓଡିଶା ଲୋକାଲରେ ସୁବଳୟା ଗିଙ୍ଗୀରାପଡା ରାସ୍ତାର ଶୋଚନୀୟ ଅବସ୍ଥା ଉପରେ ଖବର ପ୍ରସାରଣ ହେଲା ପରେ ଆଜି ସୁବଳୟା ସରପଞ୍ଚ ପ୍ରମୋଦ କୁମାର ମହାପାତ୍ରଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଛି ରାସ୍ତା ସଫେଇ କାର୍ଯ୍ୟ।

ତେଣୁ ସରପଞ୍ଚଙ୍କୁ ସାଧୁବାଦ ଜଣେଇଛନ୍ତି ପଡା ବାସିନ୍ଦା l

ଅତାବିରାରେ ଓଡିଶା ରାଜ୍ଯ କୃଷକ ସଂଗଠନର ବୈଠକ

ଆଜି ବରଗଡ ଜିଲ୍ଲା ଅତାବିରା ସାପ୍ତାହିକ ବଜାର ପ୍ରାଙ୍ଗଣରେ ଓଡିଶା ରାଜ୍ଯ କୃଷକ ସଂଗଠନର ବୈଠକ ଅନୁଷ୍ଠିତ ହୋଇଥିବା ସଂଗଠନର ସଭାପତି ବୀରେନ୍ଦ୍ର କର କହିଛନ୍ତି।

ଏହି ବୈଠକରେ ମଙ୍ଗଳବାର ଦିନ ହେବାକୁ ଥିବା ସଂଗଠନର ବାର୍ଷିକ ଉତ୍ସବ ବିଷୟରେ ଆଲୋଚନା କରାଯାଇଥିଲା।

ସୋନ ଡ୍ୟାମରେ ଶବ ଉଦ୍ଧାର ଘଟଣାରେ ୩ଜଣ ଗିରଫ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶରତ ଥାନା ଅନ୍ତର୍ଗତ ଦେବାନବାହାଳି ଗ୍ରାମର ରାମାୟା ସିଂଙ୍କ ମୃତଦେହ ସୋନ ଡ୍ୟାମରେ ଉଦ୍ଧାର ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରିଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଛି । ଗିରଫମାନେ ହେଲେ ଗ୍ରାମର ସାଙ୍ଗୀ ଡ଼ଙ୍ଗା ସିଂ, କନ୍ଦୁକା ଜଙ୍କା, ରାମାୟ ମାତଙ୍ଗ।

ଫରେଷ୍ଟ ପାର୍କ, ବିମାନବନ୍ଦରରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଓଡ଼ିଆ ଜାତିର ସ୍ୱାଭିମାନ, ପରିଚୟ ଏବଂ ପ୍ରତିଷ୍ଠାକୁ ବିଶ୍ଵ ଦରବାରରେ ପ୍ରତିପାଦିତ କରିଥିବା ରାଷ୍ଟ୍ରନାୟକ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପୁଣ୍ୟତିଥିରେ ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ(ଫରେଷ୍ଟ ପାର୍କ )ଏବଂ ବିମାନ ବନ୍ଦର ଗୋଲେଇ ଛକରେ ଥିବା ପ୍ରତିମୂର୍ତ୍ତିରେ ଦଳୀୟ ନେତୃବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି l

Niladri Bije