ଶିମିଳିଗୁଡାରେ ରାତ୍ରି ତାପମାତ୍ରା ୯ ଡିଗ୍ରୀ ରେକର୍ଡ

କୋରାପୁଟ ଜିଲ୍ଲା ଶିମିଳିଗୁଡାରେ ରାତ୍ରି ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଛି।

ସେହିଭଳି କୋରାପୁଟରେ ରାତ୍ରି ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ ହୋଇଛି। ଏ ନେଇ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

କଟକରେ ରାତ୍ରି ତାପମାତ୍ରା ୧୬.୪ ଡିଗ୍ରୀ ରେକର୍ଡ

କଟକରେ ରାତ୍ରି ତାପମାତ୍ରା ୧୬.୪ ଡିଗ୍ରୀ ରେକର୍ଡ ହୋଇଛି।

ଏ ନେଇ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଭୁବନେଶ୍ବରରେ ରାତ୍ରି ତାପମାତ୍ରା ୧୬ ଡିଗ୍ରୀ ରେକର୍ଡ

ଭୁବନେଶ୍ବରରେ ରାତ୍ରି ତାପମାତ୍ରା ୧୬ ଡିଗ୍ରୀ ରେକର୍ଡ ହୋଇଛି।

ଏ ନେଇ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

୧୫ ଡିଗ୍ରୀ ତଳେ ରାଜ୍ୟର ୨୦ଟି ସ୍ଥାନର ତାପମାତ୍ରା, ଜିଉଦୟଗିରି ସବୁଠୁ ଥଣ୍ଡା

୧୫ ଡିଗ୍ରୀ ତଳେ ରାଜ୍ୟର ୨୦ଟି ସ୍ଥାନର ତାପମାତ୍ରା ଥିବାବେଳେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି।

ଜିଉଦୟଗିରିରେ ତାପମାତ୍ରା ୭.୨ ଡିଗ୍ରୀ ରେକର୍ଡ ହୋଇଛି। ସେହିଭଳି ଫୁଲବାଣୀରେ ୧୦.୫ ଡିଗ୍ରୀ ଓ ଦାରିଙ୍ଗବାଡିରେ ୧୧ ଡ଼ିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି।

୧୫ ଡିଗ୍ରୀ ତଳେ ରାଜ୍ୟର ୨୦ଟି ସ୍ଥାନର ତାପମାତ୍ରା, ଜିଉଦୟଗିରି ସବୁଠୁ ଥଣ୍ଡା

୧୫ ଡିଗ୍ରୀ ତଳେ ରାଜ୍ୟର ୨୦ଟି ସ୍ଥାନର ତାପମାତ୍ରା ଥିବାବେଳେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି।

ଜିଉଦୟଗିରିରେ ତାପମାତ୍ରା ୭.୨ ଡିଗ୍ରୀ ରେକର୍ଡ ହୋଇଛି।

କଂଗ୍ରେସର ଭାରତ ଯୋଡ ଯାତ୍ରା ଆରମ୍ଭ

କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଡାକରାରେ ଦେଶବ୍ୟାପି ଭାରତ ଯୋଡ଼ ଯାତ୍ରା ଚାଲିଥିବା ବେଳେ ଓଡ଼ିଶାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଚାଲିଛି ଭାରତ ଯୋଡ଼ ଯାତ୍ରା।

ଆଜି ଏହି ଯାତ୍ରା କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟାଳୟରେ ପିସିସି ସଭାପତିଙ୍କ ନେତୃତ୍ବରେ ଆୟୋଜିତ ଏହି ଯାତ୍ରାରେ ଜିଲ୍ଲା ଓ ରାଜ୍ୟର ବହୁ ନେତୃ ବୃନ୍ଦ, କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ। କଂଗ୍ରେସ ସେବା ଦଳ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ପ୍ଲାକାର୍ଡ ଧରି, ସ୍ଲୋଗାନ ଦେଇ ଶତାଧିକ ଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କରିଛନ୍ତି।

ହାତୀ ହତ୍ୟା ଘଟଣାରେ ଜଣେ ଗିରଫ

କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ କଳା ପାଟ ଜଙ୍ଗଲରେ ହାତୀକୁ ତୀର ମାରି ହତ୍ୟା କରିବା ଘଟଣାରେ ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି।

ତାଙ୍କ ନାମ ଚଗଲୁ ପାତ୍ର ଓ ଘର ସ୍ଥାନୀୟ ଶିମିଳିପାଳ ଗ୍ରାମରେ ବୋଲି ଡିଏଫଓ ସୂଚନା ଦେଇଛନ୍ତି। ତାଙ୍କ ଠାରୁ ଏକ ବନ୍ଧୁକ ସହିତ ଧନୁ ତୀର ଜବତ ହୋଇଛି।

ଆଗାମୀ ୪ ରୁ ୫ ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ

ଆଗାମୀ ୪ ରୁ ୫ ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ରାଜ୍ୟର ଅନେକ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ଠାରୁ ୨ ରୁ ୩ ଡ଼ିଗ୍ରୀ ଯାଏଁ କମ ରହିବାର ସମ୍ଭାବନା ରହିଛି।

ଏ ନେଇ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ପାରାଦୀପରେ ମଝି ସମୁଦ୍ରରେ ମିଳିତ ସମରାଭ୍ୟାସ

୪ଟି ରାଜ୍ୟର ୨ ଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’ ଆରମ୍ଭ ହୋଇଛି।

ଏଥିରେ ଓଡ଼ିଶା ସମେତ ଆନ୍ଧ୍ର, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ସାମିଲ୍ ହୋଇଛନ୍ତି। ନୌସେନା, ପୁଲିସ, କଷ୍ଟମ, ମତ୍ସ୍ୟ ବିଭାଗକୁ ନେଇ ସମରାଭ୍ୟାସ ଜାରି ରହିଛି। ଏହି ସମରାଭ୍ୟାସର ଲକ୍ଷ୍ୟ ହେଉଛି ଜଳପଥରେ ବାହ୍ୟଶତ୍ରୁର ପ୍ରବେଶ ଉଦ୍ୟମକୁ ପ୍ରତିରୋଧ କରିବା।

ଆରଏଡବ୍ଲୁର ଓଡ଼ିଆ ଅଫିସରଙ୍କ ଆତ୍ମହତ୍ୟା

ଭାରତୀୟ ଗୁଇନ୍ଦା ସଂସ୍ଥା (ଆରଏଡବ୍ଲୁ)ର ମୃତ ଅଫିସର ହେଉଛନ୍ତି ଅନିକେତ କୁମାର।

ତାଙ୍କ ଘର କଟକରେ ବୋଲି ସୂଚନା ମିଳିଛି। ସେ ଦକ୍ଷିଣ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟର ଦଶ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Nuakhai wishes