କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଡାକରାରେ ଦେଶବ୍ୟାପି ଭାରତ ଯୋଡ଼ ଯାତ୍ରା ଚାଲିଥିବା ବେଳେ ଓଡ଼ିଶାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଚାଲିଛି ଭାରତ ଯୋଡ଼ ଯାତ୍ରା।
ଆଜି ଏହି ଯାତ୍ରା କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟାଳୟରେ ପିସିସି ସଭାପତିଙ୍କ ନେତୃତ୍ବରେ ଆୟୋଜିତ ଏହି ଯାତ୍ରାରେ ଜିଲ୍ଲା ଓ ରାଜ୍ୟର ବହୁ ନେତୃ ବୃନ୍ଦ, କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ। କଂଗ୍ରେସ ସେବା ଦଳ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ପ୍ଲାକାର୍ଡ ଧରି, ସ୍ଲୋଗାନ ଦେଇ ଶତାଧିକ ଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କରିଛନ୍ତି।