ବୁର୍ଲା ଭିସୁଟ୍‌ରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ

ସମ୍ବଲପୁର ଜିଲ୍ଲା ଭିସୁଟ୍‌ରେ ଜଣେ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ଶେଷ ବର୍ଷର କିଛି ଛାତ୍ର ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କୁଳପତି।

ବରଗଡ଼ ଗାନ୍ଧୀ ଛକ ଠାରେ ବିଜେଡ଼ି ପକ୍ଷରୁ ଧାରଣା ପ୍ରଦର୍ଶନ

କେନ୍ଦ୍ର ସରକାର ଅବହେଳା କରିଥିବା ଅଭିଯୋଗ କରି ଆଜି ବରଗଡ଼ ସ୍ଥାନୀୟ ଗାନ୍ଧୀ ଛକ ଠାରେ ବିଜେଡ଼ି କର୍ମୀମାନଙ୍କ ପକ୍ଷରୁ ଧାରଣା ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏ ନେଇ ମନ୍ତବ୍ୟ ରଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ।

ବିଧାନସଭା ଶୀତ ଅଧିବେଶନ ଆରମ୍ଭ

ବିଧାନସଭାର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଦିବଙ୍ଗତ ସଦସ୍ୟଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

‘ଧରିତ୍ରୀ’ ୟୁଥ୍‌ କନ୍‌କ୍ଲେଭ୍‌ ଆରମ୍ଭ

‘ଧରିତ୍ରୀ’ ୪୯ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଗତ ବର୍ଷ ପରି ଏକ ନିଆରା ପ୍ରଚେଷ୍ଟା ଆରମ୍ଭ ହୋଇଥିବା ବେଳେ ଜଳବାୟୁ ପରିବର୍ତ୍ତନକୁ ନେଇ ଗୁରୁବାର ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ଏହାର ୟୁଥ୍‌ କନ୍‌କ୍ଲେଭ୍‌ ଆରମ୍ଭ ହୋଇଛି।

ଜଳବାୟୁ କ୍ଷେତ୍ରରେ କାମ କରୁଥିବା ଜଣା ଶୁଣା ଯୁବକ ଯୁବତୀ ମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଦେଖା ଯାଇଛି।

ଇଡିରେ ହାଜର ହେଲେ ବ୍ୟବସାୟୀ ଗଙ୍ଗାଧର ସାମଲ

ଅର୍ଚ୍ଚନା ନାଗ ମାମଲାରେ ଆଜି ଇଡିରେ ହାଜର ହୋଇଛନ୍ତି କାର୍ ସୋ ରୁମ୍ ମାଲିକ ଗଙ୍ଗାଧର ସାମଲ।

ଗଙ୍ଗାଧର ଅର୍ଚ୍ଚନାଙ୍କ ସହ ଲକ୍ଷାଧିକ ଟଙ୍କାର ଟ୍ରାଞ୍ଜାକସନ କରିଥିବା କୁହାଯାଉଛି। ଗଙ୍ଗାଧର ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ବୋଲି ସୂଚନା ମିଳିଛି।

ଇଡିରେ ହାଜର ହେଲେ ବ୍ୟବସାୟୀ ଗଙ୍ଗାଧର ସାମଲ

ଅର୍ଚ୍ଚନା ନାଗ ମାମଲାରେ ଆଜି ଇଡିରେ ହାଜର ହୋଇଛନ୍ତି କାର୍ ସୋ ରୁମ୍ ମାଲିକ ଗଙ୍ଗାଧର ସାମଲ।

ଗଙ୍ଗାଧର ଅର୍ଚ୍ଚନାଙ୍କ ସହ ଲକ୍ଷାଧିକ ଟଙ୍କାର ଟ୍ରାଞ୍ଜାକସନ କରିଥିବା କୁହାଯାଉଛି। ଗଙ୍ଗାଧର ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ବୋଲି ସୂଚନା ମିଳିଛି।

ସୁଲସୁଲିଆ ପ୍ରାଥମିକ ସ୍କୁଲ ପରିସରରେ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ

ଆଜି ବରଗଡ଼ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ ନୂଆଗଡ ପଞ୍ଚାୟତ
ସୁଲସୁଲିଆ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ବର୍ଗତ ଗୌତମ ସାହୁଙ୍କ ପ୍ରତିମୂର୍ତ୍ତି ସ୍କୁଲ ଠାରେ ସ୍ଥାପିତ କରାଯାଉଛି।

ସେ ସ୍କୁଲ ଅନୁଷ୍ଠାନକୁ ନିଜର ସାତ ଏକର ଜମି ଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଭଟଲି ବ୍ଳକ ଅଧ୍ୟକ୍ଷ ନିତ୍ୟାନନ୍ଦ ସାହୁ ଯୋଗ ଦେଇ ପ୍ରତିମୂର୍ତ୍ତି ସ୍ଥାପିତ କରିଛନ୍ତି।

ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ

ଭଦ୍ରକ ଜିଲ୍ଲା ପୀରହାଟ ଥାନା ଦୌଲତପୁର ଗାଁରେ ଜଣେ ବ୍ୟକ୍ତିଙ୍କୁ
ମୁର୍ମୂର୍ଷୁ ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରିବା ପରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ଉକ୍ତ ବ୍ୟକ୍ତିର ସ୍ତ୍ରୀ ୩ ପୁଅ, ଝିଅ ସହ ମଶି ସ୍ୱାମୀକୁ ହତ୍ୟା କରିଥିବା ସୂଚନା ମିଳିଛି। ସମସ୍ତେ ଫେରାର ହୋଇଯାଇଛନ୍ତି।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧଙ୍କୁ ଆକ୍ରମଣ, ଥାନାରେ ମାମଲା

ବୌଦ୍ଧ ଥାନା ମର୍ଯାଦୀପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ଫଳରେ କୈଳାସ ବେହେରା ଆଜି ଗଣ୍ଡା ବେହେରା (ବୃଦ୍ଧା)ଙ୍କୁ ମୁଣ୍ଡରେ ପଛପଟୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରୁ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ବୌଦ୍ଧ ପୁଲିସ ପକ୍ଷରୁ ଲକ୍ଷାଧିକ ଟଙ୍କା ଗଞ୍ଜେଇ ଗଛ କାଟି ନଷ୍ଟ

ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଟିକରପଡା ଜଙ୍ଗଲରୁ ଆଜି ଜିଲ୍ଲା ପୁଲିସ ପକ୍ଷରୁ ୬୯ ଏକର ଜମିରୁ ଲକ୍ଷାଧିକ ଟଙ୍କା ଗଞ୍ଜେଇ ଗଛ କାଟି ପୋଡି ଦେଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।

Nuakhai wishes