ରାଉରକେଲାରେ ପୁଣି ଜଣେ ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ଲୁଟ୍

ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ସାତତାଲା ଗେଟ୍ ସମ୍ମୁଖରୁ ଏକ କଳା ପଲ୍‌ସର ଗାଡ଼ିରେ ଆସି ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବ୍ୟବସାୟୀଙ୍କଠାରୁ ଲୁଟ ହୋଇଛି।
ଗତକାଲି ରାଉରକେଲାର ଜଣେ ବ୍ୟବସାୟୀଙ୍କ ଠାରୁ ୧୪ ଲକ୍ଷ ଲୁଟ ହୋଇଥିଲା।

ଚାଷୀଙ୍କ ବୀମା ଅବହେଳିତ ବିରୁଦ୍ଧରେ ବିରାଟ ବିକ୍ଷୋଭ ପ୍ରଦର୍ଶନ

ଆଜି ବରଗଡ଼ ଗାନ୍ଧୀ ଛକ ଠାରେ ଚାଷୀମାନଙ୍କୁ ମିଲୁଥିବା ବୀମା ଅବହେଳିତକୁ ବିରୋଧ କରି ଏକ ବିରାଟ ବୈଠକ ସହ
ରାଲି ଅନୁଷ୍ଠିତ ହୋଇଛି।

ବରଗଡ଼ ଜିଲ୍ଲା ଚାଷୀଙ୍କ ସହ ବିଜେଡିର ସମସ୍ତ କାର୍ଯ୍ୟକର୍ତ୍ତା
ଯୋଗ ଦେଇଛନ୍ତି।

ଶିତଳେଶ୍ଵରୀ ପ୍ରକାଶନୀ ପକ୍ଷରୁ କବି ଶୁଭ୍ରାଂଶୁ ଶେଖର ପାଢୀଙ୍କୁ ସମ୍ବର୍ଦ୍ଧିତ

ସୋନପୁର ଜିଲ୍ଲା ବୀରମହାରାଜପୁର ସଦରସ୍ଥିତ ଦେଉମୁଣ୍ଡା ଗ୍ରାମର କବି ଶୁଭ୍ରାଂଶୁ ଶେଖର ପାଢୀଙ୍କୁ କଟକ ସ୍ଥିତ ଶହିଦ ଭବନ ପରିସରରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ସାରସ୍ବତ ସମାରୋହରେ ଆଜି ଅତିଥିମାନଙ୍କ ଦ୍ବାରା ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

୧୦୪ ବର୍ଷ ବୟସରେ ଧର୍ମପ୍ରାଣ ମହିଳାଙ୍କ ପରଲୋକ

ସମ୍ବଲପୁର ଝାଡୁଆପଡାର ଶକୁନ୍ତଳା ପୂଜାରୀଙ୍କ ୧୦୪ ବର୍ଷ ବୟସରେ ଆଜି ପରଲୋକ ଘଟିଛି। ସେ ଜଣେ ଜଣା ଶୁଣା ଧର୍ମ ପ୍ରାଣ ମହିଳା ଥିଲେ।

ଓଡ଼ିଶା ଅମଲା ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ

ଓଡ଼ିଶା ଅମଲା ସଂଘ ପକ୍ଷରୁ ପ୍ରସନ୍ନ ବେହେରା ଙ୍କ ନେତୃତ୍ୱରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ବହୁ ସଂଖ୍ୟାରେ କର୍ମଚାରୀ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସ ଆଗରେ ପ୍ରତିବାଦ କରି ଜିଲାପାଳ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରେଡ ପେ କୁ ୪୨୦୦ ଟଙ୍କାକୁ ବୃଦ୍ଧି କରିବା ଦାବି ରେ ଏହି ଆନ୍ଦୋଳନ ଜାରି ରହିଛି। ନଚେତ୍ ଆସନ୍ତା ୨୭ ରେ ରାଜଧାନୀ ବିଶାଳ ସମାବେଶ ଆୟୋଜନ ହେବ ବୋଲି ଚେତାବନୀ ଦେଇଛନ୍ତି।

ଅନରାରୀ ଫେଲୋସିପରେ ସମ୍ମାନିତ ହେଲେ ଲେଖକ ପ୍ରଫୁଲ୍ଲ ମହାନ୍ତି

ପ୍ରଥମ ଓଡ଼ିଆ ଭାବେ ସାହିତ୍ୟ ଏକାଡେମୀ ତରଫରୁ ଅନରାରୀ ଫେଲୋସିପରେ ସମ୍ମାନିତ ହୋଇଛନ୍ତି ଲେଖକ ପ୍ରଫୁଲ୍ଲ ମହାନ୍ତି।

ପ୍ରତିବର୍ଷ ଏହି ସମ୍ମାନ ଜଣେ ବିଦେଶୀ ଲେଖକଙ୍କୁ ପ୍ରଦାନ କରାଯାଏ।
ପ୍ରଫୁଲ୍ଲ ମହାନ୍ତି ୧୯୭୧ ମସିହାରେ My village my life ପୁସ୍ତକ ପାଇ ସମ୍ମାନ ପାଇଛନ୍ତି।

ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ସୋନପୁର ଜିଲ୍ଲା ବୀରମହାରାଜପୁର ମହାନଦୀ ନେତ୍ର ଚିକିତ୍ସାଳୟ ଓ ଉଲୁଣ୍ଡା ରମେଶ ପ୍ରଶାଦ ମହିଳା ଡିଗ୍ରୀ କଲେଜ ମିଳିତ ଆନୁକୁଲ୍ୟରେ ଆଜି ବିଶ୍ଵ ଡାଇବେଟିସ ଦିବସ ଅବସରରେ ମାଗଣା ଚକ୍ଷୁ ପରୀକ୍ଷା କରିବା ଅନୁଷ୍ଠିତ ହୋଇଯାଇଛି।

ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରି ଯୁବକ ଗିରଫ

ସୋସିଆଲ ମିଡ଼ିଆରେ ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ସାଇବର ଥାନା ପୁଲିସ।

ଗିରଫ ଯୁବକର ନାମ ମୁକେଶ ନାୟକ ହୋଇଥିବା ବେଳେ ତା ଘର ସାମନ୍ତରାପୁରରେ ବୋଲି ସୂଚନା ମିଳିଛି।

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୯ ଲକ୍ଷ ଜବତ

ମୟୁରଭଞ୍ଜ ଜିଲ୍ଲା ଉଦଳା ଆରଡବ୍ଲୁଏସ୍ଏସର ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ସରକାରୀ ଘରୁ ଆଉ ୨ ଲକ୍ଷ ଟଙ୍କା ଠାବ କରିଛି ଭିଜିଲାନ୍ସ।

ଭିଜିଲାନ୍ସ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୯ ଲକ୍ଷ ଜବତ କରିସାରିଛି। ଏହା ସହ ରବିନାରାୟଣଙ୍କର ଗୋଟିଏ ୩ ମହଲା କୋଠା, ଗୋଟିଏ ଫ୍ଲାଟ, ୧୨ଟି ପ୍ଲଟ ଠାବ ହୋଇଛି, ଏହାବାଦ କେଜିଏ ସୁନା, ୧.୨ କୋଟିର ବ୍ୟାଙ୍କ ଜମା ବି ମିଳିଛି।

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୯ ଲକ୍ଷ ଜବତ

ମୟୁରଭଞ୍ଜ ଜିଲ୍ଲା ଉଦଳା ଆରଡବ୍ଲୁଏସ୍ଏସର ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ସରକାରୀ ଘରୁ ଆଉ ୨ ଲକ୍ଷ ଟଙ୍କା ଠାବ କରିଛି ଭିଜିଲାନ୍ସ।

ଭିଜିଲାନ୍ସ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୯ ଲକ୍ଷ ଜବତ କରିସାରିଛି। ଏହା ସହ ରବିନାରାୟଣଙ୍କର ଗୋଟିଏ ୩ ମହଲା କୋଠା, ଗୋଟିଏ ଫ୍ଲାଟ, ୧୨ଟି ପ୍ଲଟ ଠାବ ହୋଇଛି, ଏହାବାଦ କେଜିଏ ସୁନା, ୧.୨ କୋଟିର ବ୍ୟାଙ୍କ ଜମା ବି ମିଳିଛି।

Nuakhai wishes