ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ଲୋକଙ୍କ ଆକ୍ରମଣରେ ୪ପୁଲିସ ଆହତ

ନବରଙ୍ଗପୁର ଜିଲ୍ଲାର ଉମରକୋଟ ଥାନା ଅନ୍ତର୍ଗତ ଝରିଗୁଡା ଗ୍ରାମରେ ଆଜି ଜଣେ ମହିଳାଙ୍କ ମୃତ ଦେହ ଏକ ଘରୁ ମିଳିବା ପରେ ଏହା ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ଲୋକେ ପୁଲିସକୁ ଖବର ଦେବା ସହ ମହିଳାଙ୍କ ସ୍ୱାମୀକୁ ଅଟକ ରଖିଥିଲେ l

ତେବେ ପୁଲିସ ଘଟଣାସ୍ଥଳକୁ ମୃତ ଦେହ ଜବତ କରିବା ସହ ଲୋକଙ୍କ କବଳରୁ ତାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା l ଏଥିରେ ଲୋକେ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରିବାରୁ ଆଇଆଇସିଙ୍କ ସମେତ ଚାରି ଜଣ ପୁଲିସ ଆହତ ହୋଇଛନ୍ତି l

ଲାଞ୍ଚ ନେଇ ଧରାପଡ଼ିଲେ ଥାନାଧିକାରୀ

ନବରଙ୍ଗପୁର ଜିଲ୍ଲା ଉମରକୋଟର ଥାନାଧିକାରୀ ଆଜି ଜଣେ ବ୍ୟକ୍ତିଙ୍କ ଠାରୁ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡିଛନ୍ତି l

କୋଷାଗୁମୁଡାରେ 24 ଘଣ୍ଟାରେ 143.2 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡାରେ 143.2, ଉମରକୋଟରେ 95 ଏବଂ ପାପଡାହାଣ୍ଡିରେ 84 ମିଲିମିଟର ବର୍ଷା ରେକର୍ଡ ହୋଇଛି l

Nuakhai wishes