ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ତେଣ୍ଡାକୁଡ଼ା ଗାଁର ସେକ୍ ମାହାଲା ସାହିରେ କୌଣସି କାରଣରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀ ହତ୍ୟା କରିବା ଗ୍ରାମର ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି ।

ଅଭିଯୁକ୍ତ ସ୍ୱାମୀ ମାନସିକ ବିକୃତ ଥିବା ପୁଲିସ ପକ୍ଷରୁ ସୂଚନା ମିଳିଥିବା ବେଳେ ସ୍ୱାମୀ ଅଟକ ଥିବା କହିଛି ପୁଲିସ ।

ସମୁଦ୍ରରେ ନିଖୋଜ ଥିବା 13 ମତ୍ସ୍ୟଜୀବୀ ଉଦ୍ଧାର

ବଙ୍ଗୋପସାଗରକୁ ମାଛ ଧରିବାକୁ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆ ଜେଟିରୁ ଯାଇଥିବା 13 ଜଣ ମତ୍ସ୍ୟଜୀବୀ ଗତକାଲି ସନ୍ଧ୍ୟାରୁ ନିଖୋଜ ହୋଇଯାଇଥିଲେ ଏବଂ ସେମାନଙ୍କ ସହ ଯୋଗାଯୋଗ ହୋଇ ପାରୁନଥିଲା l

ତେବେ ସେମାନଙ୍କ ଟ୍ରଲର ବୁଡି ଯାଇଥିଲା ଏବଂ ତଟରକ୍ଷୀ ବାହିନୀ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ଖବର ମିଳିଛି l

ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ୧୩ ମତ୍ସ୍ୟଜୀବୀ ନିଖୋଜ

ଗତକାଲି (ଶୁକ୍ରବାର) ସକାଳୁ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଅଞ୍ଚଳରୁ ମାଛ ଧରିବାକୁ ବାହାରିଥିବା ଟ୍ରଲର ନିଖୋଜ ହୋଇଯାଇଛି।

ଗତକାଲି ସଂଧ୍ୟାରୁ ଟ୍ରଲର ସହ ଯୋଗାଯୋଗ ହୋଇ ପାରି ନଥିଲ।ଟ୍ରଲରରେ ୧୩ ମତ୍ସ୍ୟଜୀବୀ ଥିବାବେଳେ ସମସ୍ତେ ନିଖୋଜ ଥିବା ସୂଚନା ମିଳିଛି। କୋଷ୍ଟଗାର୍ଡ ସାମୁଦ୍ରିକ ଥାନା ପୁଲିସ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏପର୍ଯ୍ୟନ୍ତ କିଛି ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡେରାବିଶ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ବିପିନ ବିହାରୀ ସିଂ।

ଦରମା ରିଲିଜ୍ ପାଇଁ ଶିକ୍ଷକଙ୍କ ଠାରୁ ୫ ହଜାର ଲାଞ୍ଚ ନେଇ ଧରାପଡ଼ିଛନ୍ତି।

ମାଟି ଅତଡ଼ା ଖସି ୨ ନାବାଳକ ମୃତ

କେନ୍ଦ୍ରାପଡ଼ା ଜିଲ୍ଲା ମାଗୁରା ଗଣ୍ଡପାଟଣା ଗାଁରେ ଏହି ଘଟଣା ଘଟିଛି।

ପୋଖରୀ କୂଳର ମାଟି ଅତଡ଼ା ଧସି ୨ ନାବାଳକ ମୃତ୍ୟୁ ଘଟିଛି।ନାବାଳକଙ୍କ ବୟସ ୯ ଓ ୧୨ ବର୍ଷ ହୋଇଥିବା ସୂଚନା ମିଳିଛି।
ପୋଖରୀ କୂଳରେ ଖେଳୁଥିବା ବେଳେ ଧସେଇ ହୋଇପଡ଼ିଥିଲା ମାଟି।

Nuakhai wishes