ବିଜେଡିରୁ ଇସ୍ତଫା ଦେଲେ ଗୀତାଞ୍ଜଳି ସେଠୀ

କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ସଭାପତି ଗୀତାଞ୍ଜଳି ସେଠୀ ନିଜ ଇସ୍ତଫାପତ୍ର ଦଳର ସଭାପତିଙ୍କୁ ପଠାଇଛନ୍ତି।

କେନ୍ଦ୍ରାପଡ଼ାବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ବିଜେଡି ଛାଡ଼ିଥିବା କହିଲେ। ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ବୋଲି ସୂଚନା ମିଳିଛି।

କେନ୍ଦ୍ରାପଡ଼ା ଅବକାରୀ ଅଧୀକ୍ଷକ ଦେବୀ ପ୍ରସାଦ ମିଶ୍ର ସସ୍‌ପେଣ୍ଡ୍‌

ବିଭାଗୀୟ ତଦନ୍ତ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି।

ସମ୍ବଲପୁର ନର୍ଦନ ଡିଭିଜନ ଉପ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କୁ କେନ୍ଦ୍ରାପଡ଼ା ବଦଳି କରାଯାଇଛି।

ଜେଜେମାର ଦ୍ୱାଦଶ ଭୋଜି ବେଳେ ନାତି ପାଣିରେ ବୁଡ଼ି ମୃତ

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା କୁଦାନଗରୀ ଥାନା ତଳକୁସୁମାରେ ଏହି ଘଟଣା ଘଟିଛି।

ଭୋଜି ବେଳେ ନାତି ଚିତ୍ରତ୍ପୋଳାକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ।

ବିଜେଡିରେ ସାମିଲ୍‌ ହେଲେ ବରିଷ୍ଠ ନେତା ଗଣେଶ୍ୱର ବେହେରା

ଦଳୀୟ ସମର୍ଥକଙ୍କ ସହ ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଲେ ଗଣେଶ୍ୱର।

ନିକଟରେ କଂଗ୍ରେସ ଛାଡ଼ିଥିଲେ ପୂର୍ବତନ ବିଧାୟକ ଗଣେଶ୍ୱର।

ସ୍ବାମୀ ଆଗରେ ଶିଶୁକନ୍ୟାକୁ ଧରି ନଦୀକୁ ଡେଇଁଲା ସ୍ତ୍ରୀ

ଗଡ଼ଗଡି ବ୍ରିଜ୍‌ ଉପରୁ ଖରସ୍ରୋତା ନଦୀକୁ ଡେଇଁପଡିଲେ ମହିଳା।

ସ୍ଥାନୀୟ ଲୋକ ନଦୀରୁ ମା’ଛୁଆଙ୍କୁ ସୁରକ୍ଷିତ ଉଦ୍ଧାର କରି କେନ୍ଦ୍ରାପଡା ମେଡିକାଲ୍‌ ସ୍ଥାନାନ୍ତର କରିଛନ୍ତି।ମହିଳା ଖନ୍ଦୋଳ ଗାଁର, ପାରିବାରିକ କଳହରୁ ଡେଇଁପଡ଼ିଥିବା ସୂଚନା ମିଳିଛି।

ପେଜ କୁଣ୍ଡରେ ପଡ଼ି ତୃତୀୟ ଶ୍ରେଣୀ ଛାତ୍ର ଗୁରୁତର

କେନ୍ଦ୍ରାପଡା ଜିଲ୍ଲା ବାହାକଣ୍ଡିଆ ଅନନ୍ତ ନାରାୟଣ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି।

ଗୁରୁତର ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

କେନ୍ଦ୍ରାପଡ଼ାରେ ପ୍ରଚାର ଆରମ୍ଭ କଲେ ବୈଜୟନ୍ତ ପଣ୍ଡା

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଦୁହୁରିଆରୁ ବଳଦେବଜିଉ ମନ୍ଦିର ଯାଏ ରୋଡ ସୋ କରିଛନ୍ତି।

ବିକାଶ ଏଥର ରିଡବଲ୍ ସ୍ପିଡରେ ହେବ। କେନ୍ଦ୍ରାପଡା ସହିତ ଆମେ ଜିତିବୁ। ବିଜେପିର ଭରପୁର୍ ଜିତ୍ ହେବ କହିଛନ୍ତି ବୈଜୟନ୍ତ।

ଶୌଚ ପାଇଁ ଯାଇଥିବା ବେଳେ ଟାଣିନେଲା କୁମ୍ଭୀର

ବିଲରେ ପାଣି ମଡ଼ାଉଥିବା ସ୍ତ୍ରୀ ଆଗରେ ସ୍ୱାମୀକୁ ଟାଣିନେଲା କୁମ୍ଭୀର।

ରାଜନଗର ଥାନା ଦକ୍ଷିଣଭେଡ଼ା ଗାଁରେ ଏହି ଘଟଣା ଘଟିଛି। ହଂସୁଆ ନଦୀରେ ଗ୍ରାମବାସୀଙ୍କ ଦ୍ୱାରା ଖୋଜାଖୋଜି ଜାରି ରହିଛି।

ଗୋଟିଏ ପରିବାରର ୩ ଜଣଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତାଳଚୁଆଁ ସାମୁଦ୍ରିକ ଥାନା ରାଜେନ୍ଦ୍ରନଗରରେ ଏହି ଘଟଣା ଘଟିଛି।

ବାପା, ମାଆ ଓ ୨୫ ବର୍ଷୀୟ ପୁଅର ମୃତଦେହ ଉଦ୍ଧାର ହୋଇଛି। ବାପାର ମୃତଦେହ ଘର ବାହାରପଟୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ଘର ଭିତରେ ପଡ଼ିଛି ମାଆ ଓ ପୁଅଙ୍କ ମୃତଦେହ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

ଗୋଟିଏ ପରିବାରର ୩ ଜଣଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତାଳଚୁଆଁ ସାମୁଦ୍ରିକ ଥାନା ରାଜେନ୍ଦ୍ରନଗରରେ ଏହି ଘଟଣା ଘଟିଛି।

ବାପା, ମାଆ ଓ ୨୫ ବର୍ଷୀୟ ପୁଅର ମୃତଦେହ ଉଦ୍ଧାର ହୋଇଛି। ବାପାର ମୃତଦେହ ଘର ବାହାରପଟୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ଘର ଭିତରେ ପଡ଼ିଛି ମାଆ ଓ ପୁଅଙ୍କ ମୃତଦେହ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

Nuakhai wishes