ଗତକାଲି (ଶୁକ୍ରବାର) ସକାଳୁ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଅଞ୍ଚଳରୁ ମାଛ ଧରିବାକୁ ବାହାରିଥିବା ଟ୍ରଲର ନିଖୋଜ ହୋଇଯାଇଛି।
ଗତକାଲି ସଂଧ୍ୟାରୁ ଟ୍ରଲର ସହ ଯୋଗାଯୋଗ ହୋଇ ପାରି ନଥିଲ।ଟ୍ରଲରରେ ୧୩ ମତ୍ସ୍ୟଜୀବୀ ଥିବାବେଳେ ସମସ୍ତେ ନିଖୋଜ ଥିବା ସୂଚନା ମିଳିଛି। କୋଷ୍ଟଗାର୍ଡ ସାମୁଦ୍ରିକ ଥାନା ପୁଲିସ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏପର୍ଯ୍ୟନ୍ତ କିଛି ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।