ପଟ୍ଟାମୁଣ୍ଡାଇରେ 24 ଘଣ୍ଟାରେ 91 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇରେ 91, କେନ୍ଦ୍ରାପଡ଼ାରେ 89.4, ମାର୍ଶାଘାଇରେ 84, ଡେରାବିଶରେ 82, ରାଜନଗରରେ 70 ଏବଂ ଗରଦପୁରରେ 58 ମିଲିମିଟର ବର୍ଷା ରେକର୍ଡ କରାଯାଇଛି l

ଯୌତୁକ ହତ୍ୟା ମାମଲାରେ ସ୍ୱାମୀକୁ ଆଜୀବନ ଜେଲ

2012 ମସିହାରେ ପାଟକୁରା ଥାନା ଅନ୍ତର୍ଗତ କଳାବୁଦା ଗ୍ରାମରେ ହୋଇଥଜେବା ଏକ ଯୌତୁକ ହତ୍ୟା ମାମଲାରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଏବଂ ସେସନ୍ସ ଜଜ ଅଭିଯୁକ୍ତ ସ୍ୱାମୀ କିଶୋର ଦାସକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି l

ଟାହିଟାପରା ସହି ନ ପାରି ଯୁବତୀର ଆତ୍ମହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ମହାମୁଡା ଗ୍ରାମରେ ଆଜି ଜଣେ ଯୁବତୀଙ୍କ ଆତ୍ମହତ୍ୟା ପରେ ବିବାଦ ଆରମ୍ଭ ହୋଇଛି l ଯୁବତୀ ଜଣଙ୍କ କିଛି ଲୋକଙ୍କ ଟାହି ଟାପରା ସହି ନପାରି ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି l

Nuakhai wishes