ସେଣ୍ଟ ଜାଭିୟର୍ସ ସ୍କୁଲର ପଞ୍ଚମ ପ୍ରତିଷ୍ଠା ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମୃଦଙ୍ଗା ଗ୍ରାମ ଠାରେ ଆଜି ସେଣ୍ଟ ଜାଭିୟର୍ସ ସ୍କୁଲର ପଞ୍ଚମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।

ପରିଚାଳନା ନିର୍ଦ୍ଦେଶକ ପ୍ରକାଶ ଆଇଚଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପ୍ରିନ୍ସିପାଲ କାର୍ତ୍ତିକେଶ୍ୱର ସ୍ୱାଇଁ ଅତିଥି ପରିଚୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଷ୍ଟ୍ରିଟ୍ ଲାଇଟ ଖୁଣ୍ଟିକୁ ଧକ୍କା ଦେଲା ଟ୍ରକ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ସାତମାଇଲ ଛକ ନିକଟରେ ଆଜି ଏକ ଟ୍ରକ ଷ୍ଟ୍ରିଟ୍ ଲାଇଟ ଖୁଣ୍ଟିକୁ ଧକ୍କା ଦେବା ଫଳରେ ପାଖରେ ଥିବା ଦୋକାନୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଗାଡିଟିକୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଅଟକ ରଖାଯାଇଛି।

କିର୍ତ୍ତନପୁର ଓ ଜୟପୁର ଆଦର୍ଶ ଗ୍ରାମ ଭାବେ ଉଦଘାଟିତ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତର ଦୁଇଟି ଗ୍ରାମ କିର୍ତ୍ତନପୁର ଓ ଜୟପୁର ଗ୍ରାମକୁ ଆଜି ଆଦର୍ଶ ଗ୍ରାମ ଭାବେ ଉଦଘାଟନ କରିଛନ୍ତି ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସିପ୍ରା ବରାଳ ।

୫୩ ନଂ ଜାତୀୟ ରାଜପଥ ଅବରୋଧ

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଳକ ଅନ୍ତର୍ଗତ ପିତିରି ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ପାଣି ଜମି ରହିଛି।

ପ୍ରଶାସନ ତରଫରୁ ପାଣି ନିଷ୍କାସନ କରାନଯିବା ହେତୁ ଆଜି ଗ୍ରାମବାସୀମାନେ ୫୩ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଅନ୍ତର୍ଗତ ଶ୍ରୀ ରାମଚନ୍ଦ୍ରପୁର ଆମ୍ ଆଦମୀ ପାର୍ଟି ସଦସ୍ୟମାନେ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟାର ଆସୁ ସମାଧାନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ମିନି ଷ୍ଟାଡିଅମରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା ସଦର ସ୍ଥିତ ମିନି ଷ୍ଟାଡିଅମ ଠାରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ସହରର ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ମକଡ୍ରିଲ ଆୟୋଜିତ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ରେ ଆଜି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଏକ ମକଡ୍ରିଲ ଆୟୋଜିତ ହୋଇଯାଇଛି ।

ଏଥିରେ ସାଂସଦ ଶ୍ରୀ ମହେଶ ସାହୁ, ଜିଲ୍ଲାସ୍ଥରୀୟ ଅଧିକାରୀଙ୍କ ସହ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ଯୋଗ ଦେଇଥିଲେ ।

କନ୍ତୋର ଗାଁରେ ବଜ୍ରାଘାତରେ ମୃତ୍ୟୁ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ତୋର ଗାଁରେ ଆଜି ବଜ୍ରାଘାତ ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ମୃତ ଯୁବକ ଜଣଙ୍କ କନ୍ତୋର ଗାଁର ପ୍ରଶାନ୍ତ କୁମାର ସାହୁ । ପ୍ରଶାନ୍ତ ଘର ପାଖରେ ଥିବା କୂଅ ନିକଟରେ ବସିଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ ।ପରିବାର ଲୋକେ ତାଙ୍କୁ ଏକ କାର ଯୋଗେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Nuakhai wishes