କମ୍ୟୁନିଟ ସେଣ୍ଟର ଉଦଘାଟିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ବାଙ୍କୁଆଳ ଗ୍ରାମ ପଞ୍ଚାୟତରେ ଆଜି ଏକ କମ୍ୟୁନିଟ ସେଣ୍ଟର ଉଦଘାଟିତ ହୋଇଯାଇଛି ।

ଏହି ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ନଗରପାଳ ଶ୍ରୀ ଧର୍ମାନନ୍ଦ ପରିଡା ଏଵଂ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରେମାନନ୍ଦ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ।

ରଞ୍ଜାଗୋଳ ରଜ ପର୍ବରେ ପଣସ ପସରା

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ଅନ୍ତର୍ଗତ ରଞ୍ଜାଗୋଳରେ କେଉଁ ଆବାହମାନକାଳରୁ ଆୟୋଜିତ ହୋଇ ଆସୁଥିବା ରଜ ପର୍ବର ଏକ ସ୍ୱତନ୍ତ୍ରତା ରହିଛି ।

ରଞ୍ଜାଗୋଳର ରଜ ପର୍ବ ୪ଦିନ ଧରି ପାଳନ କରାଯାଇଥାଏ ।ଦୋଳି ସହ ବିଶେଷ କରି ପଣଷ ପସରା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି।

ଅପରେସନ ରାହୁଲର ନେତୃତ୍ୱରେ ଢେଙ୍କାନାଳ ପୁଅ

ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ ନାଗିଆପଶିର ପୁଅ ହେଉଛନ୍ତି ଏନଡିଆରଏଫ ଇନ୍ସପେକ୍ଟର ମହାବୀର ମହାନ୍ତି।

ଯିଏ ଅପରେସନର ରାହୁଲର ନେତୃତ୍ୱ ନେଇଥିଲେ। ବୋରୱେଲ ଭିତରେ ପଶି ରାହୁଲର ଜୀବନ ବଞ୍ଚାଇଥିଲେ ।

ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ଢ଼େଙ୍କାନାଳ ଜିଲ୍ଲା ଛଦେଶସ୍ଥିତ ଭୋଳେଶ୍ୱର ଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ପ୍ରଖ୍ୟାତ ପ୍ରଜାମଣ୍ଡଳ ନେତା, ସ୍ୱାଧୀନତା ସଂଗ୍ରାମୀ ବ୍ରଜ କିଶୋର ଧଳ, ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଷାତତ୍ତ୍ୱବିତ୍ ଓ ଭାଷାବିଜ୍ଞାନୀ ଗୋଲକ ବିହାରୀ ଧଳ ଓ ଭୋଳେଶ୍ୱର ଧଳଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ।

ଜିଲ୍ଲା ବିଜେପି ତରଫରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଆଜି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜିଲ୍ଲା ବିଜେପି ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଜେପିର ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇ ଥିଲେ।

ଡ଼ୁବୁରୀ ପାହାଡ଼ରେ ଆଜି ରଜ ମେଳା ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଡ଼ୁବୁରୀ ପାହାଡ଼ରେ ଆଜି ରଜ ସଂକ୍ରାନ୍ତି ଉପଲକ୍ଷେ ମେଳା ଅନୁଷ୍ଠିତ ହୋଇଛି ।

ସକାଳ ୬ ଘଟିକାରୁ ଅଖଣ୍ଡ ବତୀ, ଘୃତ ଆହୁତି, ପ୍ରଭୁ ପାଦେ ନାମ ଯଜ୍ଞ, ଧର୍ମସଭାର ଆୟୋଜନ ହୋଇଛି। ଏହି କାର୍ଯ୍ୟlକ୍ରମ ମହିମାଗାଦିର ସମସ୍ତ ବାବା ବକଳ ଧାରୀ ଓ କୌପୁନି ଧାରୀ ଯୋଗଦେଇଛନ୍ତି।

ଚିକିତ୍ସାଧିନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ କୁନୂଆଁ ଠାରେ ଏକ ହାତୀ ତାର ଜନ୍ମ କଲା ଛୁଆକୁ ଛାଡି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା ।

ସ୍ଥାନୀୟ ଲୋକେଙ୍କ ଠାରୁ ଖବରପାଇ ବନବିଭାଗ କର୍ମଚାରୀମାନେ ପହଂଚି ହାତୀ ଛୁଆକୁ ଉଦ୍ଧାର କରିବା ସହ କପିଳାସ ଚିଡିଆଖାନା ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା ।
କିନ୍ତୁ ସେଠାରେ ହାତୀ ଛୁଆଟିର ମୃତ୍ୟୁ ହୋଇଛି।

Nuakhai wishes