କନ୍ତୋର ଗାଁରେ ବଜ୍ରାଘାତରେ ମୃତ୍ୟୁ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ତୋର ଗାଁରେ ଆଜି ବଜ୍ରାଘାତ ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ମୃତ ଯୁବକ ଜଣଙ୍କ କନ୍ତୋର ଗାଁର ପ୍ରଶାନ୍ତ କୁମାର ସାହୁ । ପ୍ରଶାନ୍ତ ଘର ପାଖରେ ଥିବା କୂଅ ନିକଟରେ ବସିଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ ।ପରିବାର ଲୋକେ ତାଙ୍କୁ ଏକ କାର ଯୋଗେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes