27 ଲକ୍ଷ ଟଙ୍କା ହଡପ ଅଭିଯୋଗରେ ପିଇଓ ଗିରଫ

ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ଓ ପାରସାଲି ପଞ୍ଚାୟତର 27.50 ଲକ୍ଷ ଭତ୍ତା ଟଙ୍କା ହଡପ ଅଭିଯୋଗରେ ପିଇଓ ପ୍ରଦୀପ ମଣ୍ଡାଙ୍ଗୀଙ୍କୁ ଗିରଫ କରାଯାଇଥିବା ଆଜି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି l

ଦୂଷିତ ଝରଣା ପାଣି ପାଇଁ କାଶୀପୁରରେ ବ୍ୟାପିଛି ଝାଡ଼ାବାନ୍ତି:ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଦୂଷିତ ଝରଣା ପାଣି ହିଁ ରାୟଗଡ଼ା ଜିଲ୍ଲାର କାଶୀପୁରରେ ବ୍ୟାପିଥିବା ଝାଡ଼ାବାନ୍ତିର କାରଣ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସେଠାରେ ଭିବ୍ରିଓ କଲେରା ବିଜାଣୁ ଠାବ ହୋଇଥିବା ବେଳେ ଏହାର ମୂଳ ସଂକ୍ରମଣ ପାଣି ଉତ୍ସରୁ ହିଁ ଆରମ୍ଭ ହୋଇଛି ବୋଲି ସେ ସୁଚନା ଦେଇଛନ୍ତି।
ସୂଚନାଯୋଗ୍ୟ, କାଶୀପୁରରେ ବ୍ୟାପିଥିବା ଝାଡ଼ାବାନ୍ତି ଯୋଗୁ ଏଯାଏ ୭ ଜଣ ପ୍ରାଣ ହରାଇଥିବା ବେଳେ ୧୦୪ ଜଣ ଆକ୍ରାନ୍ତ ହୋଇ ସାରିଲେଣି ।

ରାୟଗଡା ଜିଲ୍ଲାର ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟର ଅନୁମୋଦନ

ଦୁଇଟି ଜିଲ୍ଲାର ପାନୀୟ ଜଳ ପ୍ରକଳ୍ପକୁ ଆଜି ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି l
ପ୍ରସ୍ତାବିତ ପ୍ରକଳ୍ପରୁ କୋରାପୁଟ ଜିଲ୍ଲା ଜୟପୁର ବ୍ଲକର 15 ଓ କୁନ୍ଦ୍ରା ବ୍ଲକର 16 ପଞ୍ଚାୟତକୁ ପାଣି ମିଳିବ l ସେହିପରି ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକର 7 ଓ କୋଲନରା ବ୍ଲକର 8 ପଞ୍ଚାୟତକୁ ମଧ୍ୟ ପାନୀୟ ଜଳ ମିଳିବ l

କାଶୀପୁର ଝାଡାବାନ୍ତି, ପହଞ୍ଚିଲେ ମେଡିକାଲ ବିଶେଷଜ୍ଞ ଦଳ

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଝାଡାବାନ୍ତିରେ ୭ ଜଣଙ୍କ ମୃତ୍ୟୁ ହେଲାଣି 60ରୁ ଅଧିକ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ କୋରାପୁଟ ମେଡ଼ିକାଲ୍ କଲେଜର ବିଶେଷଜ୍ଞ ଦଳ ଟିକିରିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସେପଟେ ପରୀକ୍ଷଣ ପାଇଁ ଯାଇଥିବା ଜଳ ନମୁନାର ରିପୋର୍ଟରେ ଦୂଷିତ ଜଳ ଯୋଗୁ ମହାମାରୀ ବ୍ୟାପିଥିବା ସ୍ପଷ୍ଟ ହୋଇଛି l ମଳ ନମୁନାର ରିପୋର୍ଟ ଆସିବା ପରେ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ।

Nuakhai wishes