ଦୂଷିତ ଝରଣା ପାଣି ପାଇଁ କାଶୀପୁରରେ ବ୍ୟାପିଛି ଝାଡ଼ାବାନ୍ତି:ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଦୂଷିତ ଝରଣା ପାଣି ହିଁ ରାୟଗଡ଼ା ଜିଲ୍ଲାର କାଶୀପୁରରେ ବ୍ୟାପିଥିବା ଝାଡ଼ାବାନ୍ତିର କାରଣ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସେଠାରେ ଭିବ୍ରିଓ କଲେରା ବିଜାଣୁ ଠାବ ହୋଇଥିବା ବେଳେ ଏହାର ମୂଳ ସଂକ୍ରମଣ ପାଣି ଉତ୍ସରୁ ହିଁ ଆରମ୍ଭ ହୋଇଛି ବୋଲି ସେ ସୁଚନା ଦେଇଛନ୍ତି।
ସୂଚନାଯୋଗ୍ୟ, କାଶୀପୁରରେ ବ୍ୟାପିଥିବା ଝାଡ଼ାବାନ୍ତି ଯୋଗୁ ଏଯାଏ ୭ ଜଣ ପ୍ରାଣ ହରାଇଥିବା ବେଳେ ୧୦୪ ଜଣ ଆକ୍ରାନ୍ତ ହୋଇ ସାରିଲେଣି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes