70 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 10 ଗିରଫ

ପୁଲିସ ମାଲକାନଗିରି ଜିଲ୍ଲାର ପୁରୁଣାପାଣି, ରଥଗଡ ଏବଂ ଆରଏସସି -10 ଅଞ୍ଚଳରେ ଚଢ଼ାଉ କରି 70 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ 10 ଜଣଙ୍କୁ ଗିରଫ କରିଛି l

ପ୍ରି ଆକ୍ଟିଭେଟେଡ ସିମ୍ କେଳେଙ୍କାରୀ ମାମଲାରେ ଆଉ ଜଣେ ଗିରଫ

ମାଲକାନଗିରି ଜିଲ୍ଲା ବାଲିମେଳାର ଦୀପକ ନାୟକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

ସେ ମୋବାଇଲ ସେବା କମ୍ପାନୀର ସେଲ୍ସ ମ୍ୟାନେଜର ଥିଲେ । ଏହି ମାମଲାରେ ଏ ପର୍ଯ୍ୟନ୍ତ ୫ଜଣକୁ ଗିରଫ କଲାଣି କ୍ରାଇମବ୍ରାଞ୍ଚ।

ସ୍ୱାମୀ ଆକ୍ରମଣରେ ପତ୍ନୀ ଗୁରୁତର

ମାଲକାନଗିରି ଜିଲ୍ଲା ମୋଟୁ ଥାନାଞ୍ଚଳରେ ଘରୋଇ କଳହକୁ କେନ୍ଦ୍ର କରି ସ୍ୱାମୀ ଆକ୍ରମଣରେ ପତ୍ନୀ ଗୁରୁତର ଆହତ ହେବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୁଲିସ ଆଜି କହିଛି l

ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା 24 ଘଣ୍ଟାରେ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ଅର୍ଥାତ 7 ରୁ 11 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି l

ଭାରସାମ୍ୟ ହରାଇ ବ୍ରିଜକୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ, ୧୨ ଆହତ

ମାଲକାନଗିରି ଜିଲ୍ଲା ମାଥିଲି ନିକଟରେ ଏହି ଦୁର୍ଘଟଣା ଘଟିଛି।

ସମସ୍ତ ଆହତଙ୍କୁ ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଛି। ପିକଅପ୍‌ ଭ୍ୟାନଟି ମାଲକାନଗିରିରୁ ଜୟପୁର ଅଭିମୁଖେ ଯାଉଥିଲା।

Nuakhai wishes