ଥାନା ଆଗରେ କିରୋସିନ୍ ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ,

ମାଲକାନଗିରି ଥାନା ଆଗରେ ଦେହରେ କିରୋସିନ୍ ଢାଳି ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଥିବା ବେଳେ ସ୍ଥାନୀୟ ଲୋକେ କାବୁ କରି ନେଇଛନ୍ତି।

ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗରେ ମହିଳା ଆତ୍ମାହୁତି ଉଦ୍ୟମ କରୁଥିବା ସୂଚନା ମିଳିଛି।

ସ୍ୱାଭିମାନ ଅଞ୍ଚଳରେ ପ୍ରତିଷ୍ଠା ହେଲା ଅଗ୍ନିଶମ ସେବା କେନ୍ଦ୍ର

ଓଡିଶା ଅଗ୍ନିଶମ ସେବା ଦ୍ୱାରା ଆଜି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଠାରେ ଅଗ୍ନିଶମ ସେବା କେନ୍ଦ୍ରର ଉଦଘାଟନ କରାଯାଇଛି l ଏହି କେନ୍ଦ୍ର ପାଇଁ ରାଜ୍ୟ ସରକାର 15 ଜଣ କର୍ମଚାରୀ ମୁତୟନ ସକାଶେ ମଞ୍ଜୁରି ଦେଇଛନ୍ତି l

ଗୁଣି ସନ୍ଦେହରେ ଜଣଙ୍କୁ ପ୍ରଜା କୋର୍ଟରେ ହତ୍ୟା

ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ କଙ୍ଗାରୁକୁଣ୍ଡା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପ୍ରଜା କୋର୍ଟକୁ ଡାକି ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l

ଏହି ଘଟଣାର ପ୍ରାରମ୍ଭିକ ତଦନ୍ତ ପରେ ପାଞ୍ଚ ଜଣଙ୍କୁ ଅଟକ ରଖାଯାଇଥିବା ଆଜି ସ୍ଥାନୀୟ ପୁଲିସ କହିଛି l

ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ମାଲକାନଗିରିର କଲୋନୀ ବଜାର ଅଞ୍ଚଳରେ ଆଜି ଏକ ଦୋକାନରେ ଅଚାନକ ନିଆଁ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ଜଣେ ମହିଳା ଆହତ ହୋଇଛନ୍ତି l

ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା l

ମାଲକାନଗିରିର ମାଓ ଅଧ୍ୟୁଷିତ ଅଞ୍ଚଳ ପରିଦର୍ଶନ କଲେ ବିଏସଏଫ ଆଇଜି

ଲଗାତର ତୃତୀୟ‌ ଦିନରେ ଆନ୍ଧ୍ର ଓଡ଼ିଶା ସୀମା ମାଲକାନଗିରିର ମାଓ ଅଧ୍ୟୁଷିତ ଅଞ୍ଚଳ ପରିଦର୍ଶନ କରି ଆନ୍ଧ୍ର-ଓଡ଼ିଶା ସୀମାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ବିଏସଏଫ ଆଇଜି।

ବାଲିମେଳା ଜଳଭଣ୍ଡାର, ସଂରକ୍ଷିତ ଜଙ୍ଗଲ, ପିପଲାପଦର କ୍ୟାମ୍ପର ମଧ୍ୟ କାର୍ଯ୍ୟକାରୀ କ୍ଷମତା ସହ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ଏହା ସହ ବାଲିମେଳା ଅଞ୍ଚଳର ସରପଞ୍ଚ, ସରକାରୀ ଅଧିକାରୀ, ଜଣାଶୁଣା ବ୍ୟବସାୟୀ ଓ ଖେଳାଳୀଙ୍କ ସହ ଆଲୋଚନା କରିଛନ୍ତି ଆଇଜି।

Nuakhai wishes