ମାଲକାନଗିରିରେ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ

ମାଓ ମୁକାବିଲା ନେଇ ସ୍ବାଭିମାନ ଅଞ୍ଚଳରେ BSF ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି।

ଗୁଇନ୍ଦା ନିର୍ଦ୍ଦେଶକ, ADG ଅପରେସନ, ଗୁଇନ୍ଦା ଡିଆଇଜି ଉପସ୍ଥିତ ଅଛନ୍ତି।

୮ ବର୍ଷର ଶିଶୁକୁ ପିଟିପିଟି ମାରିଦେଲା ମା’

ମାଲକାନଗିରି ଜିଲ୍ଲା କାଲିମେଳା ଥାନା ତୁମ୍ବାଗୁଡ଼ା ଗାଁରେ ଘଟଣା ଘଟିଛି।

ନିଶାସକ୍ତ ଅବସ୍ଥାରେ ମହିଳା ଜଣଙ୍କ ପିଟି ମାରିଥିବା ଅଭିଯୋଗ ହୋଇଛି। ଶିଶୁ ବାପାଙ୍କ ଅଭିଯୋଗ ଆଧାରରେ ମହିଳା ଜଣଙ୍କୁ ଥାନାରେ ଅଟକ ରଖିଛି ପୁଲିସ।

ସର୍ଚ୍ଚ ଅପରେସନ ବେଳେ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଦୟାଲତୁଙ୍ଗ ଜଙ୍ଗଲରୁ ବିସ୍ଫୋରକ ଜବତ ହୋଇଛି।

୧୨ଟି ଲ୍ୟାଣ୍ଡମାଇନ ସହ ୧୯୦ଟି ଜିଲଟିନ୍‌ ଷ୍ଟିକ୍‌ ଜବତ ହୋଇଛି। DVF ପକ୍ଷରୁ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

ପାୱାର ସଚିନ ପ୍ରକାଶ ହେଲେ ମାଲକାନଗିରି ଜିଲ୍ଲାପାଳ

ଆଜି ଆଇଏଏସ ସ୍ତରରେ ଅଦଳବଦଳ କରିଥିବା ରାଜ୍ୟ ସରକାର ଆଇଏଏସ ପାୱାର ସଚିନ ପ୍ରକାଶଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି।

ମହିଳା ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି ଏସ୍‌ପିଙ୍କ ନିକଟରେ ମହିଳା ମାଓବାଦୀ ପୁଙ୍ଗି ମାଢ଼ୀ ଆତ୍ମସମର୍ପଣ କରିଛନ୍ତି।

ପୁଙ୍ଗି ମାଢ଼ୀ ଓଡ଼ିଶା ଓ ଛତିଶଗଡ଼ରେ ବହୁ ହିଂସାରେ ଜଡ଼ିତ ଥିଲା। ପୁଙ୍ଗି ନାଁରେ ଉଭୟ ରାଜ୍ୟର ବିଭିନ୍ନ ଥାନାରେ ୪୮ଟି ମାମଲା ରହିଛି। ପୁଙ୍ଗିକୁ ଧରାଇ ଦେବା ଲାଗି ଲକ୍ଷେ ଟଙ୍କା ପୁରସ୍କାର ଘୋଷଣା ହୋଇଥିଲା।

ମାଲକାନଗିରି ବିମାନବନ୍ଦର ଲୋକାର୍ପିତ

୨୩୪ ଏକର ଜମିରେ ପରିବ୍ୟାପ୍ତ ହୋଇଥିବା ବିମାନବନ୍ଦରକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ।

୧୬୨୦ ମିଟର ଲମ୍ବର ରନୱେ ନିର୍ମାଣ ହୋଇଛି। ଏହି ବିମାନବନ୍ଦର ଯାତ୍ରୀ ସେବା ଓ ମାଓ ଦମନରେ ସହାୟକ ହେବ।

୬ ଫୁଟର ଗାତରେ ପଡ଼ିଥିବା ନାବାଳିକା ଉଦ୍ଧାର

ମାଲକାନଗିରି ଜିଲ୍ଲା ମାଥିଲିରେ ବିଦ୍ୟୁତ ଖୁଣ୍ଟ ପୋତାଯିବାକୁ ଖୋଳାଯାଇଥିବା ଏକ ୬ ଫୁଟର ଗାତରେ ପଡିଯାଇଥିଲା ନାବାଳିକା।

ଖେଳୁଥିବା ସମୟରେ ଗାତ ଭିତରେ ଖସି ପଡ଼ିଲା ନାବାଳିକା।ଅଗ୍ନିଶମବାହିନୀ ଦ୍ୱାରା ନାବାଳିକାକୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ସିମେଣ୍ଟ ବୋଝେଇ ଟିପ୍ପର ଓଲଟି ୪ ମୃତ

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଯୋଡ଼ାମ୍ବ ଯାଉଥିବା ଟିପ୍ପର ଭାରସାମ୍ୟ ହରାଇ ହନ୍ତାଳଗୁଡ଼ା ଘାଟିରେ ଓଲଟିଲା।

୧୦ରୁ ଅଧିକ ଶ୍ରମିକଙ୍କୁ ନେଇ ଯାଉଥିଲା ସିମେଣ୍ଟ ବୋଝେଇ ଟିପ୍ପର। ଆଉ ୨ ଶ୍ରମିକ ଟିପ୍ପର ତଳେ ଚାପି ହୋଇଥିବା ଆଶଙ୍କା କରାଯାଉଛି।

ମାଓବାଦୀ ଲୁଚାଇଥିବା ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି ଜିଲ୍ଲା କିରିମାଟି ଓ ତୁଲସୀ ଗାଁ ପାଖ ଜଙ୍ଗଲ ଅଞ୍ଚଳରେ ଏସ୍‌ଓଜି ଓ ଡିଭିଏଫ୍‌ ପକ୍ଷରୁ କମ୍ବିଂ ଅପରେସନ ବେଳେ ଠାବ ହୋଇଛି।

ଗୋଟିଏ ଦେଶୀ ବନ୍ଧୁକ, ୧୫୦ ଜିଲାଟିନ୍‌, ତାର ଜବତ ହୋଇଛି। ସେହିପରି ୩୪ କେଜିର ୧୩ଟି ଆଇଇଡି ବିସ୍ଫୋରକ ମଧ୍ୟ ଜବତ ହୋଇଛି।ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ ପାଇଁ ମାଓବାଦୀ ଲୁଚାଇଥିବା ସନ୍ଦେହ କରାଯାଉଛି।

ମାଓବାଦୀ ଲୁଚାଇଥିବା ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି ଜିଲ୍ଲା କିରିମାଟି ଓ ତୁଲସୀ ଗାଁ ପାଖ ଜଙ୍ଗଲ ଅଞ୍ଚଳରେ ଏସ୍‌ଓଜି ଓ ଡିଭିଏଫ୍‌ ପକ୍ଷରୁ କମ୍ବିଂ ଅପରେସନ ବେଳେ ଠାବ ହୋଇଛି।

ଗୋଟିଏ ଦେଶୀ ବନ୍ଧୁକ, ୧୫୦ ଜିଲାଟିନ୍‌, ତାର ଜବତ ହୋଇଛି। ସେହିପରି ୩୪ କେଜିର ୧୩ଟି ଆଇଇଡି ବିସ୍ଫୋରକ ମଧ୍ୟ ଜବତ ହୋଇଛି।ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ ପାଇଁ ମାଓବାଦୀ ଲୁଚାଇଥିବା ସନ୍ଦେହ କରାଯାଉଛି।

Nuakhai wishes