ମାଲକାନଗିରିରେ ଆଜିକାର ତାପମାତ୍ରା ୩୯ ଡିଗ୍ରୀ
ଆଜି ଦିନବେଳା ମାଲକାନଗିରି ସହରରେ ତାପମାତ୍ରା ଥିଲା 39 ଡିଗ୍ରୀ l
Credible Local News of Odisha
ଆଜି ଦିନବେଳା ମାଲକାନଗିରି ସହରରେ ତାପମାତ୍ରା ଥିଲା 39 ଡିଗ୍ରୀ l
ମାଲକାନଗିରି ଜିଲ୍ଲା ସଦର ମହକୁମା ଜଗନ୍ନାଥ ମନ୍ଦିର ସାହିର ପୂଜକ ମହେନ୍ଦ୍ର ପାତ୍ର 25 ବର୍ଷ ତଳେ ବନ୍ୟା ଜଳରୁ ଉଦ୍ଧାର କରିଥିବା ଏକ ବାରହା ଛୁଆ ଏବେ ବଡ଼ ହୋଇଯାଇଥିଲେ ମଧ୍ୟ ପୋଷା ପଶୁ ଭଳି ତାଙ୍କ ପାଖ ଛାଡ଼ୁନାହିଁ l
ତାର ଡାକ ନାମ ରାଜୁ ରଖାଯାଇଛି l ବନ ବିଭାଗ କର୍ମଚାରୀ ତିନି ଥର ରାଜୁକୁ ଜଙ୍ଗଲରେ ଛାଡିଥିଲେ ମଧ୍ୟ ସେ ପୁଣି ମହେନ୍ଦ୍ରଙ୍କ ନିକଟକୁ ଫେରି ଆସୁଥିବା ଲକ୍ଷ୍ୟ କରାଯାଇଛି ଏବଂ ଏହାହିଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି l
ପ୍ରଧାନଶିକ୍ଷକଙ୍କୁ ଷଡ଼ଯନ୍ତ୍ର କରି ବିଇଓ ବଦଳି କରିଥିବା ଅଭିଯୋଗ କରି ମାଲକାନଗିରି ଜିଲ୍ଲା ଏମ୍ଭି-୯ନଂ ଗାଁରେ ସ୍କୁଲରେ ତାଲା ପକାଇଛନ୍ତି ଗ୍ରାମବାସୀ ।
ସ୍କୁଲରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ ଓ ଛାତ୍ରଛାତ୍ରୀ।
ମାଲକାନଗିରି ଜିଲ୍ଲା କାଲିମେଳା ମେଡିକାଲକୁ ଚେକ୍ଅପ୍ ପାଇଁ ଆସିଥିବା ୨ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି।
ଏହି ୨ ଜଣଙ୍କୁ ପୁଲିସ କୋର୍ଟ ଚାଲାଣ ପୂର୍ବରୁ ଚେକ୍ଅପ୍ ପାଇଁ ଆଣିଥିଲ। ପୁଲିସ ନିକଟ ଜଙ୍ଗଲରୁ ଜଣକୁ ଧରିଥିବା ବେଳେ ଅନ୍ୟ ଜଣେ ଏବେ ବି ଫେରାର ଅଛି। ସୂଚନା ଅନୁସାରେ, ଗତ ବୁଧବାର ଗଞ୍ଜେଇ ଚାଲାଣ ନେଇ ୨ ଜଣକୁ ଗିରଫ କରିଥିଲା ପୁଲିସ।
ଆଜି ଦିନବେଳା ମାଲକାନଗିରି ସହରରେ ତାପମାତ୍ରା ଥିଲା 41 ଡିଗ୍ରୀ l
ଗତ 24 ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲାର ପଡିଆ ଠାରେ 24.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି l
ମାଲକାନଗିରି ଜିଲ୍ଲାର ମାଥିଲି ଥାନାଞ୍ଚଳରୁ ନବରଙ୍ଗପୁର ଚାଲାଣ ହେଉଥିବା 350 କିଲୋ ଗଞ୍ଜେଇ ଆଜି ଜବତ କରିବା ସହ ପାଞ୍ଚ ଜଣଙ୍କୁ ଗିରଫ କରିଛି ପୁଲିସ l
ମାଲକାନଗିରି ଥାନା ଆଗରେ ଦେହରେ କିରୋସିନ୍ ଢାଳି ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଥିବା ବେଳେ ସ୍ଥାନୀୟ ଲୋକେ କାବୁ କରି ନେଇଛନ୍ତି।
ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗରେ ମହିଳା ଆତ୍ମାହୁତି ଉଦ୍ୟମ କରୁଥିବା ସୂଚନା ମିଳିଛି।
ଓଡିଶା ଅଗ୍ନିଶମ ସେବା ଦ୍ୱାରା ଆଜି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଠାରେ ଅଗ୍ନିଶମ ସେବା କେନ୍ଦ୍ରର ଉଦଘାଟନ କରାଯାଇଛି l ଏହି କେନ୍ଦ୍ର ପାଇଁ ରାଜ୍ୟ ସରକାର 15 ଜଣ କର୍ମଚାରୀ ମୁତୟନ ସକାଶେ ମଞ୍ଜୁରି ଦେଇଛନ୍ତି l
ଆଜି ମାଲକାନଗିରି ସହରରେ ଦିନବେଳା ତାପମାତ୍ରା ଥିଲା 40 ଡିଗ୍ରୀ l