୨୪ ଘଣ୍ଟା ପରେ ନଈ ମଝିରୁ ହେଲିକପ୍ଟରରେ ଯୁବକ ଉଦ୍ଧାର
ମାଲକାନଗିରି ଜିଲ୍ଲା ମାଟାପାକା ପଞ୍ଚାୟତ କତାମାଟେରୁ ନିକଟସ୍ଥ ସାବେରୀ ନଦୀରୁ ଯୁବକକୁ ଉଦ୍ଧାର କରାଯାଇଛି। ଛତିଶଗଡ଼ ପୋଲିସ ଯୁବକଙ୍କୁ ଉଦ୍ଧାର କରିଛି।
Credible Local News of Odisha
ମାଲକାନଗିରି ଜିଲ୍ଲା ମାଟାପାକା ପଞ୍ଚାୟତ କତାମାଟେରୁ ନିକଟସ୍ଥ ସାବେରୀ ନଦୀରୁ ଯୁବକକୁ ଉଦ୍ଧାର କରାଯାଇଛି। ଛତିଶଗଡ଼ ପୋଲିସ ଯୁବକଙ୍କୁ ଉଦ୍ଧାର କରିଛି।
ମାଲକାନଗିରିରେ NH-୩୨୬ ମାଥିଲି ଲ୍ୟାମ୍ପ୍ସ ନିକଟରେ ଚାଷୀ ଅବରୋଧ କରିବା ସହ ସାର ନ ମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଅଡ଼ି ବସିଛନ୍ତି।
ପୂର୍ବରୁ ସାର କଳାବଜାରୀ ନେଇ ଅଭିଯୋଗ କରିଥିଲେ ଚାଷୀ।
ପାଣିପାଗ ବିଭାଗର ରେଡ୍ ଆଲର୍ଟ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ। NH ୩୨୬ ପୋଟେରୁ-କଂଗୃକୋଣ୍ଡା ପୋଲ ଉପରେ ୫ ଫୁଟ୍ ପାଣି ଚାଲିଛି।
କାଲିମେଳା ଓ ପଡିଆ ମୁଖ୍ୟରାସ୍ତାର କନ୍ୟାଶ୍ରମ ପୋଲ ଉପରେ ପାଣି ଚାଲିଛି।କାଲିମେଳା ଓ ପଡିଆକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ମାଲକାନଗିରି ଜିଲ୍ଲା କାଲିମେଳା-ପଡ଼ିଆ ମୁଖ୍ୟରାସ୍ତାର କନିଆ ଆଶ୍ରମ ପୋଲ ଉପରେ ୩ ଫୁଟ ପାଣି ଚାଲୁଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି।
ମାଲକାନଗିରି ସଦର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଛି। ସାଙ୍ଗର ଜନ୍ମଦିନ ପାର୍ଟିରେ ଯୋଗ ଦେଇ ଫେରିବା ବେଳେ ଦୁଷ୍କର୍ମ କରିଥିଲେ। ବିଜାଘାଟି ନିକଟରୁ ଉଦ୍ଧାର କରିଥିଲା ମାଲକାନଗିରି ଆଦର୍ଶ ଥାନା ପୋଲିସ।
ମାଲକାନଗିରି ସଦର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ସାଙ୍ଗର ଜନ୍ମଦିନ ପାର୍ଟିରେ ଯୋଗ ଦେଇ ଫେରିବା ବେଳେ ଦୁଷ୍କର୍ମ କରାଯାଇଛି। ବିଜା ଘାଟି ନିକଟରୁ ଉଦ୍ଧାର କଲା ମାଲକାନଗିରି ଆଦର୍ଶ ଥାନା ପୁଲିସ। ଡାକ୍ତରୀ ପରୀକ୍ଷା ପରେ ଶକ୍ତି ସଦନରେ ପୀଡ଼ିତାକୁ ରଖାଯାଇଛି।
ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସରେ ଆଇଆଇସିଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ମାନସଙ୍କ ସମେତ ୨୫ ଆନ୍ଦୋଳନକାରୀଙ୍କ ନାଁରେ ଏତଲା ହୋଇଛି।
ମାଥିଲି ଥାନା ଷଢ଼ିଗୁଡ଼ା ଓ ତେନ୍ତୁଳିଗୁଡ଼ା ଜଙ୍ଗଲରୁ କେସା କାବାସି ଓ ରାକେଶ ଗିରଫକୁ ଗିରଫ କରିବା ସହ ଗୋଟିଏ ବନ୍ଧୁକ, ଗୁଳି ଜବତ କରିଛି ପୁଲିସ।
DVF ଯବାନଙ୍କ କମ୍ବିଂ ଅପରେସନ ବେଳେ ଧରାପଡ଼ିଲେ। ଉଭୟ ACM ରାଙ୍କ୍ର ହୋଇଥିବା ବେଳେ ତାଙ୍କ ମୁଣ୍ଡ ଉପରେ ଥିଲା ୫ ଲକ୍ଷର ପୁରସ୍କାର ରାଶି। ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନାରେ ବିଭିନ୍ନ ହିଂସାରେ ଜଡ଼ିତ ଥିଲେ।
ମାଲକାନଗିରି ବାଲିମେଳା ଜଳଭଣ୍ଡାରରେ ଏହି ଘଟଣା ଘଟିଛି। ଓରାପଦର ଘାଟରେ ନଦୀ ପାର ବେଳେ କାଳବୈଶାଖୀ ବର୍ଷା ପବନରେ ଡଙ୍ଗା ବୁଡ଼ିଥିବା ସନ୍ଦେହ କରାଯାଉଛି।
ମାଲକାନଗିରିରେ ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ମାଲକାନଗିରି ଥାନା ପୁଲିସ। ଅଭିଯୁକ୍ତ ପ୍ରେମିକ ଛତିଶଗଡ଼ ସିନ୍ଧିଗଡ଼ ଥାନା ପାଣ୍ଡୁମ ଗାଁର।
ଯୁବତୀ ଜଣଙ୍କ ମର୍ତ୍ତୃଣ୍ଡା ଗାଁର, ଉଭୟେ ବର୍ଷେ ହେବ ପ୍ରେମ ସମ୍ପର୍କରେ ଥିଲେ। ଯୁବତୀ ଗର୍ଭବତୀ ହେବା ପରେ ଗର୍ଭପାତ ପାଇଁ କହିଥିଲେ ପ୍ରେମିକ। ରାଜି ନହେବାରୁ ସୀମାନ୍ତ ଚାଲାଣଗୁଡ଼ା ଗାଁ ନିକଟରେ ହତ୍ୟା କରି ରେଙ୍ଗାବନ୍ଧ ଜଙ୍ଗଲରେ ମୃତଦେହ ଫିଙ୍ଗିଥିଲା ପ୍ରେମିକ।