ନିଲମ୍ବିତ ଏଏସଆଇ ଗିରଫ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନିଲମ୍ବିତ ଏଏସଆଇ
ଜୟଦାସ ଖରାକୁ ଗିରଫ କରିଛି ଭିଜିଲାନ୍ସ।

ଜୟଦାସଙ୍କ ୧ କୋଟି ୮ ଲକ୍ଷ ୪୧ ହଜାର ୭୮୨ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍।

ଭ୍ୟାନ ଓଲଟି ୨ ମୃତ, ୫ ଗୁରୁତର

ମାଲକାନଗିରି ଜିଲ୍ଲା କାଲିମେଳା ଥାନା ବଦଲିଗୁଡା ନିକଟରେ ଆଜି ଏକ ଭ୍ୟାନ ଓଲଟି ପଡିବାରୁ 2 ଜଣଙ୍କ ମୃତ୍ୟୁ ହୋଇଛି ଏବଂ 5 ଜଣ ଗୁରୁତର ଆହତ ହୋଇଛନ୍ତି l

କେତେକ ଲୋକ କେନ୍ଦୁପତ୍ର ଫଡ଼ିକୁ ଯିବା ବେଳେ ଏହି ଦୁର୍ଘଟଣା ହୋଇଥିଲା l

ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ହାଣ୍ଡି ମାଠିଆ ଧରି ଧାରଣା

ମାଲକାନଗିରି ଜିଲ୍ଲା ଶୁକ୍ରାଗୁଡା ଗ୍ରାମର ଅନେକ ଆଦିବାସୀ ମହିଳା ଓ ପୁରୁଷ ଆଜି ପାନୀୟ ଜଳ ଦାବିରେ ହାଣ୍ଡି ମାଠିଆ ଧରି ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି l

ବାଲିମେଳା ଜଳଭଣ୍ଡାରରେ ଡ଼ଙ୍ଗାବୁଡି ଦୁଇ ନିଖୋଜ

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଅନ୍ଦ୍ରାପାଲ୍ଲୀ ପଞ୍ଚାୟତ ଓରାପଦର ଘାଟ ନିକଟରେ ବାଲିମେଳା ଜଲଭଣ୍ଡାରରେ ଆଜି ଅପରାହ୍ନରେ ଏକ ଡ଼ଙ୍ଗା ସହ ତିନି ଜଣ ବୁଡି ଯାଇଥିଲେ ଲ

ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇଜଣ ନିଖୋଜ ଅଛନ୍ତି l

Nuakhai wishes