ଓଡ଼ିଶାର ୨୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

କଳାହାଣ୍ଡି ଜିଲ୍ଲାରେ ସ୍ୱାଭାବିକ ଠାରୁ ୬୬% କମ୍ ବର୍ଷା ରେକର୍ଡ ହୋଇଥିବା ବେଳେ ୧୩ ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଛି। ସ୍ୱାଭାବିକ ଠାରୁ ୫୫ରୁ ୪୫% କମ୍ ବର୍ଷା ହୋଇଛି।

ବୌଦ୍ଧ, ସୁବର୍ଣ୍ଣପୁର, ଜଗତସିଂହପୁର, ଯାଜପୁର, ବଲାଙ୍ଗିର, କଟକ, କନ୍ଧମାଳ, ଗଂଜାମ, ରାୟଗଡ଼ା, ପୁରୀ, ନବରଙ୍ଗପୁର, କେନ୍ଦ୍ରାପଡ଼ା, ମୟୂରଭଂଜରେ ଅତି ନିଅଣ୍ଟିଆ ବର୍ଷା ହୋଇଛି।

ଭୁବନେଶ୍ୱର ମହିଳା ଥାନାରେ ବିଜେଡି ନେତ୍ରୀ ସଂଯୁକ୍ତା ମହଲା

ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ସଂଯୁକ୍ତ।

୯ ବର୍ଷ ଧରି ଶାରିରୀକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସଂଯୁକ୍ତା ସୁରକ୍ଷା ମାଗିଛନ୍ତି।

ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବେଗୁନିଆ ବଜାରରେ ବନ୍ଦ ପାଳନ

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କରିବା ଦାବିରେ ବ୍ୟବସାୟ ପ୍ରତିଷ୍ଠାନ ସହ ବିଭିନ୍ନ ଅନୁଷ୍ଠାନ ବନ୍ଦ ଡାକରା ଦିଆଯାଇଛି।

୫୦ ଦିନର ଧାରଣା ପରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ପାଳନ କରାଯାଉଛି। ଖୋର୍ଦ୍ଧା-ବଲାଙ୍ଗିର ଏନ୍‌ଏଚ୍‌-୫୭ ଅବରୋଧ କରି ମଧ୍ୟ ପ୍ରତିବାଦ କରୁଛି ବେଗୁନିଆ ସ୍ୱାସ୍ଥ୍ୟ କ୍ରିୟାନୁଷ୍ଠାନ କମିଟି।

ଜଳିଗଲା ସରକାରୀ ଔଷଧ ଗୋଦାମ

ଭୁବନେଶ୍ୱର ମଞ୍ଚେଶ୍ୱରରେ ହୁତ୍‌ହୁତ୍‌ ହୋଇ ଜଳିଗଲା ରାଜ୍ୟ ଔଷଧ ନିଗମର ଗୋଦାମ।

କୋଭିଡ ସାମଗ୍ରୀ ସହ ସାନିଟାଇଜର ଥିବାରୁ ନିଆଁର ପ୍ରଭାବ ଅଧିକ ଥିଲା।କାନ୍ଥ ଭାଙ୍ଗି ନିଆଁକୁ ଆୟତ୍ତ କଲା ଅଗ୍ନିଶମ ଟିମ୍‌। ଲକ୍ଷାଧିକ ଟଙ୍କାର ଔଷଧ ପୋଡ଼ି ପାଉଁଶ ହୋଇଛି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ଓଟିଭି ଆଣିଲା ଓଡ଼ିଶାର ପ୍ରଥମ ଏଆଇ ନ୍ୟୁଜ୍ ଆଙ୍କର

ଅଗ୍ରଣୀ ତଥା ଓଡ଼ିଶାର ପ୍ରଥମ ଘରୋଇ ସାଟେଲାଇଟ ନ୍ୟୁଜ ଚ୍ୟାନେଲ ଓଟିଭି ଆଜି ନିଜର ଏଆଇ ନ୍ୟୁଜ୍ ଆଙ୍କର ଲିସାଙ୍କୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପରିଚିତ କରାଇଛି।

ଲିସା ହେଉଛି ଭାରତର ଦେୟ ମୁକ୍ତ ଆଞ୍ଚଳିକ ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ପ୍ରଥମ ଏଆଇ ଆଙ୍କର ଓ ପ୍ରଥମ ଓଡ଼ିଆ ଏଆଇ ଆଙ୍କର।

ଭୁବନେଶ୍ୱରରେ ମୁମ୍ବାଇର ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍‌

ଓଟିପି ସେୟାରିଂ ମାମଲାରେ ଏସଟିଏଫ କାର୍ଯ୍ୟାଳୟରେ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜୁମ୍ବେରକୁ ଜେରା କରିବ।

୪ ଦିନିଆ ରିମାଣ୍ଡରେ ଅଛି ଅଭିଜିତ, ଆଜି ରିମାଣ୍ଡର ୨ୟ ଦିନ।

କ୍ୟୁଆର କୋଡ୍‌ ଚଞ୍ଚକତା କରି ୧୪ କୋଟି ଠକେଇ

ଠକେଇ ମାମଲାରେ ନୋଏଡ଼ାରୁ କରନ ସିଂଙ୍କୁ ଗିରଫ କଲା ଇଓଡବ୍ଲୁ।

ସ୍ଥାନୀୟ କୋର୍ଟରେ ହାଜର ପରେ ୩ ଦିନିଆ ରିମାଣ୍ଡରେ ଆଣିଛି।ଭୁବନେଶ୍ବରର ଏକ କଂପାନୀ ଏପ୍ରିଲରେ ଠକେଇ ଅଭିଯୋଗ କରିଥିଲା।

ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଂଜ, କେନ୍ଦୁଝର ଓ ଦେବଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଡିଏନ୍‌ ଗ୍ରୁପ୍ ମୁଖ୍ୟଙ୍କୁ ପଚରାଉଚରା

ଭୁବନେଶ୍ୱର ଆଇଆର୍‌ସି ଭିଲେଜ ମୁଖ୍ୟ କାର୍ଯ୍ୟାଳୟରେ ଡିଏନ୍‌ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ଆୟକର ଟିମ୍‌ ପଚରାଉଚରା କରୁଛି।

ଚତୁର୍ଥ ଦିନରେ ଆୟକର ଟିମ୍‌ର ରେଡ୍‌ ବେଳେ ପଚରାଉଚରା ଚାଲିଛି।

Nuakhai wishes