ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଶେଷକୃତ୍ୟରେ ଉପସ୍ଥିତ ରହିବେ ୨ମନ୍ତ୍ରୀ

ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଅନ୍ତିମ ସଂସ୍କାରରେ ଆଇନ ମନ୍ତ୍ରୀ ପ୍ରଦାପ ଜେନା ଓ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଉପସ୍ଥିତ ରହିବେ।

ଶେଷକୃତ୍ୟରେ ଯୋଗଦେବା ପାଇଁ ଏହି ଦୁଇ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରି କହିଛନ୍ତି, ପ୍ରଫୁଲ୍ଲଙ୍କ ପରଲୋକ ଖବର ଶୁଣି ମୁଁ ମର୍ମାହତ । ଓଡ଼ିଆ ସଂଗୀତ ଓ ସଂସ୍କୃତି ପାଇଁ ତାଙ୍କର ଅନନ୍ୟ ଯୋଗଦାନ ତାଙ୍କୁ ସ୍ମରଣୀୟ କରି ରଖିବ।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ଡ୍ରାଇଭର ମହାସଙ୍ଘର ଆନ୍ଦୋଳନ ଜୋରଦାର

କିଛି ମାସତଳେ ଓଡିଶା ଡ୍ରାଇଭର ମହାସଙ୍ଘ ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ବାହାରିଥିଲେ କିନ୍ତୁ ସରକାର ନିର୍ବାଚନ ପରେ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ପରେ ବି ଦାବି ପୂରଣ ନ କରିବା ଅଭିଯୋଗ କରି ପୁଣି ଆନ୍ଦୋଳନକୁ ଜୋରଦାର କରି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଏକାଠି ହେଇଛନ୍ତି ।

ଏବଂ ଆଜି ଓଡିଶା ଡ୍ରାଇଭର ମହାସଙ୍ଘ ନବୀନ ନିବାସ ଘେରାଉ କରିବା ସହ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଜଣେ ସଦସ୍ୟ ସୂଚନା ଦେଇଛନ୍ତି।

ବହୁ ସମ୍ମାନରେ ସମ୍ମାନିତ ହୋଇଥିଲେ ପ୍ରଫୁଲ୍ଲ କର

1939 ମସିହା ଫେବୃଆରୀ 16 ତାରିଖରେ ପୁରୀଠାରେ ପ୍ରଫୁଲ୍ଲ କରଙ୍କ ଜନ୍ମ ହୋଇଥିଲା l ପିତାଙ୍କ ନାମ ଥିଲା ବୈଦ୍ୟନାଥ କର ଏବଂ ମାତାଙ୍କ ନାମ ଥିଲା ସୁଶୀଳା କର l ରବିବାର ତାଙ୍କ ପରଲୋକ ଖବର ପାଇବା ପରେ ରାଜ୍ୟବ୍ୟାପୀ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି l

ପ୍ରଫୁଲ୍ଲ କର 2015 ରେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ l ଏଥିସହ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର, ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ଜୟଦେବ ପୁରସ୍କାର ଆଦି ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଥିଲେ l ଉତ୍କଳ ବିଶ୍ଵବିଦ୍ୟାଳୟରୁ ତାଙ୍କୁ ଡିଲିଟ ମଧ୍ୟ ମିଳିଥିଲା l

୭୦ରୁ ଅଧିକ ଚଳଚିତ୍ରରେ କାମ କରିଥିଲେ ପ୍ରଫୁଲ୍ଲ କର

ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ପରଲୋକରେ ସବୁ ମହଲରେ ଶୋକ ପ୍ରକାଶ ପାଇଛି l ପ୍ରଫୁଲ୍ଲ କର 70 ରୁ ଅଧିକ ଓଡ଼ିଆ ଓ 4 ଟି ବଙ୍ଗଳା ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଓ କଣ୍ଠ ଦାନ କରି ନିଜର ନିଆରା ପରିଚୟ ସୃଷ୍ଟି କରିଥିଲେ l

ସିନ୍ଦୁର ବିନ୍ଦୁ, ମମତା, ବଳିଦାନ, ହିସାବ ନିକାଶ, ମଥୁରା ବିଜୟ, ଚିଲିକା ତୀରେ, ସେଇ ଝିଅଟି, ତୁଣ୍ଡ ବାଇଦ, ତପସ୍ୟା, ଶେଷ ଶ୍ରାବଣ, କୃଷ୍ଣସୁଦାମା ଆଦି ଅନେକ ଚଳଚିତ୍ରରେ ସେ କାମ. କରିଛନ୍ତି l

ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ଦେହାନ୍ତ

ଆଜି ରାତି ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କର 83 ବର୍ଷ ବୟସରେ ଭୁବନେଶ୍ୱର ସତ୍ୟନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି l

ଆସନ୍ତାକାଲି ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ହେବ ବୋଲି ତାଙ୍କ ପୁତ୍ର ମହାଦୀପ କର କହିଛନ୍ତି l

‘ଉଚ୍ଚ କର ଆଗ ନିଜ ମାତୃଭାଷା’ ପୁସ୍ତକ ଉନ୍ମୋଚିତ

ପ୍ର. ଅଦୈତ କୁମାର ପାତ୍ରଙ୍କ ସଂକଳିତ ‘ଉଚ୍ଚ କର ଆଗ ନିଜ ମାତୃଭାଷା’ ପୁସ୍ତକ ଆଜି ଲୋହିଆ ଏକାଡେମୀ ଠାରେ ଉନ୍ମୋଚିତ ହୋଇଯାଇଛି l

ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି ଉତ୍ସବରେ ଅତିଥି ଭାବେ ଶାସ୍ତ୍ରୀୟ ଓଡ଼ିଆ ଉତ୍କଷ୍ଟ ଅଧ୍ୟୟନ କେନ୍ଦ୍ରର ନିଦ୍ଦେର୍ଶକ ପ୍ର. ବସନ୍ତ କୁମାର ପଣ୍ଡା, ସ୍ତମ୍ଭକାର ଅସିତ କୁମାର ମହାନ୍ତି, ଗାନ୍ଧୀବାଦୀ ଲେଖକ ପ୍ରହ୍ଲାଦ ସିଂ ଯୋଗଦେଇଥିଲେ l ଭାଷାବିତ୍ ଦେବାଶିଷ ମହାପାତ୍ରଙ୍କ ସଂଯୋଜନାରେ ଅନନ୍ତ ପ୍ରସାଦ ଜେନା ସ୍ଵାଗତ ଭାଷଣ ଏବଂ ଉଷାରାଣୀ ମହାନ୍ତି ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ l

କୁମାରଡିହ ପ୍ରିମିୟର ଲିଗ ୨୦୨୨ ଉଦଯାପିତ

ବାଲିଅନ୍ତା ଅନ୍ତର୍ଗତ ଧଉଳି କୁମାରଡିହ ଗ୍ରାମର ମଙ୍ଗଳା ମନ୍ଦିର ସାମନା ପଡିଆରେ ଦ୍ୱତୀୟ କୁମାରଡିହ ନାଇଟ କ୍ରିକେଟ ମ୍ୟାଚ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି l

ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୫ଟି ଦଳ ଭାଗ ନେଇ ଖେଳ ପ୍ରଦର୍ଶନ କରିଥିଲେ । ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କଂଗ୍ରେସର ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ ଥିବା ବେଳେ ସମ୍ମନିତ ଅତିଥି ଭାବେ ଖଦି ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ,ଭୁବନେଶ୍ୱର ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ନିରୂପମା ସାହୁ ଉପସ୍ଥିତ ଥିଲେ ।

Nuakhai wishes