ଲୁଗା ଦୋକାନରେ ଜିଏସଟି ଚଢ଼ାଉ
ଭୁବନେଶ୍ୱରର କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟରେ ଟିକସ ଫାଙ୍କି ଅଭିଯୋଗରେ ଆଜି ଜିଏସଟି ଚଢ଼ାଉ ଜାରି ରହିଛି l ଦୋକାନ ମାଲିକଙ୍କ ଘର ସମେତ ଚାରୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି l
Credible Local News of Odisha
ଭୁବନେଶ୍ୱରର କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟରେ ଟିକସ ଫାଙ୍କି ଅଭିଯୋଗରେ ଆଜି ଜିଏସଟି ଚଢ଼ାଉ ଜାରି ରହିଛି l ଦୋକାନ ମାଲିକଙ୍କ ଘର ସମେତ ଚାରୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି l
ଆସନ୍ତାକାଲି ସକାଳ 8 ଟାରୁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି l ପ୍ରଥମ ଏକ ଘଣ୍ଟା ପରିମାଣିକ ଦର୍ଶନ ହେବ l ସକାଳ 9 ରୁ ସାଢେ 19 ସର୍ବସାଧାରଣ ଦର୍ଶନ ପାଇଁ ସମୟ ଧାର୍ଯ୍ୟ ହୋଇଛି l
ଏହା ପରେ ଅପରାହ୍ନ 2 ଟାରୁ 3 ଟା, ସନ୍ଧ୍ୟା 6 ଟାରୁ ସାଢେ 6 ଟା, ରାତି 9 ଟାରୁ ସାଢେ 10 ଟା ଏବଂ ରାତି ସାଢେ 11 ରୁ ସାଢେ 12 ଟା ଦର୍ଶନ ହେବ l
ସ୍କୁଲ ଓ ଗଣଶିକ୍ଷା ବିଭାଗ ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଟିକା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି।
ରାଜ୍ୟରେ କୋଭିଡ ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ୧୨ରୁ ୧୭ ବର୍ଷର ସମସ୍ତ ଛାତ୍ରଛାତ୍ରୀଙ୍କୁ ଟିକା ଦେବାକୁ ଅନୁରୋଧ କରିଛି ଗଣଶିକ୍ଷା ବିଭାଗ।
ପୁରୀରେ ରଥଯାତ୍ରା ପାଇଁ ୬୯ଟି ଫାଷ୍ଟଏଡ୍ କେନ୍ଦ୍ର ଖୋଲାଯାଇଥିବା ବେଳେ ୫୮ଟି ଆମ୍ବୁଲାନ୍ସ ସର୍ଭିସ୍, ୧୧୪ଟି ଷ୍ଟ୍ରେଚର ସର୍ଭିସ ବ୍ୟବସ୍ଥା ହୋଇଛି।
୧୪୫ ଡାକ୍ତର, ୭ ଫୁଡ୍ ସେଫ୍ଟି ଅଫିସର, ୪୦ ଫାର୍ମାସିଷ୍ଟ, ୩୦ ନର୍ସିଂ ଅଫିସର, ୪୫ ହେଲ୍ଥ ଅଫିସର ମୁତୟନ ହେବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ପ୍ରବଳ ଗୁଳୁଗୁଳି ଦୃଷ୍ଟିରୁ ୨୬ଟି ଏସି ବେଡ୍ ବ୍ୟବସ୍ଥା କରାଯାଇଛି ଏବଂ ପୁରୀ ହସ୍ପିଟାଲରେ ୨୦୦ ୟୁନିଟ୍ ଲେଖାଏଁ ବିଭିନ୍ନ ଗ୍ରୁପର ବ୍ଲଡ୍ ପ୍ରସ୍ତୁତ ରହିଛି।
୨୦୨୪ ସାଧାରଣ ନିର୍ବାଚନ ଲାଗି ରାଜ୍ୟ ବିଜେପିର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ରାଜ୍ୟ କାର୍ଯ୍ୟାଳୟରେ ୧୨ଟି ସଂସଦୀୟ କ୍ଷେତ୍ର କର୍ମକର୍ତ୍ତାଙ୍କ ବୈଠକ ଚାଲିଛି।
କେନ୍ଦ୍ରୀୟ ସଚିବ ହରିଶ ଦ୍ୱିବେଦୀ ଓ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତ ବୈଠକ ଚାଲିଛି। ୨୦୧୯ରେ ହାରିଥିବା ସଂସଦୀୟ କ୍ଷେତ୍ର ଉପରେ ଫୋକସ୍ ଦେଇଛି ଦଳ।
ଏକ ଘରୋଇ ଟିଭି ଚ୍ୟାନେଲ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଭୁବନେଶ୍ବର ଘରେ ଗତକାଲି ରାତିରେ ଇଓଡବ୍ଲୁର ଚଢ଼ାଉ କରିଥିବା ସୂଚନା ମିଳିଛି।
୯୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ରେଡ୍ ହୋଇଛି। ଚଢ଼ାଉ ବେଳେ ସମ୍ପାଦକ ଘରେ ନଥିବା ସୂଚନା ମିଳିଛି। ତାଙ୍କୁ ପୂର୍ବରୁ ୨ ଥର ନୋଟିସ୍ କରାଯାଇଥିବା ଇଓଡବ୍ଲୁ ସୂଚନା ଦେଇଛି।
ଗତ ୨୪ ଘଣ୍ଟାରେ ରାଜ୍ୟର ୬ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୧୧୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୬୭ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ ଏବଂ ଅନ୍ୟ ୪୬ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୫ ଆକ୍ରାନ୍ତ ଥିବା ସ୍ବାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ୧୨,୮୯, ୪୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨,୭୯,୭୪୫ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୫୧୭ ଜଣ ଚିକିତ୍ସାଧୀନ ଅଛନ୍ତି ।
ଶ୍ବାସରୁଦ୍ଧ ଯୋଗୁଁ ରାଇମୋହନ ପରିଡାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି।
ଝୁଲି ପଡ଼ିବାରୁ ରାଇମୋହନଙ୍କର ଶ୍ବାସରୁଦ୍ଧ ହୋଇଥିଲା। ବେକରେ ଯେଉଁ ଆଘାତ ତାହା ମୃତ୍ୟୁ ପୂର୍ବର ବୋଲି ଜଣାପଡ଼ିଛି। ରାଇମୋହନଙ୍କ ଭିସେରା ରିପୋର୍ଟ ଫୋରେନସିକ ଲ୍ୟାବ୍କୁ ଯାଇଛି।
ପ୍ରସିଦ୍ଧ ଐତିହାସିକ ଡ. ପ୍ରସନ୍ନ କୁମାର ମିଶ୍ରଙ୍କ ଆଜି ଦେହାନ୍ତ ହୋଇଯାଇଛି l ପଲିଟିକାଲ ଅନରେଷ୍ଟ ଇନ ଓଡ଼ିଶା ଇନ ଦି 19th ସେଞ୍ଚୁରୀ : ଆଣ୍ଟି ବ୍ରିଟିଶ, ଆଣ୍ଟି ଫ୍ୟୁଡାଲ ଆଣ୍ଡ ଆଗ୍ରାରିଆନ ରିଙ୍ଗସ ତାଙ୍କର ଏକ କାଳଜୟୀ କାର୍ଯ୍ୟ l
ଆଜି ତାଙ୍କ ଅବର୍ତ୍ତମାନରେ ସାଥୀ, ଶୁଭେଛୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି l
ଓଡିଶା ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ -ଏଏନଏମ ର ଦ୍ବିବାର୍ଷିକ ସମ୍ମିଳନୀ ଜୟଦେବ ଭବନରେ ରାଜ୍ୟ ସ୍ୱାସ୍ଥ୍ୟକର୍ମୀ ମହାସଂଘର ଉପଦେଷ୍ଟା ସଂଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l
କାର୍ଯ୍ୟକ୍ରମରେ ମନ୍ତ୍ରୀ ନବ କିଶୋର ଦାସ, ମନ୍ତ୍ରୀ ଜଗନ୍ନାଥ ସରକା ଉପସ୍ଥିତ ଥିଲେ l