ପୁଣି ବସ୍‌ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର

ଅର୍ଡିନାରୀ ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିମି ପିଛା ୨ ପଇସା ବଢ଼ିଲା।ନଅର୍ଡିନାରୀ ବସ୍‌ ଭଡ଼ା କିମି ପିଛା ୯୦ ପଇସାରୁ ୯୨ ପଇସାକୁ ବୃଦ୍ଧି ହୋଇଥିବା ବେଳେ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିମି ପିଛା ୯୪ ପଇସାରୁ ୯୬ ପଇସାକୁ ବୃଦ୍ଧି ହୋଇଛି।

ଡିଲକ୍ସ ଭଡ଼ା ୧୩୧ ପଇସାରୁ ୧୩୫ ପଇସାକୁ ବୃଦ୍ଧି ହୋଇଛି ଏବଂ ଏସି ଡିଲକ୍ସ ଭଡ଼ା ୧୫୯ ପଇସାରୁ ୧୬୩ ପଇସାକୁ ବଢ଼ିଲା। ସୁପର ଡିଲକ୍ସ ଭଡ଼ା ୨୪୭ ପଇସାରୁ ୨୫୩ ପଇସାକୁ ବୃଦ୍ଧି ହୋଇଛି।

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ ଜେଲ୍

ପୂର୍ବତନ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ଚୌଧୁରୀଙ୍କୁ ୩ ବର୍ଷ ଜେଲ୍ ହୋଇଛି। ଜେଲ୍‌ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଲେ ଭିଜିଲାନ୍ସ କୋର୍ଟ।

୨୦୦୮ରେ ଓ୍ୱାଇ ଫର୍ମରେ ଟ୍ରାଞ୍ଜିଟ୍‌ ପାସ୍‌ ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ ରାଜେନ୍ଦ୍ର। ବଲାଙ୍ଗିର ଜିଲ୍ଲା ଦେଓଗାଁର ଅତିରିକ୍ତ ତହସିଲଦାର ଥିଲା ବେଳେ ମାମଲାରେ ସଜା ହୋଇଛି।

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ପ୍ରଧାନମନ୍ତ୍ରୀ ଆସିବେ ଓଡ଼ିଶା

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ସୂଚନା ଦେଲେ ସାଂସଦ ନବଚରଣ ମାଝୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୯ ତାରିଖରେ ରାଇରଙ୍ଗପୁର ଆସିପାରନ୍ତି ଏବଂ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବେ।

ଓଡ଼ିଶା ଗସ୍ତ ନେଇ ରାଷ୍ଟ୍ରପତି ଭବନରୁ ଖବର ଆସିଥିବା ସାଂସଦ ସୂଚନା ଦେଇଛନ୍ତି। ନବନିର୍ମିତ ଷ୍ଟାଡିୟମ୍ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ।

ଭୁବନେଶ୍ବରରେ “ମ୍ୟାଙ୍ଗୋ ଫେଷ୍ଟିଭାଲ-୨୦୨୬”

ଓରମାସ ପକ୍ଷରୁ “ମ୍ୟାଙ୍ଗୋ ଫେଷ୍ଟିଭାଲ-୨୦୨୬” ଭୁବନେଶ୍ୱରସ୍ଥିତ ନନ୍ଦନକାନନ ରୋଡ୍, ଶିଶୁ ବିହାର, ପଟିଆଠାରେ ଆରମ୍ଭ ହୋଇଛି। ଏହାର ଶୁଭାରମ୍ଭ କରିଛନ୍ତି ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ।

ପ୍ରାକୃତିକ ଭାବେ ପାଚିଥିବା ଆମ୍ବକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆୟୋଜନ କରାଯାଇଛି ଏହି ମହୋତ୍ସବ।

ରାଜ୍ୟରେ ଆଉ ଦୁଇ ଦିନ ଲାଗି ରହିବ କାଳବୈଶାଖୀ ବର୍ଷା

ଆଜି ପାଇଁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା ସହ ଝଡ଼ ପବନର ସମ୍ଭାବନା ରହିଛି। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ପ୍ରଭାବ ରହିବ। ଦୁଇ ଦିନ ପରେ ପାଣିପାଗର ମିଜାଜ୍ ବଦଳିବ।
ଆଗାମୀ ୪ ଦିନରେ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।

ପୁରୀରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଜୁନ୍‌ ୪ ଉଦ୍‌ଘାଟନୀ ସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଆସନ୍ତା ଜୁନ୍ ୩ରୁ ୫ ତାରିଖ ପର୍ଯ୍ୟନ୍ତ ପୁରୀରେ ବ୍ରିକ୍ସ ସମ୍ମିଳନୀ ହେବ। ସମ୍ମିଳନୀରେ ଯୋଗ ଦେବେ ବ୍ରାଜିଲ, ରୁଷିଆ, ଭାରତ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ଚାଇନା, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ୟୁଏଇ ପ୍ରତିନିଧି।

ବିପର୍ଯ୍ୟୟ ପରିଚାଳନା ଓ ଆଗୁଆ ସତର୍କତା ଉପରେ ହେବ ଆଲୋଚନା।

ଭୁବନେଶ୍ବରରେ ଜାତୀୟ ମାନବାଧିକାର କମିଶନଙ୍କ ୨ ଜଣିଆ ଟିମ୍‌

ବାଲିଅନ୍ତା ବର୍ବରତାର ତଦନ୍ତ ପାଇଁ NHRC ଟିମ୍‌ ପହଞ୍ଚିଛି। NHRC ଟିମ୍‌ ପାଖରେ ହାଜର ହେଲେ ତତ୍‌କାଳୀନ ବାଲିଅନ୍ତା IIC। ୬ ତାରିଖ ଯାଏଁ ଓଡ଼ିଶାରେ ରହି ତଦନ୍ତ କରିବ ଟିମ୍‌।

ସରକାରୀ କାମ ପାଇଁ ଇଭି କିଣିବାକୁ ନିର୍ଦ୍ଦେଶାବଳି

ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ EV ବ୍ୟବହାର ପାଇଁ EV କିଣିବାକୁ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳି ଜାରି ହୋଇଛି। ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ କିଣିପାରିବେ EV।

ହାଇକୋର୍ଟ ମୁଖ୍ୟ ବିଚାରପତି, ମନ୍ତ୍ରୀମାନେ ୩୦ ଲକ୍ଷ ପର୍ଯ୍ୟନ୍ତ କିଣିପାରିବେ EV। ମୁଖ୍ୟ ସଚିବ, ଉନ୍ନୟନ କମିଶନର, ସଚିବ ୨୫ ଲକ୍ଷ ପର୍ଯ୍ୟନ୍ତ କିଣିପାରିବେ। ୨୦ ଲକ୍ଷ ଟଙ୍କା ପଯ୍ୟନ୍ତ ଜିଲ୍ଲା ଜଜ୍, ଜିଲ୍ଲାପାଳ ଓ SP କିଣି ପାରିବେ EV। ଅର୍ଥ ବିଭାଗର ଅନୁମୋଦନ ପରେ କିଣିପାରିବେ EV।

ଚଳନ୍ତା ଆମ୍ବୁଲାନ୍ସରେ ନିଆଁ

ଭୁବନେଶ୍ୱର ଖଣ୍ଡଗିରି ନିକଟ ଜାଗମରାରେ ଚଳନ୍ତା ଅବସ୍ଥାରେ ନିଆଁ ଲାଗି ସଂପୂର୍ଣ୍ଣ ଜଳିଗଲା ଆମ୍ବୁଲାନ୍ସ। ରୋଗୀ ଆଣିବାକୁ ଯିବା ବେଳେ ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ଟିମ୍ ଦ୍ବାରା ନିଆଁ ଆୟତ୍ତ କରାଯାଇଥିବା ବେଳେ କେହି ମୃତାହତ ହୋଇନାହାନ୍ତି।

ରାଜ୍ୟସଭା ଉପନିର୍ବାଚନ; ରିଟର୍ଣ୍ଣିଂ ଅଫିସର୍‌ ନିଯୁକ୍ତ

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଫିସର୍‌ ଦାୟିତ୍ୱ ଦିଆଯାଇଛି। ବିଦ୍ୟାଧର ମାଝୀ ଯୁଗ୍ମ ସଚିବ ସହାୟକ ରିଟର୍ଣ୍ଣିଂ ଅଫିସର୍‌ ନିଯୁକ୍ତ ହୋଇଛନ୍ତି। ଆସନ୍ତା ଜୁନ୍‌ ୮ରେ ନାମାଙ୍କନ ଦାଖଲ ଶେଷ ତାରିଖ ଥିବାବେଳେ ୨୦ରେ ଭୋଟ୍। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଅନୁଷ୍ଠିତ ହେଉଛି ରାଜ୍ୟସଭା ଉପନିର୍ବାଚନ।

Nuakhai wishes