ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ ଲଢ଼ିବେ

ବିଜେପି ଆଜି ରାଜ୍ୟର 18 ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି l ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ଏବଂ ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ ନିର୍ବାଚନ ଲଢ଼ିବେ l

ସହିଦନଗର ଥାନା ଏସଆଇ ସସ୍‌ପେଣ୍ଡ

ଭୁବନେଶ୍ବର ସହିଦନଗର ଥାନାର ଲାଞ୍ଚୁଆ ଏସଆଇ ପ୍ରିୟବ୍ରତ ପ୍ରଧାନଙ୍କୁ ସସ୍‌ପେଣ୍ଡ କଲେ ପୁଲିସ କମିଶନର।

ଗାଡ଼ି ଛାଡ଼ିବାକୁ ୨ ହଜାର ଲାଞ୍ଚ ନେଇ ଗିରଫ ହୋଇଥିଲେ ଏସଆଇ।

ଭୁବନେଶ୍ୱର ବିଜେବି କଲେଜରେ ଉତ୍ତେଜନା, ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଅଧ୍ୟକ୍ଷା ବିଭିନ୍ନ ମୌଳିକ ସମସ୍ୟା ସମାଧାନ କରୁନଥିବା ଅଭିଯୋଗ କରି ଏକାଠି ହେଲେ ଛାତ୍ରଛାତ୍ରୀ।

ସମସ୍ୟା ଜଣାଇଲେ ଏକ୍ସଫେଲ୍‌ କରିବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଅନ୍ୟପଟେ, ଅଭିଯୋଗକୁ ମିଥ୍ୟା ବୋଲି କହିଲେ ଅଧ୍ୟକ୍ଷା ଇତିଶ୍ରୀ ପାଢ଼ୀ।

ଭୁବନେଶ୍ବରରୁ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଯୁବତୀ ଗିରଫ

କାକଟପୁର ଓ ବାଲେଶ୍ବରର ଏହି ୨ ଯୁବତୀ ଆଇଟି ସେକ୍ଟରରେ କାର୍ଯ୍ୟରତ ଥିବାବେଳେ ଭୁବନେଶ୍ବରରେ ଘର ଭଡ଼ା ନେଇ ନିଶା କାରବାର ଚଳାଉଥିଲେ।

୨ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କମିଶନରେଟ ପୁଲିସ।

ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଭର୍ତ୍ତୃହରି ମହତାବ, ବିଜେପିକୁ ଯିବା ଚର୍ଚ୍ଚା

କଟକର ସାଂସଦ ଭର୍ତ୍ତୃହରି ମହତାବ ଆଜି ସାମ୍ବାଦିକ ସମ୍ମିଳନୀରେ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି l ଅପରପକ୍ଷେ ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି l

ମେଣ୍ଟ ଆଲୋଚନାରେ ପୂର୍ଣ୍ଣଛେଦ ପକାଇଲେ ମନମୋହନ, ଏକାକୀ ଲଢ଼ିବ ବିଜେପି

ରାଜ୍ୟ ରାଜନୀତିରେ ଗତ କିଛିଦିନ ଧରି ବିଜେଡି -ବିଜେପି ମେଣ୍ଟ ନେଇ ଚାଲିଥିବା ଚର୍ଚ୍ଚାରେ ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପୂର୍ଣ୍ଣଛେଦ ପକାଇ ବିଜେପି ଏକାକୀ ଲଢ଼ିବ ବୋଲି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ରେ ସୂଚନା ଦେଇଛନ୍ତି l ଏହାକୁ ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ସମର୍ଥନ ଜଣାଇଛନ୍ତି l

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ୬ ମାସରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ

୬ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ତଦନ୍ତରେ ଶିଥିଳତା ଅଭିଯୋଗ କରି ମାମଲା କରିଥିଲେ ଆନନ୍ଦଙ୍କ ବାପା।

ସ୍ୱର୍ଗତଃ ଦାମୋଦର ରାଉତଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର

ବିଧାନସଭା ପରିସରରେ ସ୍ୱର୍ଗତଃ ଦାମୋଦର ରାଉତଙ୍କୁ ଗାର୍ଡ ଅଫ୍‌ ଅନର ଦିଆଗଲା।

ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ଶେଷ ଦର୍ଶନ କଲେ। ଶଙ୍ଖ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଲେ।

ଦାମୋଦର ରାଉତଙ୍କ ଦେହାନ୍ତରେ ରାଷ୍ଟ୍ରପତିଙ୍କ ଶୋକ

ଦାମୋଦର ରାଉତଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଓଡ଼ିଶା ଏବଂ ଦେଶର ଉନ୍ନତି ପାଇଁ ତାଙ୍କ ଅବଦାନ ସ୍ମରଣୀୟ, ପରିବାର ବର୍ଗଙ୍କ ସହ ଅନୁଗାମୀଙ୍କୁ ଗଭୀର ସମବେଦନା ଜଣାଇଲେ ରାଷ୍ଟ୍ରପତି।

କାର୍ଯ୍ୟରେ ଅବହେଳା ପାଇଁ ୨ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଝାରପଡ଼ା ଜେଲରେ ୨ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ ଘଟଣାରେ ୱାର୍ଡର ପ୍ରଭାତ ମହାରଣାଙ୍କୁ ସସ୍‌ପେଣ୍ଡ କଲେ ଜେଲ୍ କର୍ତ୍ତୃପକ୍ଷ।

ଏହା ସହ ରାତି ଡ୍ୟୁଟିରେ ଦାୟିତ୍ୱରେ ଥିବା ଚିଫ୍ ୱାର୍ଡର ମଙ୍ଗୁଳି ସେଠୀଙ୍କୁ ବଦଳି କରିଛନ୍ତି।

Nuakhai wishes