ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି

ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ହଇରାଣ ହେଉଛନ୍ତି, ନିୟମିତ ଶୁଣାଣି ଓ ତ୍ୱରିତ ନ୍ୟାୟକୁ ଗୁରୁତ୍ୱ ଦିଆଯାଉ ବୋଲି ହାଇକୋର୍ଟ ପ୍ରତିଷ୍ଠା ଦିବସ ସମାରୋହରେ କହିଛନ୍ତି ରାଷ୍ଟ୍ରପତି।

ବିଳମ୍ବିତ ନ୍ୟାୟ ପାଇଁ ବହୁ ନିର୍ଦ୍ଦୋଷଙ୍କ ଜୀବନ ଜେଲରେ କଟୁଛି, ଏମିତିକି ଧାର୍ଯ୍ୟ ଦଣ୍ଡଠାରୁ ଅଧିକ କାଳ ଜେଲରେ କଟାଇବାକୁ ପଡୁଛି, ନିର୍ଦ୍ଦୋଷ ଲୋକଟିର ଜୀବନର ମୂଲ୍ୟବାନ ସମୟ ଜେଲରେ କଟୁଛି, ସେହି ବିଳମ୍ବ ବଡ଼ ଚିନ୍ତାର ବିଷୟ ହୋଇଛି ନ୍ୟାୟ ବିଳମ୍ବ ପାଇଁ ପୀଡ଼ିତ ମଧ୍ୟ ହତାଶ ହୋଇପଡୁଛି, ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟ ହେବ, ତ୍ୱରିତ ନ୍ୟାୟ ଦେଇ ଓଡ଼ିଶା ହାଇକୋର୍ଟ ଉଦାହରଣ ସାଜୁ କହିଛନ୍ତି ରାଷ୍ଟ୍ରପତି।

ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନା ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ବରରେ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ସ୍ୱାଗତ କରିଥିଲେ।

ଏହା ପରେ ଗାଡ଼ିରୁ ଓହ୍ଲାଇ କିଛି ରାସ୍ତା ଚାଲି ଚାଲି ଯାଇଥିଲେ। ଏବେ ରାଜଭବନରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଭୁବନେଶ୍ୱରରେ ଏକ୍‌ମୋ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପିଟାଲ ପକ୍ଷରୁ ଏକ୍‌ମୋ (ଏକ୍ସଟ୍ରାକର୍ପୋରିଆଲ ମେଂବ୍ରାନ୍ସ ଅକ୍ସିଜେନେସନ୍‌) ସମ୍ପର୍କିତ କର୍ମଶାଳା ଆୟୋଜିତ ହୋଇଥିଲା ।

ଇଣ୍ଡିଆନ ସୋସାଇଟି ଫର୍ କ୍ରିଟିକାଲ କେୟାର ମେଡ଼ିସିନ୍ (ଆଇଏସସିସିଏମ୍‌) ଅନୁକୁଲ୍ୟରେ ଭୁବନେଶ୍ୱରରେ ଥିବା କିମ୍ସ ହସ୍ପିଟାଲ, ଆପୋଲୋ ହସ୍ପିଟାଲ, କୋଲକାତା ସ୍ଥିତ ମେଡ଼ିକାଲ ସୁପରସ୍ପେଶାଲିଟି ହସ୍ପିଟାଲ ଏବଂ ଲୁଧିଆନାର ଧ୍ୟାନଚାନ୍ଦ ମେଡ଼ିକାଲ କଲେ ଆଣ୍ଡ୍ ହସ୍ପିଟାଲ ଏଥିରେ ସହଯୋଗର ହାତ ବଢାଇଥିଲେ ।

ସମସ୍ତ ମେଡିକାଲରେ ଆଣ୍ଟିଭେନମ ରଖିବାକୁ ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ସାପ କାମୁଡ଼ାଜନିତ ମୃତ୍ୟୁ ରୋକିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନେବା ସହ ସମସ୍ତ ମେଡିକାଲ୍‌କୁ ଆଣ୍ଟିଭେନମ ରଖିବାକୁ ନିର୍ଦ୍ଦେଶ ଦେଇଛି।

ଗୁଣିଗାରେଡିରେ ବିଶ୍ୱାସ ନ କରି ମେଡିକାଲ ଆଣିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ବିଭାଗ। ଜଳବାହିତ ରୋଗ ନିରାକରଣ ନେଇ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି।

ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ

ଚୟନ ପ୍ରକ୍ରିୟା ଜାରି ରହିଲେ ବି କୋର୍ଟଙ୍କ ବିନାନୁମତିରେ ଫଳ ପ୍ରକାଶ ନକରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ

ପଶ୍ଚିମ କେନ୍ଦ୍ରୀୟ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇଛି।

ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ର ଅଞ୍ଚଳରେ ସୂଦୃଶ ଲଘୁଚାପ।ଆଗାମୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

ଆଜି ୩ ଦିନିଆ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଆଜି ସନ୍ଧ୍ୟା ୬ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରେ ପହଞ୍ଚିବେ।

ରାଜଭବନରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି। ସୁରକ୍ଷା ଦାୟିତ୍ୱରେ ୩୬ ପ୍ଲାଟୁନ ପୁଲିସ ଫୋର୍ସ ରହିବେ।

ଆଜି ୩ ଦିନିଆ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଆଜି ସନ୍ଧ୍ୟା ୬ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରେ ପହଞ୍ଚିବେ।

ରାଜଭବନରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି। ସୁରକ୍ଷା ଦାୟିତ୍ୱରେ ୩୬ ପ୍ଲାଟୁନ ପୁଲିସ ଫୋର୍ସ ରହିବେ।

ଜେଇ ମେନ ସିଭିଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ନେଇ ତାତିଲେ ପରୀକ୍ଷାର୍ଥୀ

ଏହି ଘଟଣାକୁ ନେଇ ପରୀକ୍ଷାର୍ଥୀ OSSC କାର୍ଯ୍ୟାଳୟରୁ ଖାଲି ପାଦରେ ଚାଲି ଚାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଭିମୁଖେ ଯାଇଥିଲେ।

OSSC କାର୍ଯ୍ୟାଳୟ ଘେରିବା ପରେ ଅଭିଯୋଗ ପ୍ରକୋଷ୍ଠ ଅଭିମୁଖେ ଗଲେ। ପ୍ରଶ୍ନପତ୍ର ବିକ୍ରିରେ ସାମିଲ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେପ୍ଟେମ୍ବର ୩ରେ ପୁନଃ ପରୀକ୍ଷା ହେବାକୁ ତାରିଖ ଘୋଷଣା ହୋଇଛି।

କାଲି ଆସିବେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡାକଡି

ଆସନ୍ତାକାଲି ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ୧୨ ADCP, ୨୫ ACP, ୪୦ ଇନ୍ସପେକ୍ଟର ଏବଂ ସଂପୂର୍ଣ୍ଣ ସୁରକ୍ଷା ଦାୟିତ୍ୱରେ ୩୬ ପ୍ଲାଟୁନ ପୁଲିସ ଫୋର୍ସ ରହିବେ।

Nuakhai wishes