ଜର୍ଣ୍ଣାଲିଜିମ୍‌ ଆୱାର୍ଡ-୨୦୨୩ରେ ସମ୍ମାନିତ ହେଲେ ୬ ବରିଷ୍ଠ ସାମ୍ବାଦିକ

ନୂଆଦିଲ୍ଲୀର ‘ପଲ୍ଲୀବାଣୀ ମିଶନ’ ପକ୍ଷରୁ ଆଜି ଓଡ଼ିଶା ଜର୍ଣ୍ଣାଲିଜିମ୍‌ ଆୱାର୍ଡ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍‌ ସେଣ୍ଟରରେ ପ୍ରଦାନ କରାଯାଇଛି ।

ଏଥିରେ ଚଳିତବର୍ଷ,’ପ୍ରମେୟ’ର ମୁଖ୍ୟ ନ୍ୟୁଜ୍‌ କୋର୍ଡିନେଟର୍‌ ସୁଦୀପ କୁମାର ରାଉତ , ‘ଅର୍ଗସ୍‌ ନ୍ୟୁଜ୍‌’ର କାର୍ୟ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶିଷ, ‘ସମ୍ବାଦ’ର ଡିଜିଏମ୍‌ ନ୍ୟୁଜ୍‌ ଭବାନୀ ଶଙ୍କର ତ୍ରିପାଠୀ, ‘ଓଟିଭି’ର ପଶ୍ଚିମ ଓଡ଼ିଶା ବ୍ୟୁରୋ ମୁଖ୍ୟ ମନୋରଞ୍ଜନ ଯୋଶୀ ଏବଂ ‘କଳିଙ୍ଗ ଟିଭି’ର ସମ୍ପାଦକ ସୌମ୍ୟଜିତ୍‌ ପଟ୍ଟନାୟକ ସାମ୍ବାଦିକ ପୁରସ୍କାର ଗ୍ରହଣ କରିଛନ୍ତି l

ସକ୍ରିୟ ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ବର୍ଷା ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଂଜାମ, ପୁରୀ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଜୋର ଧରିଲା ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ଦାବି

ମନ୍ଦିର ପ୍ରଶାସନ ହାକିମାତି ନ ଦେଖାଇ ଚାରିଦ୍ୱାର ଖୋଲୁ, କରୋନା ବେଳେ ଗୋଟିଏ ଦ୍ୱାର ଖୋଲାଯାଇ ଅନ୍ୟ ବନ୍ଦ ହୋଇଥିଲା, ଏବେ କରୋନା ଡର ନାହିଁ, ଚାରୋଟି ଦ୍ୱାର ଖୋଲାଯାଉ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି, ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ଚାରିଦ୍ୱାର ଖୋଲାଯାଉ।

କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ନେତାଙ୍କ ଭିତରେ କଥା କଟାକଟି

ମୋକିମ୍‌ ଏବଂ ଚିରଞ୍ଜୀବଙ୍କ ନିଲମ୍ବନକୁ ନେଇ କଥା କଟାକଟି ହୋଇଛି।

ବିନା ଆଲୋଚନାରେ ନିଲମ୍ବନକୁ କିଛି ନେତାଙ୍କ ନାପସନ୍ଦ କରିଥିବା ବେଳେ ଶୃଙ୍ଖଳା ଦୃଷ୍ଟିରୁ କିଛି ନେତା ନିଲମ୍ବନକୁ ସମର୍ଥନ କରିଥିବା ସୂଚନା ମିଳିଛି।

ଆସନ୍ତାକାଲି ଖୋଲାଯିବ ହୀରାକୁଦ ଡ୍ୟାମ୍‌ର ୫ଟି ଗେଟ୍

ବାମପଟର ୩ଟି ଓ ଦକ୍ଷିଣପଟର ୨ଟି ଗେଟ୍ ଖୋଲାଯିବ।

ପ୍ରଥମେ ହୀରାକୁଦ ଡ୍ୟାମ୍‌ର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯିବ ବୋଲି ସୂଚନା ଦେଲେ ହୀରାକୁଦ ଡ୍ୟାମ୍ ମୁଖ୍ୟଯନ୍ତ୍ରୀ।

ବିଜେଡି ନେତ୍ରୀ ସଂଯୁକ୍ତା ମହଲଙ୍କ ଗାଡ଼ି ଅଟକାଇଲା ପୁଲିସ

ବିଜେଡି ନେତ୍ରୀ ସଂଯୁକ୍ତା ମହଲ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ଯାଉଥିବା ବେଳେ ଟ୍ରାଫିକ ଛକରେ ପୁଲିସ ତାଙ୍କୁ ଅଟକାଇଥିଲା।

ସଂଯୁକ୍ତା ବିଜେଡି ନେତା ଶ୍ରୀକାନ୍ତ ସାହୁଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣି ଚର୍ଚ୍ଚାରେ ଅଛନ୍ତି।

ବିଜେଡି ନେତ୍ରୀ ସଂଯୁକ୍ତା ମହଲଙ୍କ ଗାଡ଼ି ଅଟକାଇଲା ପୁଲିସ

ବିଜେଡି ନେତ୍ରୀ ସଂଯୁକ୍ତା ମହଲ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ଯାଉଥିବା ବେଳେ ଟ୍ରାଫିକ ଛକରେ ପୁଲିସ ତାଙ୍କୁ ଅଟକାଇଥିଲା।

ସଂଯୁକ୍ତା ବିଜେଡି ନେତା ଶ୍ରୀକାନ୍ତ ସାହୁଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣି ଚର୍ଚ୍ଚାରେ ଅଛନ୍ତି।

ଆରମ୍ଭ ହେଲା କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

୧ମ ପର୍ଯ୍ୟାୟରେ ରାଜନୈତିକ ବ୍ୟାପାର କମିଟି ବୈଠକ ଜାରି ରହିଥିବା ବେଳେ ଏଥିରେ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି, ନରସିଂହ ମିଶ୍ର ଉପସ୍ଥିତ ଅଛନ୍ତି।

ସଂଗଠନକୁ ସୁଦୃଢ଼ ପାଇଁ ରାଜନୈତିକ ରଣନୀତି ଉପରେ ଆଲୋଚନା ହେଉଛି।

Nuakhai wishes