ଶ୍ରାଦ୍ଧାଳୁଙ୍କ ଗହଣରେ ଚଳଚଞ୍ଚଳ ଶୈବପୀଠ

ବଲାଙ୍ଗିର ସହରରେ ଥିବା ଶୈବପୀଠମାନଙ୍କରେ ଆଜି ଶ୍ରାବଣର ତୃତୀୟ ସୋମବାର ଯୋଗୁଁ ଶୈବପୀଠମାନଙ୍କରେ ଶ୍ରଦ୍ଧାଳୁ ସମାଗମ ଥିବାରୁ ପରିବେଶ ଭକ୍ତମୟ ପରିବେଶ ଦେଖିବାକୁ ମିଳିଛି।

ଜଙ୍ଗଲରେ ମାଟିତଳୁ ନାବାଳିକାର ମୃତଦେହ ଉଦ୍ଧାର

ବଲାଙ୍ଗିର ଜିଲ୍ଲା ତୁରେଇକେଲା ଥାନା କଣ୍‌ଲି ଗାଁ ନିକଟ ପାଟପାଣି ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି।

ନାବାଳିକା ଜଣଙ୍କ ଗତ ସୋମବାର ଠାରୁ ଗାଁରୁ ନିଖୋଜ ଥିଲା। ହତ୍ୟା ସନ୍ଦେହରେ ସ୍ଥାନୀୟ ଜଣେ ଯୁବକଙ୍କୁ ଅଟକ ରଖିଛି ପୁଲିସ।

ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ହକି ଟିମ୍ ଉଦଘାଟିତ

ଆଜି ବଲାଙ୍ଗୀର ଜିଲ୍ଲାର ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ହକି ଟିମ୍ ଉଦଘାଟିତ ହୋଇଯାଇଛି।

ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସନ୍ତୋସିନି ସେଠୀ, ଜିଲ୍ଲା ହକି କୋଚ୍ କୋଚ୍ ଅଜମ୍ବର୍ ରାଜପାଲିଆ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀମତୀ ସେଠୀ ଛାତ୍ରମାନଙ୍କୁ ଆମ ଜାତୀୟ ଖେଳ ହକି ସମ୍ବନ୍ଧରେ ବିଶେଷ ସୂଚନା ପ୍ରଦାନ କରିବା ସହ ଉତ୍ସାହିତ କରିଥିଲେ।

ହସପିଟାଲର କୀଟ ନିୟନ୍ତ୍ରଣ ସକାଶେ ଟେଣ୍ତର ବିଜ୍ଞପ୍ତି

ବଲାଙ୍ଗିର ଜିଲ୍ଲା ଜିଲ୍ଲା ସ୍ୱାସ୍ଥ୍ଯ ସମିତି କାର୍ଯ୍ଯାଳୟ ତରଫରୁ ଜିଲ୍ଲା ବିଭିନ୍ନ ସ୍ୱାସ୍ଥ୍ଯ କେନ୍ଦ୍ରକୁ ଅନିଷ୍ଟକାରୀ କୀଟ ନିୟନ୍ତ୍ରଣ ଟେଣ୍ତର ବିଜ୍ଞପ୍ତି ସକାଶେ ପ୍ରକାଶ ପାଇଛି।

ଆଶାୟୀ ଅଗଷ୍ଟ ୧୭ ଭିତରେ ବିଡ ଆବେଦନ କରିପାରିବେ।

ଟ୍ରାଫିକ ଲାଇଟ ଓ ସିସିଟିଭି ଲଗାଣ ସକାଶେ ଟେଣ୍ତର

ବଲାଙ୍ଗିର ମୁନିସିପାଲିଟି କାର୍ଯ୍ଯାଳୟ ତରଫରୁ ଟ୍ରାଫିକ ଲାଇଟ ଓ ସିସିଟିଭି ଲଗାଣ ସକାଶେ ଏଜେନ୍ସିଙ୍କ ପାଇଁ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଅଗଷ୍ଟ ମାସ ୦୬ ଭିତରେ ବିଡ ଆବେଦନ କରିପାରିବେ।

ଚିକିତ୍ସାଧୀନ ଅବସ୍ଥାରେ ସାନଭାଇର ମୃତ୍ୟୁ

ବଡ଼ଭାଇର ମୃତ୍ୟୁ ଖବର ଶୁଣି ସାନଭାଇ ବିଷ ପିଇବା ଘଟଣାରେ ପାଟଣାଗଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସାନଭାଇର ମୃତ୍ୟୁ ଘଟିଛି।

୨ ଭାଇଙ୍କ ମୃତ୍ୟୁକୁ ନେଇ ବଲାଙ୍ଗୀର ଜିଲ୍ଲା ବେଲପଡ଼ା କୁମ୍ଭାରଖାନ୍ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

Nuakhai wishes