ମହାସମାରୋହରେ ‘ଉତ୍କଳ ମହିଳା ବିକାଶ ପରିଷଦ’ର ରୌପ୍ୟ ଜୟନ୍ତୀ ପାଳିତ

ସୁଶ୍ରୀ ସଂଯୁକ୍ତା ମିଶ୍ରଙ୍କ ସଭାପତିତ୍ୱରେ ‘ଉତ୍କଳ ମହିଳା ବିକାଶ ପରିଷଦ’ର ୨୫ତମ ପ୍ରତିଷ୍ଠା ଦିବସ ବା ରୌପ୍ୟ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମୁନିସିପାଲିଟି ଚେୟାର୍ମେନ ଶ୍ରୀମତୀ ଲିକା ସାହୁ ଯୋଗଦେଇ ନାରୀ ସଶକ୍ତିକରଣ ଓ ସମାଜସେବା କ୍ଷେତ୍ରରେ ପରିଷଦର ଉଲ୍ଲେଖନୀୟ ଅବଦାନକୁ ଭୁୟସୀ ପ୍ରଶଂସା କରିଥିଲେ।

ଟାଉନ୍ ଥାନାରେ ଫରେଷ୍ଟରଙ୍କୁ ଅଟକ ରଖିଲା ପୋଲିସ

ନିଶାସକ୍ତ ଅବସ୍ଥାରେ ଲୋକଙ୍କ ଉପରକୁ କାର୍ ଚଢ଼ାଇବା ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଫରେଷ୍ଟର ଦିବସ ମାଝୀଙ୍କୁ ଅଟକ ରଖିଲା ପୋଲିସ।

ଅପହରଣ ସହ ଡାଟା ଏଣ୍ଟ୍ରି ଅପରେଟରଙ୍କ ଠାରୁ ଲୁଟ୍‌

ଡାଟା ଏଣ୍ଟ୍ରି ଅପରେଟରଙ୍କ ଠାରୁ ୮୦ ହଜାର ଟଙ୍କା ଲୁଟିନେଲେ ୪ ଦୁର୍ବୃତ୍ତ। ଡ୍ୟୁଟି ସାରି ଘରକୁ ଫେରିବା ବେଳେ ଟାଙ୍ଗୁଲପଦର ଛକରେ ଅପହରଣ ପରେ ମାରଣାସ୍ତ୍ର ଦେଖାଇ ୮୦ ହଜାର ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି।

କୌଶଳ କ୍ରମେ ଦୁର୍ବୃତ୍ତଙ୍କ କବଳରୁ ଖସି ଆସିଥିବା କହିଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ୪ ଜଣଙ୍କୁ ଅଟକ ରଖି ପୁଇଁତଳା ଥାନା ପୋଲିସ ପଚରାଉଚରା କରୁଛି।

ଭୁଲ୍‌ ଇଞ୍ଜେକ୍ସନ୍‌ରେ ମୃତ୍ୟୁ; ତଦନ୍ତ ନିର୍ଦ୍ଦେଶ

କଣ୍ଟାବାଞ୍ଜି କ୍ୱାକର ଭୁଲ୍‌ ଇଞ୍ଜେକ୍ସନ୍‌ ଯୋଗୁଁ ରୋଗୀ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ସିଡିଏମ୍‌ଓ।

ମୁରିବାହାଲ ଥାନା କର୍ଲାପିଟା ଗାଁରେ ଅଭିଯୋଗ ହୋଇଥିଲା।

ବାହାଘର ଭୋଜି ଖାଇ ୮୦ରୁ ଊର୍ଦ୍ଧ୍ୱ ଆକ୍ରନ୍ତ

ଖପ୍ରାଖୋଲ ବ୍ଲକ ବର୍ତ୍ତିଆ ଗାଁରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ୨ ଦିନ ତଳେ ବିବାହ ଭୋଜି ଖାଇ ଜଣଙ୍କ ପରେ ଜଣେ ଆକ୍ରାନ୍ତ ହୋଇଥିଲେ। ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି।

ଯନ୍ତ୍ରୀଙ୍କ ଟେବୁଲରେ ମାଠିଆ ରଖି ପ୍ରତିବାଦ

ବଲାଙ୍ଗିରରେ ପାନୀୟ ଜଳ ସମସ୍ୟା ନେଇ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଘେରାଉ ସହ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଟେବୁଲରେ ମାଠିଆ ରଖି ମହିଳା ପ୍ରତିବାଦ କରିଛନ୍ତି।

ବାରମ୍ବାର ଦାବି ପରେ ମଧ୍ୟ କୌଣସି ସମାଧାନ ହେଉନଥିବା ଅଭିଯୋଗ କରିଛନ୍ତି।

ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ତହସିଲ୍‌ ଅମିନ

୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଅମିନ ନିର୍ମଳେନ୍ଦୁ କବିଙ୍କୁ ଗିରଫ କଲା ଭିଜିଲାନ୍ସ।

ଜମି ପଟ୍ଟା କରାଇ ଦେବାକୁ ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ ଟିମ୍‌।

ସ୍କୁଲ୍‌ ପଛପଟୁ ହାତୀର ମୃତଦେହ ଠାବ

ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଚାନୁଟୋମାଲ ଗାଁ ସ୍କୁଲ୍‌ ପଛପଟୁ ହାତୀ ମୃତଦେହ ଠାବ ହୋଇଛି।

ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଗତ ଦେଢ଼ବର୍ଷ ହେଲା ଏହି ଅଞ୍ଚଳରେ ୩୫ ଟିକିଆ ହାତୀପଲ ରହୁଛନ୍ତି।

ଭାରତ ବନ୍ଦ: ବଲାଙ୍ଗିରରେ ପ୍ରଭାବ

ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଅଭିଯୋଗରେ ଭାରତ ବନ୍ଦ ପାଳନ କରାଯାଉଛି। ଭାରତ ମୁକ୍ତି ମୋର୍ଚ୍ଚା, ST/SC, OBC ମୁକ୍ତିମୋର୍ଚ୍ଚା ପକ୍ଷରୁ ବନ୍ଦ ପାଳନ ହେଉଛି।

ଵଲାଙ୍ଗିର ସହରରେ ଭାରତ ବନ୍ଦ ପାଳନର ପ୍ରଭାବ ଅନୁଭୂତ ହୋଇଛି।ସକାଳୁ ସକାଳୁ ଆନ୍ଦୋଳନକାରୀଙ୍କ ପିକେଟିଂ ଆରମ୍ଭ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଡାକଘରକୁ ବନ୍ଦ କଲେ, ଗାଡ଼ି ମୋଟର ଅଟକାଇଲେ। ମଜବୁତ ୟୁଜିସି ବିଲ୍‌ ଲାଗୁ କରିବା ଦାବିରେ ବନ୍ଦ ପାଳନ କରିଛନ୍ତି।

Nuakhai wishes