ବିଦ୍ୟାଳୟର ୧୫ ଛାତ୍ରଛାତ୍ରୀ ଅସୁସ୍ଥ
ବଲାଙ୍ଗିର ଜିଲ୍ଲା ପଥରଚେପା ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ଦୁଇ ପିଲାଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଖାଦ୍ୟ ଖାଇ ୧୫ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି।
ହଷ୍ଟେଲରେ ମେଡିକାଲ ଟିମ୍ର ଚିକିତ୍ସା ପରେ ପହଞ୍ଚିଛନ୍ତି ଫୁଡ୍ ଇନ୍ସପେକ୍ଟର।
Credible Local News of Odisha
ବଲାଙ୍ଗିର ଜିଲ୍ଲା ପଥରଚେପା ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ଦୁଇ ପିଲାଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଖାଦ୍ୟ ଖାଇ ୧୫ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି।
ହଷ୍ଟେଲରେ ମେଡିକାଲ ଟିମ୍ର ଚିକିତ୍ସା ପରେ ପହଞ୍ଚିଛନ୍ତି ଫୁଡ୍ ଇନ୍ସପେକ୍ଟର।
ବଲାଙ୍ଗୀର ବିଦ୍ୟୁତ୍ ଏରିଅର ଛାଡ଼ ଦାବିର ଟାଉନ ସ୍ଥିତ ଟାଟା ପାୱାର ଅଫିସ କୋଶଲ ସେନା ଘେରାଉ କରିଥିଲେ।
ଦୀର୍ଘଦିନ ଧରି ମନଇଚ୍ଛା ବିଦ୍ୟୁତ ବିଲ ଆଦାୟ ଓ ଏରିଅର ଲଗାଇବା ସହ ଟଙ୍କା ନଦେଲେ ଲାଇନ କାଟିଦେବା ଆଦି ଧମକ ବିଦ୍ୟୁତ କର୍ମଚାରୀ ଦେଇଥିବା ପ୍ରତିବାଦରେ ଏହି ଧାରଣା ଦିଆଯାଇଥିଲା।
ଜବତ ୧୨ ହଜାର ୯୬୦ ବୋତଲ କଫ ସିରିପର ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ।
ଏହା ସହ ଗୋଟିଏ ଏସ୍ୟୁଭି, ୨ଟି ପିକଅପ୍, ୧୭ଟି ମୋବାଇଲ ସହ ଗୋଟିଏ ଦେଶୀ ପିସ୍ତଲ ମଧ୍ୟ ଜବତ କରିଛି ବଲାଙ୍ଗିର ପୁଲିସ।
ବଲାଙ୍ଗୀର ପୁଇଁତଳା ଥାନା ଅନ୍ତର୍ଗତ ଆମୁଠିମୁଣ୍ଡାରେ ଜଣେ ଯୁବକ ଜାତିଆଣ ଆକ୍ଷେପ କରୁଥିବା ଅଭିଯୋଗ ହୋଇଛି |
ଏନେଇ ଗ୍ରାମର ମହିଳା ଓ ପୁରୁଷ ଭୀମସେନାର ସହାୟତାରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି | ଅଭିଯୋଗ କ୍ରମେ, ମହିଳାମାନେ ଗ୍ରାମ ପାଇପକୁ ପାଣି ଆଣିବାକୁ ଯାଇଥିଲେ | ଏହି ସମୟରେ ଜଣେ ବ୍ୟକ୍ତି ସେମାନଙ୍କୁ ଜାତିଆଣ ଆକ୍ଷେପ କରିଥିଲେ।
ବଲାଙ୍ଗିରରେ ସରକାରୀ ଜାଗାରେ ଥିବା ଟିମନର ଘର ଓ ଅଫିସ ଭାଙ୍ଗିଛି ପୁଲିସ।
ପୂର୍ବରୁ ବିଭିନ୍ନ ମାମଲାରେ ଗିରଫ ହୋଇ ଜେଲ୍ ଯାଇଛି ଟିମନ।ପାଟଣାଗଡ଼ର ଅପରାଧୀ ଜଗା ସେନାପତି ଘର ମଧ୍ୟ ଭଙ୍ଗାଗଲା। ଜଗା ସେନାପତିର ଘର ଓ ଇଟା ଭାଟି ଭାଙ୍ଗିଲା ପୁଲିସ।
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଚାବ୍ରିପାଲି ଗାଁରେ ହତ୍ୟା ଘଟଣା ଘଟିଥିବା ଅଭିଯୋଗ ହୋଇଛି।
ଅଖାରେ ଶବ ପୂରାଇ ଫିଙ୍ଗିବାକୁ ଯାଉଥିବା ବେଳେ ପୁଲିସ ଧରିଛି।
ମୃତ ବ୍ୟକ୍ତିଙ୍କ ଘର ପଦ୍ମପୁର ରାଜଭାଟିପଡ଼ାରେ। ଶାଶୁ, ଶ୍ବଶୁର, ସ୍ତ୍ରୀ ଓ ୨ ଶଳାଙ୍କୁ ଅଟକ ରଖିଛି ପୁଲିସ।
ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଳକର ଭାଲୁପାଲି ଗ୍ରାମରେ ପବିତ୍ର ହୋଲି ଉତ୍ସବ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ଦିନ ଗ୍ରାମର ସମସ୍ତ ଯୁବଗୋଷ୍ଠୀ ପ୍ରାକୃତିକ ମାଟି (ଉଇ ହୁଙ୍କା ମାଟି , ଗୋଲାପ ଜଳ , ମୁଲତାନୀ ମାଟି, ନିମ୍ବପତ୍ର,ହଳଦୀ, ଗୋମୂତ୍ର ମିଶ୍ରଣ ମାଟି) ଲେପ ଦେହରେ ବୋଲି ହୋଇ ଗ୍ରାମ ସାରା ପରିକ୍ରମା କରିଥିଲେ।
ଗ୍ରାମର ଯୋଗ ଶିକ୍ଷକ ଶେଷଦେବ ସାହୁଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ହୋଇଥିଲା I ଏହି ପ୍ରଲେପ ଦ୍ଵାରା ବିଭିନ୍ନ ଚର୍ମରୋଗ ରୁ ମୁକ୍ତିଲାଭ ମିଳିବ ବୋଲି ଆୟୋଜକ କହିଛନ୍ତି I
ବଲାଙ୍ଗିରରେ ହୋଲି ଯୋଗୁ ଭୋଜି ଚାଲିଥିବା ବେଳେ କାଲି ଦୁଇ ଗୋଷ୍ଠୀ ମଧ୍ୟରେ ସ୍ଥାନୀୟ ଲାଲଟିକ୍ରା, ଗୋପବନ୍ଧୁ ନଗରରେ ସଂଘର୍ଷ ଘଟିଥିଲା।| ପଡାର ସତ୍ୟରଞ୍ଜନ ପାଣ୍ଡେଙ୍କ ଅଭିଯୋଗ ଅନୁସାରେ ପଡାରେ ଭୋଜି ସମୟରେ ଆଉ ଏକ ପାର୍ଟି ଭୋଜି କରୁଥିଲେ | ତେବେ ଉକ୍ତ ପାର୍ଟିର ଜଣେ ଯୁବକ ଅପର ପାର୍ଟିର ଯୁବକମାନଙ୍କୁ ଖରାପ କମେଣ୍ଟ କରିଥିଲା |
ଯାହାକୁ ନେଇ ସେଠାରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେଲା ଏନେଇ ପଡା ବାସୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ବଲାଙ୍ଗୀର କନ୍ଧପାଲି ପଡାରେ ଅଭାବନୀୟ ଘଟଣା କନ୍ଧପାଲି ବନ୍ଦରେ ବୁଡି ଜଣେ ଯୁବକଙ୍କ ମୃତୁ ଘଟିଛି ମୃତ ଯୁବକ ଜଣକହେଲେ କନ୍ଧପାଲି ପଡାର ରାହୁଲ ଭାଟି ରାହୁଲ କାଲି ରଙ୍ଗ ଖେଳ ସାରି ବନ୍ଧକୁ ଗାଧୋଇ ଯାଇ ଥିବା ସମୟରେ ଏଭଳି ଅଘଟଣ ଘଟି ଥିବାର ଦେଖିବା କୁ ମିଳିଛି ।
ଘଟଣା ସ୍ଥଳକୁ ଟାଉନ ପୋଲିସ ପହଂଚି ଶବ ଜବତ କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କୁ ପଠେଇ ଥିବାର ଦେଖିବା କୁ ମିଳିଛି ଯୁବକଙ୍କର ମୃତ୍ୟୁରେ ସ୍ଥାନୀୟ କନ୍ଧପାଲି ପଡାରେ ଶୋକର ଛାୟା ଖେଳି ଯାଇଛି
ବଲାଙ୍ଗିର ଟାଉନ୍ ଥାନା କନ୍ଧପାଲିପଡ଼ା ପୋଖରୀ ନିକଟରେ ଛୁରାମାଡ଼ ହୋଇଛି।
ଗୁରୁତର ଯୁବତୀଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରେମ ବ୍ୟାପାରରୁ ଛୁରାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ଯୁବକକୁ ଥାନାରେ ଅଟକ ରଖିଛି।