ରାସ୍ତା କଡ଼ରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଝୁପୁଡ଼ିପଡ଼ା ରାସ୍ତାରୁ ମୃତଦେହ ଉଦ୍ଧାର ହୋଇଛି।
ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ହତ୍ୟା ସନ୍ଦେହ କରାଯାଉଛି। ମୃତ ଯୁବକ ଝୁପୁଡ଼ିପଡ଼ା ସ୍ଥିତ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ।
Credible Local News of Odisha
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଝୁପୁଡ଼ିପଡ଼ା ରାସ୍ତାରୁ ମୃତଦେହ ଉଦ୍ଧାର ହୋଇଛି।
ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ହତ୍ୟା ସନ୍ଦେହ କରାଯାଉଛି। ମୃତ ଯୁବକ ଝୁପୁଡ଼ିପଡ଼ା ସ୍ଥିତ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ।
ଟିଟିଲାଗଡ଼ ଜେଲ୍ରୁ ୨ ବିଚାରାଧୀନ ବନ୍ଦୀ ଚମ୍ପଟ ମାରିବା ଘଟଣାରେ ତଦନ୍ତ ପାଇଁ ଟିଟିଲାଗଡ଼ ଜେଲ୍ରେ ପହଞ୍ଚିଲେ ଜେଲ୍ ବିଭାଗ ଡିଆଇଜି।
ଜେଲ୍ ବିଭାଗ ଡିଆଇଜି କୁଳମଣି ବେହେରାଙ୍କ ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଡିଆଇଜିଙ୍କ ସହ ବଲାଙ୍ଗିର ଜେଲ୍ ଅଧୀକ୍ଷକ ମଧ୍ୟ ପହଞ୍ଚିଛନ୍ତି।
ଗତକାଲି ରାତିରୁ ୨ କଏଦୀ ଚମ୍ପଟ ମାରିଥିବା ସୂଚନା ମିଳିଛି।
ଉଭୟ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିଲେ।
୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ବଲାଙ୍ଗିର ଦେଓଗାଁ ବିଆରଏସ ମଧୂସୁଦନ ପଟେଲଙ୍କୁ ଧରିଲା ଭିଜିଲାନ୍ସ।
ଶୌଚାଳୟ ନିର୍ମାଣ ପାଇଁ ବିଲ୍ ଦେବାକୁ ଲାଞ୍ଚ ନେଉଥିଲେ। ଧରାପଡ଼ିବା ପରେ ମଧୂସୁଦନଙ୍କ ବିଭିନ୍ନ ଠିକଣାରେ ରେଡ୍ ଚାଲିଛି।
ଜମି ବିବାଦରୁ ବୃଦ୍ଧଙ୍କୁ ମାରି ପୋତି ଦେଇଥିବା ସ୍ୱୀକାର କଲା ଅଭିଯୁକ୍ତ।
ବଲାଙ୍ଗୀର ଜିଲ୍ଲା ମୁରିବାହାଲ କରାଡୁଙ୍ଗୁରି ଗାଁରେ ଏହି ଘଟଣା ଘଟିଛି।
ଜମି ବିବାଦରୁ ବୃଦ୍ଧଙ୍କୁ ମାରି ପୋତି ଦେଇଥିବା ସ୍ୱୀକାର କଲା ଅଭିଯୁକ୍ତ।
ବଲାଙ୍ଗୀର ଜିଲ୍ଲା ମୁରିବାହାଲ କରାଡୁଙ୍ଗୁରି ଗାଁରେ ଏହି ଘଟଣା ଘଟିଛି।
ବଲାଙ୍ଗିର ଆଗଲପୁର ଅମିନ ସଦାନନ୍ଦ ସାହୁଙ୍କୁ ଧରିଲା ଭିଜିଲାନ୍ସ।
ଜମି ପଟ୍ଟା ଦେବାକୁ ଅଭିଯୋଗକାରୀଙ୍କଠୁ ଲାଞ୍ଚ ନେଉଥିଲେ। ସଦାନନ୍ଦଙ୍କ ଦୁଇଟି ଠିକଣାରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ।
ନାଗରିକ ମଞ୍ଚ ପକ୍ଷରୁ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଇଛି।
ଫଳରେ ଦୋକାନ, ବଜାର ବନ୍ଦ ସହ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।
ବଲାଙ୍ଗୀର ଜିଲ୍ଲା ରୁଗୁଡ଼ିଖାଲରେ ଆଗଲପୁର କୃଷକ ସଂଘର୍ଷ କମିଟି ପକ୍ଷରୁ ରାସ୍ତାରୋକ କରାଯାଇଛି।
ଲୋୟର ସୁକତେଲରୁ ଜଳ ଯୋଗାଣ ସହ ୬ ଦଫା ଦାବିରେ ରାସ୍ତାରୋକ କରିଛନ୍ତି। ବଲାଙ୍ଗିର-ସମ୍ବଲପୁର ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦୀବାହାଲ ପଂଚାୟତର ବିଜେଡି ସଭାପତି ପ୍ରବୀଣ ମିଶ୍ରଙ୍କ ପିତା ସ୍ୱର୍ଗତ ଦିବାକର ମିଶ୍ରଙ୍କ ଦଶାହ କାର୍ଯ୍ୟ ହୋଇଛି।
ଏଥରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପୁତ୍ର ପ୍ରବୀଣ ମିଶ୍ର ଓ ବିଜେଡି ନେତା ନିହାର ରଞ୍ଜନ ବେହେରା l