ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ବନ୍ଦ ରହିବ ଭିତରକନିକା।

ଆଜିଠୁ ୧୩ ତାରିଖ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା।

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ହୋଇପାରୁନି ଡାକ୍ତରୀ ମାଇନା

ଗହୀରମଥାରୁ ମାଛ ଧରିବା ବେଳେ କାଲି ୯ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲା ରାଜନଗର ବନ ବିଭାଗ।

ଆକ୍ରମଣ ଅଭିଯୋଗରେ ଆନ୍ଦୋଳନରେ ପଟ୍ଟାମୁଣ୍ଡାଇ ହସ୍ପିଟାଲ ଡାକ୍ତର ଅଛନ୍ତି। ଫଳରେ ୯ ଅଭିଯୁକ୍ତଙ୍କ ହୋଇପାରୁନି ଡାକ୍ତରୀ ମଇନା। ଡାକ୍ତରୀ ମାଇନା ନହେବାରୁ କୋର୍ଟ ଚାଲାଣ କରିପାରୁନି ବନ ବିଭାଗ।

ଅଖା ଭିତରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା ଜିଲ୍ଲା ନିଆଳି ଥାନା କବିଚନ୍ଦ୍ରପୁର ଗାଁ ନିକଟ ଜୋରରୁ ମୃତଦେହ ଉଦ୍ଧାର ହୋଇଛି।

ମୃତ ଯୁବକ କବିଚନ୍ଦ୍ରପୁର ଗାଁର। ସେ ୩ ତାରିଖରୁ ନିଖୋଜ ଥିଲେ। ହତ୍ୟା ସନ୍ଦେହରେ ୨ ଜଣଙ୍କୁ ଅଟକ ରଖିଲା ନିଆଳି ଥାନା ପୋଲିସ।

କେନ୍ଦ୍ରାପଡ଼ାରେ ବିଜେପିର ଶକ୍ତି ପ୍ରଦର୍ଶନ ସହ ବିଜୟ ଉତ୍ସବ

୩ଟି ରାଜ୍ୟରେ ବିଜେପିର ସଫଳତା ପରେ ବିଜୟ ଉତ୍ସବ ପାଳନ କରୁଛି ଦଳ। ରାଜ୍ୟ ସଭାପତି ମନମୋହନ ସାମଲ ବିଜୟ ଉତ୍ସବରେ ସାମିଲ ହୋଇଛନ୍ତି।

ଜିଲ୍ଲା ସଭାପତିଙ୍କ ସହ ହଜାର ହଜାର ସଂଖ୍ୟାରେ କର୍ମୀ ଉପସ୍ଥିତ ଅଛନ୍ତି।

ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ

ନିଖୋଜ ଯୁବକ କେନ୍ଦ୍ରାପଡ଼ା ଅଣ୍ଡିରା ଗାଁର। ଗାଧୋଇଲା ବେଳେ କୁମ୍ଭୀର ନଦୀକୁ ଟାଣି ନେଇଥିବା ସନ୍ଦେହ କରୁଛନ୍ତି ଲୋକେ।

ନିଖୋଜ ଯୁବକଙ୍କୁ ନଦୀରେ ଠାବ କରିବାକୁ ଖୋଜାଖୋଜି ଜାରି ରହିଛି।

ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ

ନିଖୋଜ ଯୁବକ କେନ୍ଦ୍ରାପଡ଼ା ଅଣ୍ଡିରା ଗାଁର। ଗାଧୋଇଲା ବେଳେ କୁମ୍ଭୀର ନଦୀକୁ ଟାଣି ନେଇଥିବା ସନ୍ଦେହ କରୁଛନ୍ତି ଲୋକେ।

ନିଖୋଜ ଯୁବକଙ୍କୁ ନଦୀରେ ଠାବ କରିବାକୁ ଖୋଜାଖୋଜି ଜାରି ରହିଛି।

ଗୋବରୀ ନଦୀରେ ବୁଡ଼ିଗଲେ ଭାଇଭଉଣୀ

କେନ୍ଦ୍ରାପଡ଼ା ସଦର ଥାନା ବାବୁରାମପାଟଣା ନିକଟରେ ଅଘଟଣ ଘଟିଛି।

ଭାଇ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ଭଉଣୀ ନଦୀରେ ଭାସିଯାଇ ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି ରଖିଛି।

ବେଆଇନ ବାଣ ବ୍ୟବସାୟ ଉପରେ ରେଡ୍‌

କେନ୍ଦ୍ରାପଡ଼ା ଜିଲ୍ଲା ଟାଉନ ଥାନା ନସଡିପୁରରେ ରେଡ୍‌ କରି ଜବତ କରିଛି ପୁଲିସ।

ଗୋଟିଏ ଘରୁ ଲକ୍ଷାଧିକ ଟଙ୍କାର ପେଟି ପେଟି ବାଣ ଜବତ ହୋଇଛି।

ଚାଷୀଙ୍କୁ ଟଙ୍କା ମାଗି କନଷ୍ଟେବଲ ସସ୍‌ପେଣ୍ଡ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା କନଷ୍ଟେବଲ ରାଜକିଶୋର ବାରିକଙ୍କୁ ସସ୍‌ପେଣ୍ଡ କରାଯାଇଥିବା ନେଇ ଏସପି ସୂଚନା ଦେଇଛନ୍ତି।

ଚାଷୀଙ୍କୁ ଟଙ୍କା ମଗା ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ରାଜଧାନୀରେ ଆନ୍ଦୋଳନ କରିଥିବା କିଛି ଛାଷୀଙ୍କ ନାଁରେ ୱାରେଣ୍ଟ ଥିଲା।ସମନ ଦେବାକୁ ଯାଇଥିବା ବେଳେ କଣିପାଳ ଗାଁର ଚାଷୀଙ୍କୁ ଟଙ୍କା ମାଗିଥିଲେ।

Nuakhai wishes