କେନ୍ଦ୍ରାପଡ଼ାରେ ଆଜିକାର ତାପମାତ୍ରା ୩୭ ଡିଗ୍ରୀ
ଆଜି କେନ୍ଦ୍ରାପଡ଼ା ସହରରେ ଦିନବେଳା ତାପମାତ୍ରା ଥିଲା 37 ଡିଗ୍ରୀ l
Credible Local News of Odisha
ଆଜି କେନ୍ଦ୍ରାପଡ଼ା ସହରରେ ଦିନବେଳା ତାପମାତ୍ରା ଥିଲା 37 ଡିଗ୍ରୀ l
କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜକନିକା ଅଞ୍ଚଳରେ ବହୁ ଡକାୟତିରେ ଲିପ୍ତ ଥିବା ପାଞ୍ଚ ଜଣ ଡକାୟତ ଓ ଚୋରି ସାମଗ୍ରୀ କିଣୁଥିବା ଛଅ ଜଣ ବେପାରୀଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି l
ସେମାନଙ୍କ ଠାରୁ 2.41 ଲକ୍ଷ ଟଙ୍କାର ସୁନା, ରୁପା ଗହଣା ଓ ତିନିଟି ବାଇକ ଜବତ କରାଯାଇଛି l
କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ନହୁଣୀ ପଞ୍ଚାୟତ ଉପାନ୍ତପଙ୍କି ଗାଁ ଲୋକେ ଏକ ଆହତ ମଙ୍କଡର ମୃତ୍ୟୁ ପରେ ତାକୁ ସମାଧି ଦେଇଛନ୍ତି ।
ପନ୍ଦର ଦିନ ତଳେ ମାଙ୍କଡଟି ଗୁରୁତର ଅବସ୍ଥାରେ ଗାଁକୁ ପଶି ଆସି ଏକ ଚାକୁଣ୍ଡା ଗଛରେ ବସି ରହିଥିଲା ଗାଁ ଲୋକେ ପାଳି କରି ତାକୁ ଖାଇବାକୁ ଦେଉଥିଲେ ପରେ ପଶୁ ନିରୀକ୍ଷକଙ୍କୁ ଡାକି ଚିକିତ୍ସା ପରେ ମାଙ୍କଡଟି ପ୍ରାଣ ହରାଇଥିଲେ ।
ଆଜି କେନ୍ଦ୍ରାପଡ଼ା ସହରରେ ତାପମାତ୍ରା ଥିଲା 37 ଡିଗ୍ରୀ l
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସାନବଡ଼ଗୋପାଳପୁର ପଞ୍ଚାୟତ ଜଗନ୍ନାଥପୁର ଗାଁର ଭୀମସେନ ବଳଙ୍କ ପୁଅ ସୌମ୍ୟ ରଞ୍ଜନ ମାତ୍ର ୧ମିନିଟ ୩୩ ସେକେଣ୍ଡରେ ପାଟିରେ କଲମ ଧରି ଭାରତ ମାନଚିତ୍ର ଆଙ୍କି ଇଣ୍ଡିଆ ବୁକ ଅଫ ରେକର୍ଡରେ ନାମ ଯୋଡି ପାରିଛନ୍ତି ।
ସେ ରାଜନଗର ସ୍ଥିତ ଶ୍ରୀଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଯୁକ୍ତ ତିନି ବାଣିଜ୍ୟର ଶେଷ ବର୍ଷର ଛାତ୍ର ।
ଆଜି ଦିନବେଳା କେନ୍ଦ୍ରାପଡ଼ା ସହରରେ ତାପମାତ୍ରା ଥିଲା 36 ଡିଗ୍ରୀ l
ଆଜି କେନ୍ଦ୍ରାପଡ଼ା ସହରରେ ଦିନବେଳା ତାପମାତ୍ରା ଥିଲା 36 ଡିଗ୍ରୀ l
କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଡଙ୍କାରୀ ଗାଁର ସୁଲୋଚନା ଦାସ ଭଳିକି ଭଳି ଫଳଗଛ ସହିତ ପରିବା ସାଙ୍ଗକୁ ମାଛ ଓ କୁକୁଡ଼ା ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ।
ସ୍ୱାମୀ ମନୋରଞ୍ଜନ ଦାସ ସରକାରୀ ଚାକିରି କରି ବାହାରର ରାହୁଥିବାରୁ ପଡିଆ ପଡିଥିବା ତାଙ୍କର ଦୁଇ ଏକର ଜମିରେ ସୁଲୋଚନା କିଛି ଚାଷ କରିବାକୁ ମନ ବଳାଇଥିଲେ ଏବଂ ପୋଖରୀ ଖୋଳି ମାଛ ଚାଷ ସହିତ ବିଭିନ୍ନ ପ୍ରକାର ପରିବା ଓ ଫଳ ଗଛ ଲଗାଇଥିଲେ ।ସେ ପ୍ରତିଦିନ ବଗିଚାରେ ସକାଳୁ ଏକ ଘଣ୍ଟା ଓ ଚାରିଟା ବେଳେ ୩ଘଣ୍ଟା କାମ କରନ୍ତି ।
ଜଣଙ୍କର ପେନସନ କାଗଜ କରାଇଦେବାକୁ ମାର୍ଶାଘାଇ ବ୍ଲକ ଶିକ୍ଷା ଅଧିକାରୀ ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରିଥିଲେ ମଧ୍ୟ ସେ ଖସିଯିବାରେ ସଫଳ ହୋଇଛନ୍ତି l ତେବେ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଭିଜିଲାନ୍ସ ଅଧିକାରୀ ବିଇଓଙ୍କ ଟେବୁଲ ଡ୍ର’ରୁ 20 ହଜାର ଟଙ୍କା ଜବତ କରିଛନ୍ତି l
ବିଇଓଙ୍କ ବାସଭବନ ଓ ପୈତୃକ ବାସଭବନରେ ଏବେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି l
ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଗତ 28 ତାରିଖରେ ଜଣେ ନାବାଳିକାକୁ ବଳାତ୍କାର ମାମଲାରେ ଫେରାର ଥିବା ଅଭିଯୁକ୍ତକୁ ତାଳଚୁଆ ନିକଟରୁ ଗିରଫ କରାଯାଇଥିବା ସାମୁଦ୍ରିକ ଥାନା ପୁଲିସ ଆଜି କହିଛି l