ରାସ୍ତାରେ ଶୁଖା ଯାଇଥିବା ବାଣଗଦାରେ ଚଢିଗଲା କାର୍

କେନ୍ଦ୍ରାପଡ଼ା ଜିଲ୍ଲା ଭରତପୁର ପଞ୍ଚାୟତ ଖଣ୍ଡିଆବବନ୍ଧ ଗାଁ ରାସ୍ତାରେ ଏହି ଘଟଣା ଘଟିଛି।

ବିସ୍ଫୋରଣରେ କାର୍‌ର ବ୍ୟାପକ କ୍ଷତି ହୋଇଥିବା ବେଳେ ଚାଳକ ସାମାନ୍ୟ ଆହତ ଅଛି।

ମନ୍ତ୍ରୀଙ୍କ ଶିଳାନ୍ୟାସ ପୂର୍ବରୁ ଫଳକ ଭାଙ୍ଗିଦେଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତ ନିପାଣିଆରେ ଏହି ଘଟଣା ଘଟିଛି।

ଶିଳାନ୍ୟାସ କାର୍ଯ୍ୟକ୍ରମକୁ ନ ଯାଇ ଅଧା ବାଟରୁ ଫେରିଗଲେ ମନ୍ତ୍ରୀ।ନିପାଣିଆରେ ଏକ ରାସ୍ତାର ଶିଳାନ୍ୟାସ କାର୍ଯ୍ୟକ୍ରମ ଥିଲା।

ଜଣେ ଘରୋଇ ଫାଇନାନ୍ସ କର୍ମଚାରୀ ନିଖୋଜ

କେନ୍ଦ୍ରାପଡ଼ା ଜିଲ୍ଲା ତଣ୍ଟିଆପାଳ ସାମୁଦ୍ରିକ ଥାନା ବାବର ଆଇବି ଛକରୁ ବାଇକ, ଚପଲ ଠାବ ହୋଇଛି।

କେହି ଅପହରଣ କରିଥିବା ନେଇ ଥାନାରେ ଏତଲା କଲେ ପରିବାର।

ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଧୂମାତଶାସନ କେନାଲ ବନ୍ଧରେ ଛୁରାମାଡ଼ ହୋଇଛି।

ସାଙ୍ଗ ହୋଇ ନିଶା ଖାଉଥିବା ବେଳେ ବଚସାରୁ ଛୁରାମାଡ଼ ହୋଇଛି। ମୃତ ଯୁବକ ନାଁରେ ବିଭିନ୍ନ ଥାନାରେ ଥିବାବେଳେ ୧୦ରୁ ଅଧିକ ମାମଲା ରହିଛି।

ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ଦାବିରେ ଆନ୍ଦୋଳନ

କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରାଯାଇଛି।

ଦୁହୁରିଆ ଛକରେ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଅବରୋଧ କରିଛି। ସହରରେ ଗାଡ଼ି ଚଳାଚଳ ଠପ୍‌ ହୋଇ ପଡ଼ିଛି।

ଲୁଣା ନଦୀରେ ପୁଣି କୁମ୍ଭୀର ଆତଙ୍କ

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ କସଟିବାଲି ଗାଁ ଲୁଣା ନଦୀରେ ଗାଧୋଉ ଥିବାବେଳେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ଉଦ୍ୟମ କରିଛି କୁମ୍ଭୀର।

ସତର୍କ ଥିବାରୁ କୁମ୍ଭୀର ଆକ୍ରମଣରୁ ଅଳ୍ପକେ ବର୍ତ୍ତିଗଲେ ବ୍ୟକ୍ତି।

ଭିତରକନିକାରେ ଚାଲିବ ଦେଶୀୟ ପକ୍ଷୀ ଗଣନା କାର୍ଯ୍ୟ

ଆଜିଠୁ ୫ ଦିନ ଯାଏଁ ଚାଲିବ ଦେଶୀୟ ପକ୍ଷୀ ଗଣନା କାର୍ଯ୍ୟ।

୫ ଜଣ ଲେଖାଏଁ ସଦସ୍ୟଙ୍କୁ ନେଇ ୪ଟି ଟିମ୍ ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି।

କେନ୍ଦ୍ରାପଡ଼ାର ୩ ବ୍ଲକ୍‌ରେ ସ୍କୁଲ୍‌ ଛୁଟି

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ, ଗରଦପୁର, ମହାକାଳପଡ଼ା ବ୍ଲକ୍‌ରେ ସ୍କୁଲ୍‌ ଛୁଟି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ଆଜି ଦିନ ୧ଟା ୩୦ରୁ କାଲି ଯାଏ ସ୍କୁଲ୍‌ ଛୁଟି ରହିବ। ଆସନ୍ତାକାଲି ଏହି ୩ ବ୍ଲକ୍‌ରେ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି।

ଗୁଣି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା

କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମାଞ୍ଚଳ ଥାନା ବନ୍ତୋପାଟଣା ଗାଁରେ ହତ୍ୟାକାଣ୍ଡ ଘଟିଛି।

ପଡ଼ୋଶୀଙ୍କ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇଥିଲେ। କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି।

Nuakhai wishes