ଯୌତୁକ ହତ୍ୟା ମାମଲାରେ ସ୍ୱାମୀକୁ ଆଜୀବନ ଜେଲ

2012 ମସିହାରେ ପାଟକୁରା ଥାନା ଅନ୍ତର୍ଗତ କଳାବୁଦା ଗ୍ରାମରେ ହୋଇଥଜେବା ଏକ ଯୌତୁକ ହତ୍ୟା ମାମଲାରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଏବଂ ସେସନ୍ସ ଜଜ ଅଭିଯୁକ୍ତ ସ୍ୱାମୀ କିଶୋର ଦାସକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି l

ଟାହିଟାପରା ସହି ନ ପାରି ଯୁବତୀର ଆତ୍ମହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ମହାମୁଡା ଗ୍ରାମରେ ଆଜି ଜଣେ ଯୁବତୀଙ୍କ ଆତ୍ମହତ୍ୟା ପରେ ବିବାଦ ଆରମ୍ଭ ହୋଇଛି l ଯୁବତୀ ଜଣଙ୍କ କିଛି ଲୋକଙ୍କ ଟାହି ଟାପରା ସହି ନପାରି ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି l

ବାଟରେ ଅଟକି ରହିଛି ବ୍ରହ୍ମ ତାଳଧ୍ଵଜ ରଥ

କେନ୍ଦ୍ରାପଡ଼ାରେ ଗତକାଲିଠାରୁ ଅଧା ବାଟରେ ଅଟକି ରହିଥିବା ବ୍ରହ୍ମ ତାଳଧ୍ଵଜ ରଥକୁ ଆଜି ପୁଣି ଭକ୍ତ ମାନେ ଟାଣୁଥିବା ବେଳେ ମାତ୍ର 50 ଫୁଟ ପରେ ଚକା ଫୁଟପାଥରେ ଲାଗି ଯିବାରୁ ତାହା ଅଟକି ରହିଛି l
ହାଇଡ୍ରୋଲିକ ମେସିନ ଆଣି ରଥକୁ ଘୁଞ୍ଚାଇବାକୁ ପ୍ରଶାସନ ଉଦ୍ୟମ କରୁଛି l

ଅସଦାଚରଣ ଅଭିଯୋଗରେ ଏବିଇଓ ଅଟକ

ଆଜି ଜନୈକ ଏବିଇଓ ରାଜନଗର ଅଞ୍ଚଳକୁ ଆଦର୍ଶ ସ୍କୁଲ ପରିଦର୍ଶନରେ ଯାଇଥିବା ବେଳେ ଜଣେ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହେବାରୁ ତାଙ୍କୁ ଅଟକ ରଖାଯାଇଥିବା ରାଜନଗର ଥାନା ପୁଲିସ କହିଛି l

Nuakhai wishes